Advertisment

ପଦ୍ମପୁର ଉପନିର୍ବାଚନ: କଂଗ୍ରେସ ଦେଲା ୧୩ ପ୍ରତିଶ୍ରୁତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସପକ୍ଷରେ ଭୋଟ୍ ଦେବାକୁ କଂଗ୍ରେସ ପଦାଧିକାରୀମାନେ ଆହ୍ୱାନ କରିବା ସହ ପଦ୍ମପୁରବାସୀଙ୍କୁ ଦଳ ପକ୍ଷରୁ ୧୩ଟି ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସ ପ୍ରାର୍ଥୀ ବିଜୟୀ ହେଲେ ଏହି ସବୁ ପ୍ରତିଶ୍ରୁତିକୁ ପୂରଣ କରାଯିବ ବୋଲି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଦଳ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଏକ ଇସ୍ତାହାର ମଧ୍ୟ ଜାରି ହୋଇଛି । ପିସିସି ସଭାପତି […]

ପଦ୍ମପୁର ଉପନିର୍ବାଚନ: କଂଗ୍ରେସ ଦେଲା ୧୩ ପ୍ରତିଶ୍ରୁତି

Congress

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସପକ୍ଷରେ ଭୋଟ୍ ଦେବାକୁ କଂଗ୍ରେସ ପଦାଧିକାରୀମାନେ ଆହ୍ୱାନ କରିବା ସହ ପଦ୍ମପୁରବାସୀଙ୍କୁ ଦଳ ପକ୍ଷରୁ ୧୩ଟି ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସ ପ୍ରାର୍ଥୀ ବିଜୟୀ ହେଲେ ଏହି ସବୁ ପ୍ରତିଶ୍ରୁତିକୁ ପୂରଣ କରାଯିବ ବୋଲି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଦଳ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଏକ ଇସ୍ତାହାର ମଧ୍ୟ ଜାରି ହୋଇଛି ।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଜେଡ଼ି ଓ ବିଜେପି ଉପନିର୍ବାଚନରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଫସଲବୀମା ନେଇ ଯେଉଁ କୁମ୍ଭୀର କାନ୍ଦଣା ବିଜେଡି ଓ ବିଜେପି କରୁଛନ୍ତି ତାହା ହାସ୍ୟାସ୍ପଦ । କେନ୍ଦ୍ର ଓ ରାଜ୍ୟରେ ଦୁଇ ଦଳ ସରକାରରେ ଥିବା ଓ ଉଭୟଙ୍କର ନୀତି ଓ ନିଷ୍ପତ୍ତି ଗୋଟିଏ ହୋଇଥିବାବେଳେ ଚାଷୀର ସ୍ୱାର୍ଥ କିପରି ବଳିପଡ଼ିଲା ତାହା ଆଜି ପ୍ରଶ୍ନବାଚୀ । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ଦାବି ବହୁ ପୁରୁଣା ହୋଇଥିଲେ ମଧ୍ୟ ଏବେ ଉପନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ତେଣୁ ଦଳର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ଜିତାଇବା ସେ ପଦ୍ମପୁରବାସୀଙ୍କୁ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

କଂଗ୍ରେସ ପକ୍ଷରୁ ଜାରି ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି:

୧. ପଦ୍ମପୁର ସବଡିଭିଜନକୁ ଜିଲ୍ଲାର ମାନ୍ୟତା ପାଇଁ ସଂଗ୍ରାମ ଜାରି ରହିବ ।
୨.ପାଇକମାଳକୁ ବିଜ୍ଞାପିତ ଅଂଚଳ ପରିଷଦରେ ପରିଣତ କରାଇବା ପାଇଁ ଚେଷ୍ଟା ବଳବତର ରହିବ ।
୩. ମେଲଛାମୁଣ୍ଡା ଏବଂ ଲଖମରାକୁ ବ୍ଲକ କରିବାପାଇଁ ପ୍ରଚେଷ୍ଟା ଜାରି ରହିବ ।
୪. ଚାଷୀର ଧାନର ସର୍ବନିମ୍ନ ମୂଲ୍ୟ ୨୬୦୦ ଟଙ୍କା ଏବଂ ବୀମା ରାଶି ମିଳିବା ପାଇଁ ପୂର୍ଣ୍ଣ ସହଯୋଗ ଓ ଦୃଢ଼ ପ୍ରଚେଷ୍ଟା କରିବି ।
୫. ବରଗଡ଼-ନୂଆପଡ଼ା ନୂତନ ରେଳ ଲାଇନ ଭାୟା ପଦ୍ମପୁର ପାଇଁ ଦାବି ଜୋର କରାଯିବ ।
୬. ଲଖମରା ଠାରେ ଅଙ୍ଗନଦୀରେ ଏକ ବ୍ୟାରେଜ ନିର୍ମାଣ କରି ଉଭୟ ପାଶ୍ୱର୍ରେ ମେଗା ଲିପ୍ଟ ଦ୍ୱାରା ପଦ୍ମପୁର ସହରକୁ ପିଇବା ପାଣି ଓ ଜଳସେଚନ ସୁବିଧା କରାଯିବ ।
୭. ଦିପ୍ତୀପୁର ମିଶନ ଡାକ୍ତରଖାନାର ପୁନରୁଦ୍ଧାର ପାଇଁ ଚେଷ୍ଟା ଜାରି ରହିବ ।
୮. ଦେବଦରହାକୁ ରାଜ୍ୟସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଚେଷ୍ଟା କରିବି ।
୯. ପଦ୍ମପୁର ଠାରେ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବ ।
୧୦. ନିର୍ବାଚନ ମଣ୍ଡଳୀରେ ଏକ କୃଷି ମହାବିଦ୍ୟାଳୟର ସ୍ଥାପନ ପାଇଁ ପ୍ରଚେଷ୍ଟା କରାଯିବ ।
୧୧. ଝାରବନ୍ଧ ଠାରେ ଯୁକ୍ତ ୨ ଓ ଯୁକ୍ତ ୩ ବିଜ୍ଞାନ କଲେଜ ପ୍ରତିଷ୍ଠା କରାଯିବ ।
୧୨. ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସରକାରୀ ଡାକ୍ତରଖାନାର ପଦପଦବୀ ପୂରଣ କରାଯିବ ।
୧୩. ନୃସିଂହନାଥ ତୀର୍ଥ କ୍ଷେତ୍ରକୁ ଜାତୀୟ ସ୍ତରର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ
ପାଇଁ ଚେଷ୍ଟା ଜାରି ରହିବ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe