Advertisment

ଇଣ୍ଡିଆ ମେଣ୍ଟରେ ଫାଟ! କଂଗ୍ରେସ-ଆପ୍‌ ମଧ୍ୟରେ ତିକ୍ତତା

ମୌସୁମୀ ଅଧିବେଶ ବେଳେ ଓ ଏହା ପୂର୍ବରୁ ପରସ୍ପରକୁ ସମର୍ଥନ କରୁଥିବା ଆପ ଏବଂ କଂଗ୍ରେସ ମଧ୍ୟରେ ଏବେ ତିକ୍ତତା ଆରମ୍ଭ ହୋଇଛି।

author-image
Hemant Lenka
Congress

Congress

ବିଜେପି ବିରୋଧରେ ଏକାଠି ହୋଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆରେ ଫାଟ। ମୌସୁମୀ ଅଧିବେଶ ବେଳେ ଓ ଏହା ପୂର୍ବରୁ ପରସ୍ପରକୁ ସମର୍ଥନ କରୁଥିବା ଆପ ଏବଂ କଂଗ୍ରେସ ମଧ୍ୟରେ ଏବେ ତିକ୍ତତା ଆରମ୍ଭ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଆସନ୍ତା ୩୧ରେ ବସିଥିବାରୁ ଥିବା ଇଣ୍ଡିଆର ତୃତୀୟ ବୈଠକରେ ଆପ୍‌ ଯୋଗଦେବାର ଆଉ ଆବଶ୍ୟକତା ନଥିବା ମଧ୍ୟ କହିବାକୁ ପଛାଇ ନାହିଁ।

Advertisment

ପ୍ରଥମେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଥିଲେ ଯେ ଦଳ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିବ। କଂଗ୍ରେସ ଏକତରଫା ଭାବେ ଏକାକୀ ସମସ୍ତ ୭ ଆସନରେ ଲଢ଼ିବାକୁ ବୟାନ ଦେଇଥିବାରୁ ଏହାକୁ ଆପ୍‌ ସହଜରେ ଗ୍ରହଣ କରିପାରି ନାହିଁ। କଂଗ୍ରେସ ମେଣ୍ଟ କରିବା ମୁଡରେ ନଥିବାରୁ ଆଉ ବିରୋଧୀ ମେଣ୍ଟ ଇଣ୍ଡିଆରେ ଯୋଗଦେବାର ମୂଲ୍ୟ ନଥିବା ଆପ୍‌ କହିଛି।

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ଦିଲ୍ଲୀ ୟୁନିଟ ପକ୍ଷରୁ ଆଜି ଗୋଟିଏ ବୈଠକ ବସିଥିଲା। ଦଳର ବରିଷ୍ଠ ନେତାମାନଙ୍କ ସହ ଦିଲ୍ଲୀ ୟୁନିଟର ନେତାମାନେ ନିଜର ପ୍ରସ୍ତୁତି ସମ୍ପର୍କରେ କଥା ହୋଇଥିଲେ। ଏହାପରେ ଅଳକା ଲାମ୍ବା କହିଛନ୍ତି ଯେ “ଦୀର୍ଘ ୩ ଘଣ୍ଟା ଧରି ଚାଲିଥିବା ବୈଠକରେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, କେସି ଭେନୁଗୋପାଲ ଓ ଦୀପକ ବାବାରିଆ ଉପସ୍ଥିତ ଥିଲେ।

Advertisment

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆମକୁ ପ୍ରସ୍ତୁତ ହେବାକୁ କୁହାଯାଇଛି। ବୈଠକରେ ଏହା ନିଷ୍ପତ୍ତି ହୋଇଛି ଯେ ଆମକୁ ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନରେ ଲଢ଼ିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ନିର୍ବାଚନକୁ ଆଉ ୭ ମାସ ବାକି ଅଛି। ତେଣୁ ଦଳର ସବୁ କର୍ମକର୍ତ୍ତାଙ୍କୁ ଦିଲ୍ଲୀର ୭ଟି ଯାକ ଆସନ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି।”

ବାସ ଅଳକା ଲାମ୍ବାଙ୍କ ଏପରି ବୟାନ ଉପରେ ଆପ୍‌ କଡ଼ା ପ୍ରତିକ୍ରିୟା ରଖିଛି। ଆପ୍‌ର ପ୍ରିୟଙ୍କା କାକର କହିଛନ୍ତି, “ଯଦି କଂଗ୍ରେସ ନିଷ୍ପତ୍ତି ନେଇ ସାରିଛି ଯେ ସେମାନେ ଆମ ସହ ମେଣ୍ଟ କରିବେ ନାହିଁ, ତା’ହେଲେ ଇଣ୍ଡିଆର ପରବର୍ତ୍ତୀ ବୈଠକରେ ଆମ ଯୋଗଦାନର ଆଉ କୌଣସି ମୂଲ୍ୟ ନାହିଁ। ଆମେ ବୈଠକରେ ଯୋଗ ଦେବକୁ କି ନାହିଁ, ତା’ର ନିଷ୍ପତ୍ତି ବରିଷ୍ଠ ନେତାମାନେ ନେବେ।”

Congress Arvind Kejriwal Opposition AAP Mallikarjun Kharge