Advertisment

ପାକିସ୍ତାନର ପ୍ରଶଂସା ପରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି

ଦିନକ ତଳେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗୋଟିଏ ଭିଡିଓ ଶେୟାର କରିଥିଲେ। ଏଥିସହ ସେ ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଥିଲେ।

PM Modi

PM Modi

Advertisment

ପଡ଼ୋଶୀ ଦେଶର ପାକିସ୍ତାନ ଜଣେ ସମର୍ଥକ ବା ଅନୁଗାମୀ ହେଉଛି କଂଗ୍ରେସ। ପାକିସ୍ତାନ ଚାହୁଁଛି ଏବେ କଂଗ୍ରେସର ଶେହଜାଦା(ରାହୁଲ ଗାନ୍ଧି) ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୁଅନ୍ତି। ଆଜି ଏଭଳି କିଛି ଭାଷା ପ୍ରୟୋଗ କରି କଂଗ୍ରେସ ଓ ଦଳର ସାଂସଦ ରାହୁଲ ଗାନ୍ଧିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ବର୍ତ୍ତମାନ ଭାରତରେ ନିର୍ବାଚନ ଋତୁ ଚାଲିଛି। ସବୁ ଦଳର ହେଭିୱେଟ ନେତାମାନେ ପ୍ରଚାରରେ ଲାଗି ପଡ଼ିଛନ୍ତି। ଦିନକ ତଳେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗୋଟିଏ ଭିଡିଓ ଶେୟାର କରିଥିଲେ। ଏଥିସହ ସେ ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଥିଲେ।

ବାସ୍‌ ଏହାକୁ ନେଇ ବୁଧବାର ଦିନ ତମାମ ବିଜେପି ନେତାମାନେ ରାହୁଲ ଗାନ୍ଧି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ନିର୍ବାଚନୀ ସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି।

Advertisment

ସେ କହିଛନ୍ତି, “କଂଗ୍ରେସ ଭାରତରେ ଶେଷ ହେବାକୁ ଯାଉଥିବାରୁ ପାକିସ୍ତାନ କାନ୍ଦିବା ଆରମ୍ଭ କରିଛି। କଂଗ୍ରେସ ପାଇଁ ପାକିସ୍ତାନୀ ନେତାମାନେ ପ୍ରାର୍ଥନା କରୁଛନ୍ତି। ପାକିସ୍ତାନ ବେଶ ଉତ୍କଣ୍ଠାର ସହ ଶେହଜାଦା(ରାହୁଲ ଗାନ୍ଧି)ଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି।

ଏହା ଆଦୌ ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ, କାରଣ ଆମେ ସମସ୍ତେ ଜାଣିଛନ୍ତି ଯେ କଂଗ୍ରେସ ହେଉଛି ପାକିସ୍ତାନର ଅନୁଗାମୀ ବା ସମର୍ଥକ। ପାକିସ୍ତାନ ଓ କଂଗ୍ରେସ ମଧ୍ୟରେ ଥିବା ଭାଗିଦାରୀ ପର୍ଦ୍ଦାଫାସ ହୋଇଛି। ଦେଶର ଶତ୍ରୁ ଭାରତରେ ଗୋଟିଏ ଦୁର୍ବଳ ସରକାର ଚାହୁଁଛି। ଶକ୍ତିଶାଳୀ ସରକାର ଶତ୍ରୁ ଦେଶକୁ ପସନ୍ଦ ନୁହେଁ।”

ଗୁଜରାଟର ଆନନ୍ଦରେ ଆୟୋଜିତ ନିର୍ବାଚନୀ ସଭାରେ ବରିଷ୍ଠ କଂଗ୍ରେସ ନେତା ସଲମନ ଖୁର୍ସିଦଙ୍କ ଝିଆରୀ ମାରିଆ ଆଲମ ‘ଭୋଟ ଜିହାଦ’ ପାଇଁ ଦେଇଥିବା ଆହ୍ୱାନକୁ ମଧ୍ୟ ମୋଦି ନିନ୍ଦା କରିଛନ୍ତି। କଂଗ୍ରେସ ଏସସି, ଏସ୍‌ଟି ଓ ଓବିସିଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ମୁସଲିମମାନଙ୍କୁ ଦେଇ ଦେବ ବୋଲି ମଧ୍ୟ ମୋଦି ପୁଣି ଅଭିଯୋଗ କରିଛନ୍ତି।

Bjp Congress Pakistan PM Modi Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe