Advertisment

କଂଗ୍ରେସରେ କନ୍ଦଳ, ସିଦ୍ଧୁଙ୍କୁ ତାଗିଦ କଲେ ପଞ୍ଜାବ ପ୍ରଭାରୀ

ଦଳରୁ ବାହାରକୁ ଯାଇ ଅଯଥା ବୟାନବାଜୀ କରିବାକୁ ସିଦ୍ଧୁଙ୍କୁ ମନା କରାଯାଇଛି।

Navjot Singh Sidhu

Navjot Singh Sidhu

Advertisment

ଲୋକସଭା ନିର୍ବାଚନ ପାଇଁ ସଜବାଜ ହେଉଛି କଂଗ୍ରେସ। ଏଥିପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି ମଧ୍ୟ ଚାଲିଛି। ଇଣ୍ଡିଆ ମେଣ୍ଟରେ ନିଜର ସହଯୋଗୀମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରୁଛି ଦଳ। ଏହାରି ଭିତରେ କଂଗ୍ରେସରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଯାଇଛି। ପଞ୍ଜବା କଂଗ୍ରେସ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଯାଦବ ନବଜୋତ ସିଂହ ସିଦ୍ଧୁଙ୍କୁ କଡା ତାଗିଦ କରିଛନ୍ତି। ଶୃଙ୍ଖଳିତ ରହିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ନିକଟରେ ପଞ୍ଜାବରେ କଂଗ୍ରେସର ଏକ ବୈଠକ ବସିଥିଲା। ପଞ୍ଜାବ ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଯାଦବଙ୍କ ସହ ଏହି ବୈଠକ ହୋଇଥିଲା। ତେବେ ଏହି ବୈଠକକୁ ଯାଇ ନଥିଲେ ନବଜୋତ ସିଂହ ସିଦ୍ଧୁ। ତେବେ ବୈଠକରେ ଶୃଙ୍ଖଳିତ ରହିବାକୁ ନବଜୋତ ସିଂହ ସିଦ୍ଧୁଙ୍କୁ କଡା ପରାମର୍ଶ ଦିଆଯାଇଛି। ପଞ୍ଜାବ କଂଗ୍ରେସରେ ଅନ୍ତଃକନ୍ଦଳ ଲାଗି ରହିଥିବା ବେଳେ ଦେବେନ୍ଦ୍ର କହିଛନ୍ତି, ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କ ପାଇଁ ଦଳରେ କୌଣସି ସ୍ଥାନ ନାହିଁ। ଦଳ ଆଉ ବିଶୃଙ୍ଖଳା ବରଦାସ୍ତ କରିବ ନାହିଁ ବୋଲି କହି ସେ ସିଦ୍ଧୁଙ୍କୁ ତାଗିଦ କରିଛନ୍ତି।

ସିଦ୍ଧୁ ନିଜ ରାଲି ପାଇଁ ଯେଉଁ ସବୁ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି ତାହା ପଞ୍ଜାବ କଂଗ୍ରେସର ପ୍ରଦେଶ ସଙ୍ଗଠନର ଜାଣତରେ ଓ ମିଳିମିଶି କରିବା ଉଚିତ। ପ୍ରଟୋକଲ ଅନୁଯାୟୀ ବରିଷ୍ଠ ନେତାଙ୍କ ସହ ମିଳାମିଶା ଓ କଥାବାର୍ତ୍ତା କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ, ଦଳରୁ ବାହାରକୁ ଯାଇ ଅଯଥା ବୟାନବାଜୀ କରିବାକୁ ସିଦ୍ଧୁଙ୍କୁ ମନା କରାଯାଇଛି। ପଞ୍ଜାବ କଂଗ୍ରେସ ସଭାପତି ତଥା ସଂଗଠନର ଅନ୍ୟ ଅଧିକାରୀମାନଙ୍କୁ ତାଙ୍କ କାର୍ଯ୍ୟକ୍ରମ ବିଷୟରେ ସମୟ ପୂର୍ବରୁ ସୂଚନା ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ନବଜୋତ ସିଂହ ସିଦ୍ଧୁ ଦୁଇ ସପ୍ତାହ ମଧ୍ୟରେ ପଞ୍ଜାବ କଂଗ୍ରେସ ଠାରୁ ଭିନ୍ନ ହୋଇ ଦୁଇଟି ରାଲି କରିସାରିଲେଣି। ପ୍ରଥମ ରାଲିରେ ସେ ନିଜ ଦଳର ହିଁ ନେତାଙ୍କୁ ଟାର୍ଗେଟ୍‌ କରିଥିଲେ। ଏହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା। ଏହାକୁ ନେଇ କଂଗ୍ରେସ ନେତା ପ୍ରତାପ ସିଂହ ବାଜଓ୍ୱା ହାଇକମାଣ୍ଡଙ୍କୁ ସିଦ୍ଧୁଙ୍କୁ ବରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। 

Congress Navjot Singh Sidhu Punjab Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe