Advertisment

ହରିୟାଣା ଭୋଟ ଗଣତିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ: କହିଲା- ରାୟକୁ ଗ୍ରହଣ କରିବୁ ନାହିଁ

ବିଜେପି ହରିୟାଣାରେ ରେକର୍ଡ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ବେଳେ ଏକଦା ଆଗରେ ଥିବା କଂଗ୍ରେସ କେବଳ ୩୬ ଆସନରେ ସୀମିତ ରହିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି।

Haryana

Haryana

Advertisment

ହରିୟାଣା ବିଧାନସଭା ନିର୍ବାଚନ ରେଜଲ୍ଟ ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟଜନକ। କଂଗ୍ରେସ ଏହାକୁ କେବେ ହେଲେ ଗ୍ରହଣ କରିପାରିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।

Advertisment

ବିଜେପି ହରିୟାଣାରେ ରେକର୍ଡ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ବେଳେ ଏକଦା ଆଗରେ ଥିବା କଂଗ୍ରେସ କେବଳ ୩୬ ଆସନରେ ସୀମିତ ରହିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି। ନିଶ୍ଚିତ ବିଜୟ ଆଶା ରଖିଥିବା କଂଗ୍ରେସ ଏପରି ରେଜଲ୍ଟକୁ ନେଇ ପୂରା ଦୋହଲି ଯାଇଛି। ତେଣୁ ଭୋଟ ଗଣତିକୁ ନେଇ କଂଗ୍ରେସ ସନ୍ଦେହ ପ୍ରକାଶ କରିଛି।

ଏହାପୂର୍ବରୁ ନିର୍ବାଚନ କମିଶନ ଗଣତି ରିପୋର୍ଟ ୱେବସାଇଟରେ ଅପଲୋଡ କରିବାରେ ବିଳମ୍ବ କରୁଥିବାରୁ ଏନେଇ କଂଗ୍ରେସ ଆପତ୍ତି ଉଠାଇଥିଲା।

Advertisment

ଏବେ ଭୋଟ ଗଣତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ “ହରିୟାଣାର ରେଜଲ୍ଟ ଅତ୍ୟନ୍ତ ଅପ୍ରତ୍ୟାଶିତ। ସଂପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟଜନକ। ହରିୟାଣାବାସୀ ସେମାନଙ୍କ ମୁଣ୍ଡରେ ପରିବର୍ତ୍ତନ ଓ ସଂସ୍କାର କଥା ଭାବିଥିଲେ। କିନ୍ତୁ ଏପରି ରେଜଲ୍ଟ ଏହା ବିରୋଧରେ ଯାଇଛି।

ଏପରି ସ୍ଥିତିରେ ଆଜି ଘୋଷଣା ହୋଇଥିବା ରେଜଲ୍ଟକୁ ଗ୍ରହଣ କରିବା ଆମ ପକ୍ଷରେ ଆଦୌ ସମ୍ଭବ ନୁହେଁ। ଆଜି ଆମେ ହରିୟାଣାରେ ହେରଫେର ଯୋଗୁ ହୋଇଥିବା ବିଜୟକୁ ଦେଖୁଛେ। ଲୋକଙ୍କ ଇଚ୍ଛାକୁ କ୍ଷତି ପହଞ୍ଚାଉଥିବା ବିଜୟକୁ ଆମେ ଦେଖୁଛୁ। ଏହା ସ୍ୱଚ୍ଛତା ଓ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପରାଜୟ କରିବା ଭଳି ବିଜୟ। ହରିୟାଣା ଚାପଟର ଏଯାଏ ଶେଷ ହୋଇନି।

ମଧ୍ୟାହ୍ନ ବେଳୁ ମୁଁ ନିର୍ବାଚନ କମିଶନଙ୍କ ଯୋଗାଯୋଗରେ ରହିଛି। ସେମାନେ ମୋ ଅଭିଯୋଗର ଜବାବ ଦେଇଥିଲେ। ମୁଁ ମଧ୍ୟ ସେମାନଙ୍କୁ ଜବାବ ଦେଇଛି। ଆମେ ଗଣତି ପ୍ରକ୍ରିୟାକୁ ନେଇ ସାଂଘାତିକ ଅଭିଯୋଗ ପାଇଛୁ।

ହରିୟାଣାର ୩ଟି ଜିଲ୍ଲାରେ ଇଭିଏମକୁ ନେଇ ପ୍ରଶ୍ନ ଉଠିଛି। ଏପରି ଆହୁରି ଅନେକ ଅଭିଯୋଗ ରହିଛି। ସବୁ ତଥ୍ୟ ସଂଗ୍ରହ କରାଯାଉଛି। ଆମେ ସେସବୁ ତଥ୍ୟ ନିର୍ବାଚନ କମିଶନଙ୍କ ପାଖରେ ଆଜି କିମ୍ବା ଆସନ୍ତାକାଲି ଦାଖଲ କରିବୁ।”

ସେ ଆହୁରି କହିଛନ୍ତି ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜୟ ଛଡ଼ାଇ ନିଆଯାଇଛି। ପୂରା ବ୍ୟବସ୍ଥାର ଅପବ୍ୟବହାର ହୋଇଛି।

Congress Haryana Election Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe