Advertisment

ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ସରକାରଙ୍କୁ ଘେରିଲା କଂଗ୍ରେସ

କିଛିଦିନର ନିରବତା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ।

ଅଦ୍ୟତନ ହୋଇଛି
Congress

Congress

Advertisment

କିଛିଦିନର ନିରବତା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ରତ୍ନଭଣ୍ଡାରର ନକଲି ଚାବି ହଜିବାର ତଦନ୍ତ ପାଇଁ ଟିମ୍ ଗଠନ କରିଥିବା ରାଜ୍ୟ ସରକାର ଅସଲି ଚାବି ଖୋଜିବା ଦିଗରେ କ’ଣ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସରକାର ନକଲି ଚାବି ଖୋଜିବାପାଇଁ ଦୁଇଟି ଟିମ୍ ଗଠନ କରିଥିଲେ । କିନ୍ତୁ ଅସଲି ଚାବି ଖୋଜିବାପାଇଁ କୌଣସି ପଦକ୍ଷେପ ନେଇନଥିଲେ । ରତ୍ନଭଣ୍ଡାର ଖୋଲିବା ଦାବିରେ ରାଜ୍ୟତମାମ ଦାବି ହେବା ସହ ଆନ୍ଦୋଳନ ପାଇଁ ସଜବାଜ ହେଉଥିବାବେଳେ ସରକାର ଏହାକୁ ପ୍ରଶମିତ କରିବାକୁ ସେତେବେଳେ ବିଚାରବିଭାଗୀୟ ତଦନ୍ତ କମିଶନ ଗଠନ କରିଥିଲେ । ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ତାଙ୍କ ରିପୋର୍ଟ ୨୦୧୮ ନଭେମ୍ବର ୨୯ତାରିଖରୁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ ମଧ୍ୟ ରାଜ୍ୟ ସରକାର ସେହି ତଦନ୍ତ କମିଶନଙ୍କ ରିପୋର୍ଟକୁ ବିଧାନସଭାରେ ଆଗତ କରୁନାହାନ୍ତି କିମ୍ବା ରତ୍ନଭଣ୍ଡାର ଖୋଲିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି ।

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ରତ୍ନଭଣ୍ଡାର ଚାବି ହଜିବା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ । ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟବାସୀଙ୍କ ଚାପ ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତିର ୫ବର୍ଷପରେ ମଧ୍ୟ ସରକାର ରତ୍ନଭଣ୍ଡାର ନଖୋଲିବା ହିଁ ସରକାରଙ୍କ ଜ୍ଞାତ ସାରରେ ରତ୍ନଭଣ୍ଡାର ଲୁଟ ହୋଇଛି ବୋଲି କଂଗ୍ରେସ ଆଶଙ୍କା କରୁଛି । ଯଦି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ସାଢ଼େ ୪କୋଟିି ଓଡ଼ିଆଙ୍କୁ ନିଜର ପରିବାର ବୋଲି କହୁଛନ୍ତି ତା’ହେଲେ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କର ରତ୍ନ ସୁରକ୍ଷିତ ଅଛି ବୋଲି ତୁରନ୍ତ ପ୍ରମାଣ ଦିଅନ୍ତୁ ଓ କଂଗ୍ରେସର ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରନ୍ତୁ ବୋଲି ସେ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ ।

Advertisment

ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେପି ରତ୍ନଭଣ୍ଡାର ନଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।

Congress Odisha Politics Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe