Advertisment

କଂଗ୍ରେସ ଗଠନ କଲା ୧୬ ଜଣିଆ ନିର୍ବାଚନ କମିଟି: ବାଦ ପଡ଼ିଲେ ୭ ନେତା

କଂଗ୍ରେସର ନିର୍ବାଚନ କମିଟି(ସିଇସି) ଲୋକସଭା ଓ ବିଧାନସଭା ନିର୍ବାଚନରେ କେଉଁମାନେ ଦଳର ପ୍ରାର୍ଥୀ ହେବେ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ।

Congress

Congress

Advertisment

କଂଗ୍ରେ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଜି ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିଛନ୍ତି। ଏହି କମିଟିରେ ୧୬ ଜଣ ସଦସ୍ୟ ରହିଛନ୍ତି। ପୂର୍ବରୁ ଥିବା କେନ୍ଦ୍ରୀୟ ନିର୍ବାଚନ କମିଟିର ୭ ଜଣ ସଦସ୍ୟ ନୂଆ କମିଟିରୁ ବାଦ ପଡ଼ିଛନ୍ତି। ବାଦ ପଡ଼ିଥିବା ନେତାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏକେ ଆଣ୍ଟୋନୀଙ୍କ ଭଳି ବରିଷ୍ଠ ନେତା ରହିଛନ୍ତି।

Advertisment

କଂଗ୍ରେସର ନିର୍ବାଚନ କମିଟି(ସିଇସି) ଲୋକସଭା ଓ ବିଧାନସଭା ନିର୍ବାଚନରେ କେଉଁମାନେ ଦଳର ପ୍ରାର୍ଥୀ ହେବେ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ। ଏଥିସହ ଦଳର ସମସ୍ତ ପ୍ରଚାର ଦାୟିତ୍ୱ କଥା ବୁଝିଥାଏ। ଆଗକୁ ୫ ରାଜ୍ୟର ବିଧାନସଭା ସହ ଲୋକସଭା ନିର୍ବାଚନ ଅଛି। ତେଣୁ ଦଳର ଅଧ୍ୟକ୍ଷ ଖଡଗେ ୧୬ ଜଣିଆ କେନ୍ଦ୍ରୀୟ ନିର୍ବାଚନ କମିଟି ଗଠନ କରିଛନ୍ତି। ଏହି କମିଟିରେ ନିଜେ ଖଡେଗ ରହିଥିବା ବେଳେ ତାଙ୍କ ସହଯୋଗୀ ତଥା କର୍ଣ୍ଣାଟକା ମନ୍ତ୍ରୀ କେଜେ ଜର୍ଜ ରହିଛନ୍ତି।

କେବଳ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଅମ୍ବିକା ସୋନି ଓ କେସି ଭେନୁଗୋପାଲଙ୍କୁ ଛାଡ଼ି ଦେଲେ ପୁରୁଣା କମିଟିରେ ଥିବା ଆଉ କୌଣସି ସଦସ୍ୟଙ୍କୁ ସିଇସିରେ ସାମିଲ କରାଯାଇ ନାହଁ।

Advertisment

ମନମୋହନ ଓ ଆଣ୍ଟୋନୀଙ୍କ ବ୍ୟତୀତ ଗିରିଜା ବ୍ୟାସ, ଜନାର୍ଦ୍ଦନ ଦ୍ୱିବେଦୀ, ମୁକୁଲ ୱାସନିକ, ଏମ ବୀରାପ୍ପା ମୋଇଲୀ ଓ ମୋହସିନ କିଡୱାଇ କମିଟିରୁ ବାଦ ପଡ଼ିଛନ୍ତି। ପୂର୍ବରୁ ନିର୍ବାଚନ କମିଟିର ସଦସ୍ୟଙ୍କ ସଂଖ୍ୟା ୧୧ ଥିଲା। ଏବେ ଏହାକୁ ୧୬ କରାଯାଇଛି।

ନୂଆ କମିଟିରେ ଅଧୀର ରଞ୍ଜନ ଚୌଧୁରୀ, ସଲମାନ ଖୁର୍ସିଦ, ମଧୁସୂଦନ ମିସ୍ତ୍ରୀ, ଏନ ଉତ୍ତମ କୁମାର, ଟିଏସ୍‌ ସିଂହ ଦେଓ, ପ୍ରୀତିମ ସିଂହ, ମହମ୍ମଦ ଜାୱେଦ, ଅମୀ ୟାଗନିକ, ପିଏଲ ପୁନିଆ ଓ ଓମକାର ମାରକମ ରହିଛନ୍ତି।

Congress Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe