Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ: ୨୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ହାଇପ୍ରୋଫାଇଲ ନୂଆଦିଲ୍ଲୀ ଆସନରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ। ପାଟପଡଗଞ୍ଜରୁ ଆମ ଆଦମୀ ପାର୍ଟିର ଅବଧ ଓଝାଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ପିସିସି ସଭାପତି ଅନୀଲ ଚୌଧୁରୀ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Sonia Gandhi, Kharge and Rahul Gandhi

Sonia Gandhi, Kharge and Rahul Gandhi

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ୨୧ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅନେକ ହେଭିୱେଟ ନେତାଙ୍କୁ ଟିକେଟ ଦେଇଛି ଦଳ। ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ବିଧାୟକ ଅନୀଲ ଚୌଧୁରୀଙ୍କୁ ପାଟପଡଗଞ୍ଜରୁ ଟିକେଟ ଦିଆଯାଇଛି। ଆମ୍ ଆଦମୀ ପାର୍ଟି ଏହି ଆସନରୁ ଅବଧ ଓଝାଙ୍କୁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାଟପଡଗଞ୍ଜ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଆସନ ଥିଲା।

Advertisment

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ତଥା ପୂର୍ବତନ ଲୋକସଭା ସାଂସଦ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରଥମ ପର୍ଯ୍ୟାୟ ତାଲିକାରେ ମୈଦାନକୁ ଓହ୍ଲାଇଛି କଂଗ୍ରେସ। ତାଙ୍କୁ ହାଇପ୍ରୋଫାଇଲ ନୂଆଦିଲ୍ଲୀ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ଦଳ। ବଦଲି ଆସନ ପାଇଁ ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବଙ୍କୁ ଚୟନ କରାଯାଇଥିବାବେଳେ ଦଳର ମୁଖପାତ୍ର ରାଗିଣୀ ନାୟକଙ୍କୁ ୱାଜିରପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନୋନୀତ କରାଯାଇଛି। ସେହିଭଳି କସ୍ତୁରବା ନଗରରୁ ଅଭିଷେକ ଦତ୍ତଙ୍କୁ ପ୍ରାର୍ଥୀ କରିଛି ଦଳ।

Advertisment

ସମ୍ଭବତଃ ଫେବୃଆରୀ ୨୦୨୫ରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଦଳର ଶୀର୍ଷ ନେତୃତ୍ୱ ପ୍ରଥମ ପର୍ଯ୍ୟାୟରେ ୨୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ପ୍ରଥମେ ଇଣ୍ଡିଆ ମେଣ୍ଟ ସହଯୋଗୀ ଭାବେ ବିଜେପି ବିରୋଧରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଏହାପରେ ଦିଲ୍ଲୀରେ ଆପ୍-କଂଗ୍ରେସ-ବିଜେପି ମଧ୍ୟରେ ତ୍ରିମୁଖୀ ଲଢ଼େଇ ସ୍ପଷ୍ଟ ହୋଇଛି।

Congress Aam Aadmi Party Congress Candidates List Delhi Assembly Election Delhi Politics