Advertisment

ସାମ୍‌ ପିଟ୍ରୋଡାଙ୍କୁ ପୁଣି କଂଗ୍ରେସ ଓଭରସିଜ୍‌ ଅଧ୍ୟକ୍ଷ ଦାୟିତ୍ୱ

ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ପରେ ଅଡୁଆରେ ପଡ଼ିଥିଲା କଂଗ୍ରେସ। ନିର୍ବାଚନ ବେଳେ ବିଜେପି ଏହି ବୟାନକୁ ନେଇ କଂଗ୍ରେସକୁ ଘେରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରସଙ୍ଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଘେରିଥିଲେ।

Sam Pitroda

Sam Pitroda

Advertisment

ସାମ୍‌ ପିଟ୍ରୋଡାଙ୍କୁ ପୁଣି କଂଗ୍ରେସ ଓଭରସିଜ୍‌ ଅଧ୍ୟକ୍ଷ ଦାୟିତ୍ୱ। ପିଟ୍ରୋଡାଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି AICC ସଭାପତି ମଲ୍ଲିକାର୍ଜୁନ ଖଡଗେ। ଗତ ମେ ମାସରେ ଭାରତୀୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ପିଟ୍ରୋଡା।

Advertisment

ସେ କହିଥିଲେ, ଭାରତର ପୂର୍ବରେ ରହୁଥିବା ନାଗରିକ ଚାଇନିଜ୍ ଭଳି ଏବଂ ପଶ୍ଚିମରେ ରହୁଥିବା ନାଗରିକ ଆରବଙ୍କ ଭଳି ଦେଖାଯାନ୍ତି। ସେହିପରି ଉତ୍ତରରେ ରହୁଥିବା ଲୋକ ଶ୍ୱେତ ଓ ଦକ୍ଷିଣରେ ରହୁଥିବା ଲୋକ ଆଫ୍ରିକୀୟଙ୍କ ଭଳି ଦେଖାଯାନ୍ତି ବୋଲି ମନ୍ତବ୍ୟ ଦେଇଥିଲେ ପିଟ୍ରୋଡା।

ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ପରେ ଅଡୁଆରେ ପଡ଼ିଥିଲା କଂଗ୍ରେସ। ନିର୍ବାଚନ ବେଳେ ବିଜେପି ଏହି ବୟାନକୁ ନେଇ କଂଗ୍ରେସକୁ ଘେରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରସଙ୍ଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଘେରିଥିଲେ। ବିବାଦ ବଢ଼ୁଥିବାରୁ ସାମ ପିଟ୍ରୋଡା କଂଗ୍ରେସର ଇଣ୍ତିଆନ ଓଭରସିଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

Advertisment
Congress Sam Pitroda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe