/odisha-reporter/media/post_attachments/uploadimage/library/16_9/16_9_0/BJP_1702386289.jpg)
BJP
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ମନୋନୀତ ହୋଇଛନ୍ତି। ସୋମବାର ବିଜେପି ବିଧାୟକ ଦଳ ବୈଠକରେ ଯାଦବ ସଂପ୍ରଦାୟରୁ ଆସିଥିବା ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଛି। ସେ ରାଜ୍ୟପାଳଙ୍କୁ ଭେଟି ମଧ୍ୟପ୍ରଦେଶରେ ସରକାର ଗଠନ କରିବେ ବୋଲି ଦାବିପତ୍ର ଦେଇଛନ୍ତି।
ତେବେ ଶପଥ ପାଠ ଉତ୍ସବ ପୂର୍ବରୁ ମୋହନ ଯାଦବଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ମୋହନ ଯାଦବଙ୍କ ଉଜ୍ଜୟୀନ ମାଷ୍ଟର ପ୍ଲାନରେ ହେରଫେର କରିଥିବା ଅଭିଯୋଗ ରହିଛି। ଏଥିସହ ତାଙ୍କ ଦାଦାଗିରି ସମ୍ପର୍କରେ ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି। ଏହାକୁ ନେଇ ଆଜି କଂଗ୍ରେସ ମୋହନ ଯାଦବ, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି।
ବରିଷ୍ଠ କଂଗ୍ରେସ ନେତା ଜୟ ରାମ ରମେଶ ଗୋଟିଏ ଗଣମାଧ୍ୟମରେ ମୋହନ ଯାଦବଙ୍କ ବିରୋଧ ପ୍ରକାଶ ପାଇଥିବା ଖବରକୁ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ମୋହନ ଯାଦବ ନିଜର ଫାଇଦା ପାଇଁ ଉଜ୍ଜୟୀନ ମାଷ୍ଟର ପ୍ଲାନରେ କେମିତି ହେରଫେର କରିଛନ୍ତି, ସେ ସମ୍ପର୍କରେ ଉଲ୍ଲେଖ ରହିଛି।
ଏହାକୁ ଶେୟାର କରି ଜୟରାମ ରମେଶ କହିଛନ୍ତି, “ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବାର ୮ ଦିନ ପରେ ବିଜେପି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ବାଛିଛି। କିନ୍ତୁ ବିଜେପି ଏମିତି ଜଣେ ନେତାଙ୍କୁ ବାଛିଛି, ଯାହାଙ୍କ ନାଁରେ ବଡ଼ଧରଣର ହେରଫେର ଅଭିଯୋଗ ରହିଛି। ଉଜ୍ଜୟୀନ ମାଷ୍ଟରପ୍ଲାନରେ ସେ ହେଫରଫେର କରିଛନ୍ତି।”
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଉଜ୍ଜୟୀନ ମାଷ୍ଟରପ୍ଲାନ ପାଇଁ ବ୍ୟବହୃତ ହେଉଥିବା ଜମିର କିସମକୁ ରାଜ୍ୟ ସରକାର ମୋହନ ଯାଦବଙ୍କୁ ଫାଇଦା ଦେବା ପାଇଁ ବଦଳାଇ ଦେଇଛନ୍ତି। ସୀମାସ୍ଥ ମେଳା ପାଇଁ ସଂରକ୍ଷିତ ସ୍ଥାନକୁ ବିଜେପି ସରକାର ଅଣସଂରକ୍ଷିତ ବର୍ଗକୁ ନେଇ ଯାଇଛି।
ଏହା ଚାଷ ଜମି ବର୍ଗରେ ଆସୁଥିବା ବେଳେ ଏହାକୁ ଆବାସିକ ଜମି ଭାବେ ନାମିତ କରାଯାଇଛି। ମୋହନ ଯାଦବଙ୍କ ପତ୍ନୀ ଓ ଭଉଣୀଙ୍କ ନାଁରେ ଥିବା ୨୯ ଏକର ଜମିର କିସମ ପରିବର୍ତ୍ତନ କରିବା ପାଇଁ ଏପରି ହେରଫେର କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ଏନେଇ ବିସ୍ତୃତ ରିପୋର୍ଟ ମଧ୍ୟ ଗୋଟିଏ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହାକୁ ଜୟରାମ ରମେଶ ଆଜି ଶେୟାର କରିଛନ୍ତି।
चुनाव परिणाम के आठ दिन बाद भाजपा ने मध्यप्रदेश के लिए मुख्यमंत्री चुना भी तो एक ऐसे व्यक्ति को जिस पर उज्जैन मास्टरप्लान में बडे पैमाने पर हेरफेर करने समेत कई गंभीर आरोप हैं।
सिंहस्थ के लिए रिज़र्व 872 एकड़ ज़मीनों मे से उनकी ज़मीन को लैंड यूज़ बदलकर अलग किया गया। इनके कई वीडियो… pic.twitter.com/itQ9zG61va
— Jairam Ramesh (@Jairam_Ramesh) December 12, 2023
ଅନ୍ୟପକ୍ଷରେ ସୋଶାଲ ମିଡିଆରେ ଏବେ ମୋହନ ଯାଦବଙ୍କ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଗୁଡ଼ିକରେ ସେ ଉତ୍ତେଜିତ ଢଙ୍ଗରେ କଥାବାର୍ତ୍ତା କରୁଛନ୍ତି। ଗାଳି ଗୁଲଜ ମଧ୍ୟ କରୁଥିବା ଦେଖିବାକୁ ଓ ଶୁଣିବାକୁ ମିଳୁଛି।
ଏହାକୁ ପ୍ରସଙ୍ଗ କରି ଜୟ ରାମ ରମେଶ କହିଛନ୍ତି, “ତାଙ୍କର(ମୋହନ ଯାଦବ) ଅନେକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଗୁଡ଼ିକରେ ସେ ଅଭଦ୍ର ବ୍ୟବହାର କରିବା ସହ ଧମକାଉଛନ୍ତି। ଏହା କ’ଣ ମଧ୍ୟପ୍ରଦେଶ ପାଇଁ ମୋଦିଙ୍କ ଗ୍ୟାରେଣ୍ଟି?”
ଡିସେମ୍ବର ୩ରେ ପ୍ରକାଶିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ରେଜଲ୍ଟ ବିଜେପି ସପକ୍ଷରେ ଯାଇଥିଲା। ଏଠାରେ ଦଳ ସରକାର ଗଠନ କରିବାକୁ ଆବଶ୍ୟକ ଜନମତ ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା। ଦୌଡ଼ରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଠାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ପଟେଲ ପ୍ରମୁଖ ରହିଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ମୋହନ ଯାଦବ ସୋମବାର ବିଜେପି ବିଧାୟକ ଦଳ ନେତା ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
