Advertisment

ପୁରୀ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଦେଲା କଂଗ୍ରେସ

କଂଗ୍ରେସ ଟିକେଟ ଫେରାଇ ଦେଇଥିବା ନେଇ ଶନିବାର ସୂଚନା ଦେଇଥିଲେ ସୁଚରିତା ମହାନ୍ତି।

author-image
Jitendra Garnayak
Jay narayan Patnaik

Jay narayan Patnaik

ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ପ୍ରାର୍ଥୀ କରିଛି ଦଳ। 

Advertisment

ଏହା ପୂର୍ବରୁ କଂଗ୍ରେସ ଟିକେଟ୍ ଫେରାଇ ଦେଇଥିଲେ ସୁଚରିତା। ଦଳ ପାଣ୍ଠି ଦେଉ ନଥିବାରୁ ପ୍ରଚାର କରିବା ଅସମ୍ଭବ ବୋଲି କହି ସେ ଟିକେଟ ଫେରାଇ ଦେଇଥିଲେ। ଇ-ମେଲ ମାଧ୍ୟମରେ ସେ ଏନେଇ ଏଆଇସିସିକୁ ଅବଗତ କରାଇଥିଲେ। ସେହିପରି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ପୁରୀ ଲୋକସଭା ଆସନ ଅନ୍ତର୍ଗତ କିଛି ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀଙ୍କୁ ଛିଡ଼ା କରିଛି। ସେମାନଙ୍କୁ ବଦଳାଇବା ପାଇଁ ସେ କହିଥିଲେ ହେଁ ସେ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ। 

ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଥିଲେ ଯେ ପୁରୀ ଲୋକସଭା ପ୍ରାର୍ଥୀଙ୍କୁ ବଦଳାଇବାକୁ ଏଆଇସିସିକୁ ଚିଠି କରାଯାଇଥିଲା। ସେ ସଂପର୍କରେ ସୁଚରିତା ମହାନ୍ତି ଜାଣି ପାରିଥିଲେ। ତେଣୁ ସେ ଆଗୁଆ ଟିକେଟ ଫେରାଇ ଦେଲେ। ପାଣ୍ଠିର ସମସ୍ୟା ଆଦୌ ନଥିଲା। 

Advertisment

ସୁଚରିତା ମହାନ୍ତି ୨୦୧୪ରେ କଂଗ୍ରେସ ଟିକେଟରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ପରାସ୍ତ ହୋଇଥିଲେ। ସେ ୨ ଲକ୍ଷ ୫୯ ହଜାର ୮୦୦ ଖଣ୍ଡ ଭୋଟ୍ ପାଇଥିଲେ। ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିବା ବେଳେ ଏଥର ପୁଣି ଭରସା କରିଥିଲା। 

Congress 2024 General Election Loka Sabha Election 2024