Advertisment

କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା

ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।

author-image
Hemant Lenka
Congress

Congress

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଭୋଟରଙ୍କ ପାଇଁ ତୃତୀୟ ପ୍ରତିଶ୍ରୁତି ଘୋଷଣା କରିଛି। ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା। ବର୍ଷକ ଯାଏ ଯୁବ ଉଡ଼ାନ ଯୋଜନା ଜରିଆରେ ସେମାନଙ୍କୁ ଏପରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

Advertisment

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ କହିଛନ୍ତି ଯେ ଦିଲ୍ଲୀର ଲୋକମାନେ ୫ ଫେବୃଆରୀରେ ଗୋଟିଏ ନୂଆ ସରକାର ଗଠନ କରିବେ। ଆମେ ଦିଲ୍ଲୀର ଲୋକମାନଙ୍କ ପାଇଁ କିଛି ପ୍ରତିଶ୍ରୁତି ଉପସ୍ଥାପନ କରିବାକୁ ଚାହୁଁଛୁ।

ଆଜି ଆମ ଦଳ ନିଷ୍ପତ୍ତି ନେଇଛି ଯେ ଶିକ୍ଷିତ ଥାଇ ମଧ୍ୟ ଚାକିରି ପାଇ ନଥିବା ଯୁବଗୋଷ୍ଠୀଙ୍କୁ ଆମେ ବର୍ଷକ ଯାଏ ମାସିକ ୮,୫୦୦ ଟଙ୍କା ଲେଖାଏ ଦେବୁ। ଏହା କେବଳ ଆର୍ଥିକ ସହାୟତା ନୁହେଁ। ଆମେ ଏହି ଶିକ୍ଷିତ ଯୁବକମାନଙ୍କୁ ସେମାନଙ୍କ ଦକ୍ଷତା ରହିଥିବା ଇଣ୍ଡଷ୍ଟ୍ରୀରେ ମଧ୍ୟ ସାମିଲ କରିବାକୁ ଚେଷ୍ଟା କରିବୁ।”

Advertisment

ଏହାପୂର୍ବରୁ କଂଗ୍ରେସ ଦିଲ୍ଲୀରେ ଭୋଟ ହାତେଇବା ପାଇଁ ଆହୁରି ଦୁଇଟି ବଡ଼ ବଡ଼ ଯୋଜନା ସମ୍ପର୍କରେ ପ୍ରତିଶ୍ରୁତି ଦେଇଥିଲା। ଦଳ ପ୍ୟାରୀ ଦିଦି ଯୋଜନା ଅନୁସାରେ ଯୋଗ୍ୟ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଯୋଗାଇ ଦେବ ବୋଲି କହିଥିଲା।

ସେହିପରି ଦିଲ୍ଲୀବାସୀଙ୍କୁ ଦଳ କ୍ଷମତାକୁ ଆସିଲେ ମାଗଣା ୨୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସେବା ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି। ଜୀବନ ରକ୍ଷା ଯୋଜନା ଅଧୀନରେ ଲୋକଙ୍କୁ ଏହି ସୁବିଧା ମିଳିବ।

Congress Delhi Delhi Election