Advertisment

ଘର ସଜାଡ଼ିଲା କଂଗ୍ରେସ; ମୋକିମ, ଚିରଞ୍ଜୀବୀଙ୍କ ଉପରୁ ହଟାଇଲା ନିଲମ୍ବନ

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ ଓ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ହଟାଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ।

ଅଦ୍ୟତନ ହୋଇଛି
chiranjeev and Mohammed Moquim

chiranjeev and Mohammed Moquim

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଘର ସଜାଡ଼ିଲା କଂଗ୍ରେସ। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି ରାଜ୍ୟ କଂଗ୍ରେସ। ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହାର କରିନିଆଯାଇଛି। ଏ ସଂପର୍କରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ଅଜୟ କୁମାର ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ମୋକିମ୍ ଓ ଚିରଞ୍ଜୀବୀ ତାଙ୍କୁ ସାକ୍ଷାତ କରିଥିଲେ।

Advertisment

ଦଳ ବିରୋଧୀ କାର୍ଯ୍ୟ ପାଇଁ ଚିରଞ୍ଜୀବୀ ଓ ମୋକିମଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ସେହିପରି ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା।

 ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ହୁଇପକୁ ଅମାନ୍ୟ କରି ବିଧାୟକ ମୋକିମ୍ ସେତେବେଳେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ସେ ପିସିସି ସଭାପତି ପଦ ଆଶାୟୀ ଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନଥିଲା ଓ ସଂଗଠନର ପରିଚାଳନାକୁ ନେଇ ସେ ଗଣମାଧ୍ୟମ ଆଗରେ ନିଜର କ୍ଷୋଭ ବ୍ୟକ୍ତ କରିଥିଲେ।

Advertisment

ସେହିପରି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନର ମାତ୍ର ୩ ଦିନ ପୂର୍ବରୁ ମୋକିମଙ୍କ ଦ୍ୱାରା ଭୁବନେଶ୍ୱରରେ ‘ଜାନକୀ-ବସନ୍ତ ଯୋଡ଼ି, ଓଡ଼ିଶାରେ ସୁବର୍ଣ୍ଣ ଯୁଗ’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଚିରଞ୍ଜିବୀ ବର୍ତ୍ତମାନର କଂଗ୍ରେସର ସାଂଗଠନିକ ସ୍ଥିତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଉଭୟଙ୍କ ନାଁରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇଥିଲା ଓ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଉଭୟ ନେତାଙ୍କଠୁ ଯେଉଁ ଉତ୍ତର ମିଳିଥିଲା ତାହା ସନ୍ତୋଷଜନକ ନଥିଲା। ତେଣୁ ଉଭୟ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିବା କାରଣରୁ ତତ୍କାଳ ପ୍ରଭାବରୁ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଥିଲା।

ସେହିପରି ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ୨୦୧୯ ମସିହାରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।  ତାଙ୍କୁ ଉପରୁ ଏହି ଆଦେଶ ପ୍ରତ୍ୟାହାର କରାଯାଇଥିବା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

ନିଲମ୍ବନ ହଟିବା ପରେ ମହମ୍ମଦ ମୋକିମ କହିଛନ୍ତି, ମୁଁ ଏଥିପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଧନ୍ୟବାଦ ଜଣାଉଛି। ଆଲୋଚନା ମାଧ୍ୟମରେ ମୋ ଉପରୁ ନିଲମ୍ବନ ଉଠାଯାଇଛି।

ସେ ଆହୁରି କହିଛନ୍ତି,  କଂଗ୍ରେସ ପରିବାରର ମୁଁ ସଦସ୍ୟ ଥିଲି। କଂଗ୍ରେସ ସହ ମୁଁ ରହିଛି ଓ ଆଗକୁ ମଧ୍ୟ ରହିବି। ମୋର ଦଳ ପ୍ରତି ଯେଉଁ କର୍ତ୍ତବ୍ୟ ରହିଛି,ତାହା ମୁଁ କରିବି। କଂଗ୍ରେସକୁ  ଦୃଢ଼ କରିବା ପାଇଁ ସବୁ କାର୍ଯ୍ୟକ୍ରମ କରିବି। ଓଡ଼ିଶାବାସୀ ଯେଉଁ ପରିବର୍ତ୍ତନ ଚାହୁଁଛନ୍ତି, ତାର ସୂତ୍ରଧର ହେବ କଂଗ୍ରେସ।

Congress Chiranjeev Biswal And Mohammed Moquim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe