Advertisment

2024 ଫାଇଟ୍ ପୂର୍ବରୁ କଂଗ୍ରେସର ରଣନୀତି: 39 ଜଣିଆ ନୂଆ ଟିମ୍ ଗଠନ

2024 ଫାଇଟ୍ ପୂର୍ବରୁ କଂଗ୍ରେସର ରଣନୀତି ପ୍ରସ୍ତୁତ। 39 ଜଣଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠନ କଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ।

Congress Working Committee

Congress Working Committee

Advertisment

2024 ଫାଇଟ୍ ପୂର୍ବରୁ କଂଗ୍ରେସର ରଣନୀତି ପ୍ରସ୍ତୁତ। ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ନୂଆ କମିଟି ଗଠନ କରିଛି ଦଳ। 39 ଜଣଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। 

Advertisment

ପୁରୁଣା କମିଟି ତୁଳନାରେ ନୂଆ ଟିମରେ ବିଶେଷ ପରିବର୍ତ୍ତନ କରାଯାଇ ନାହିଁ। ତଥାପି କିଛି ନୂଆ ଚେହେରା ସାମିଲ୍ ହୋଇଛନ୍ତି। ତାଲିକା ପ୍ରକାଶ କରିବା ପୂର୍ବରୁ, ଗତ କିଛି ମାସ ଧରି ଦଳ ପକ୍ଷରୁ ବୈଠକ ବସୁଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ନେତା ବୈଠକରେ ସାମିଲ ହେଉଥିଲେ। ତେଣୁ ଟିମରେ କିଛି ପରିବର୍ତ୍ତନ ଆସିପାରେ ବୋଲି ଚର୍ଚ୍ଚା ହେଉଥିଲା। ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ମୋଟ 39 ଜଣ ସଦସ୍ୟ ନୂଆ କାର୍ଯ୍ୟକାରୀ କମିଟିରେ ସାମିଲ୍ ଥିବାବେଳେ ଟିମରେ କିଛି ପରିବର୍ତ୍ତନ ହୋଇଛି। 

ଏହି ତିନି ଜଣଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧି, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଅଧିର ରଞ୍ଜନ ଚୌଧୁରୀ, ଦିଗବିଜୟ ସିଂହ, ଚରଣଜିତ ସିଂହ ଚନ୍ନି, ଆନନ୍ଦ ଶର୍ମାଙ୍କ ସମେତ ମୋଟ 39 ନେତା ଅଛନ୍ତି। ଏହା ବ୍ୟତୀତ 32 ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ, 9 ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ, ଯୁବ କଂଗ୍ରେସ, ଜାତୀୟ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଏବଂ ସେବା ଦଳ ସଭାପତିଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।

Advertisment

ସଚିନ ପାଇଲଟ, ଶଶି ଥରୁର, ଅଶୋକ ଚୌହାନ, ଦୀପକ ବାବରିଆ କଂଗ୍ରେସ ନୂଆ କମିଟିରେ ସ୍ଥାନ ପାଇଛନ୍ତି। ଗୌରବ ଗୋଗୋଇ, ନାସିର ହୁସେନ୍, ଦୀପା ଦାଶ ମୁନ୍ସି ମଧ୍ୟ କଂଗ୍ରେସ୍ ୱାର୍କିଂ କମିଟିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ବିଶେଷ ଆମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ପବନ ଖେରା, ସୁପ୍ରିୟା ଶ୍ରୀନେଟ ଏବଂ ଅଲକା ଲଂବା ଅଛନ୍ତି।

Rahul Gandhi Congress Working Committee Sachin Pilot Sonia Gandhi Congress Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe