Advertisment

ରାହୁଲ ହେବେ ବିରୋଧୀ ଦଳ ନେତା! CWC ବୈଠକରେ ପାରିତ ହେଲା ସଂକଳ୍ପ

ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଉଭୟ ରାଏବରେଲୀ ଓ କେରଳର ୱାୟନାଡଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମ୍ନାରେ ରହି ଟକ୍କର ଦେବେ ରାହୁଲ ଗାନ୍ଧି। କାରଣ ରାହୁଲ ଗାନ୍ଧି ସଂସଦରେ ପ୍ରଥମଥର ପାଇଁ ବିରୋଧୀ ଦଳ ନେତା ଭାବେ କାମ କରିବେ। ରାହୁଲ ଗାନ୍ଧି ବିରୋଧୀ ଦଳର ନେତା ହୁଅନ୍ତୁ ବୋଲି ଆଜି କଂଗ୍ରେସ ୱାର୍କିଂ କମିଟି(CWC) ପକ୍ଷରୁ ଗୋଟିଏ ସଂକଳ୍ପ ପାରିତ ହୋଇଥିବା ଜଣାପଡ଼ିଛି।

Advertisment

ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଉଭୟ ରାଏବରେଲୀ ଓ କେରଳର ୱାୟନାଡଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କଂଗ୍ରେସ ମଧ୍ୟ ଏକାକୀ ଲୋକସଭାରେ ୯୯ଟି ଆସନ ଜିତିଛି।

ରାହୁଲ ଗାନ୍ଧିଙ୍କ କଠିନ ପରିଶ୍ରମ ଯୋଗୁ କଂଗ୍ରେସ ୨୦୧୯ ଅପେକ୍ଷା ୨୦୨୪ରେ ଭଲ ପ୍ରଦର୍ଶନ କରିପାରିଛି ବୋଲି ଦଳ ପକ୍ଷରୁ ମତ ରଖାଯାଇଛି। ତେଣୁ ସଂସଦରେ ସେ ବିରୋଧୀ ଦଳ ନେତା ଭାବେ କାମ କରିବା ଦରକାର ବୋଲି ଆଜି CWC ବୈଠକରେ ମତ ପ୍ରକାଶ ପାଇବା ସହ ଗୋଟିଏ ସଂକଳ୍ପ ପାରିତ ହୋଇଛି।

Advertisment

CWC ବୈଠକ ପରେ କଂଗ୍ରେସ ସାଂସଦ କୁମାରୀ ସେଲଜା କହିଛନ୍ତି, “ରାହୁଲ ଗାନ୍ଧି ବିରୋଧୀ ଦଳର ନେତା ହୁଅନ୍ତୁ ବୋଲି ସିଡବ୍ଲ୍ୟୁସି ମତ ରଖିଛି।” ବରିଷ୍ଠ କଂଗ୍ରେସ ନେତା ତଥା ଅଲଫୁଜା ଆସନରୁ ଲୋକସଭା ନିର୍ବାଚନ ଜିତିଥିବା କେସି ଭେନୁଗୋପାଲ କହିଛନ୍ତି, “CWC ସର୍ବସମ୍ମିତିକ୍ରମରେ ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ପଦ ସମ୍ଭାଳିବାକୁ ଅନୁରୋଧ କରାଯାଇଛି। ନିର୍ବାଚନ ପ୍ରଚାରରେ ରାହୁଲ ଗାନ୍ଧିଙ୍କ ଯୋଗଦାନକୁ ମଧ୍ୟ ସିଡବ୍ଲ୍ୟୁସିରେ ପ୍ରଶଂସା କରାଯାଇଛି।”

ଦିଲ୍ଲୀରେ ଆଜି ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଆଗାମୀ ରଣନୀତି ନେଇ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ସୋନିଆ ଗାନ୍ଧି, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ମନୀଷ ତିୱାରୀ, ଡିକେ ଶିବକୁମାର ଓ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ।

Congress Rahul Gandhi Lok Sabha