Advertisment

କର୍ଣ୍ଣାଟକାରେ ହେବ କି ନେତୃତ୍ୱ ପରିବର୍ତ୍ତନ? ଜବାବ ରଖିଲା କଂଗ୍ରେସ

ଡିକେ ଶିବ କୁମାରଙ୍କ ସମର୍ଥକମାନେ ତାଙ୍କୁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ କରାଯିବାର ସମୟ ଆସି ଯାଇଥିବା ମତ ରଖିଥିଲେ। କଂଗ୍ରେସ ବିଧାୟକ ଇକବାଲ ହୁସେନ ଆଜି ଦାବି କରିଥିଲେ ଯେ ଡିକେ ଶିବ କୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ୧୦୦ରୁ ଅଧିକ ବିଧାୟକ ଚାହୁଁଛନ୍ତି।

Congress

Congress

Advertisment

କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସ୍ଥାନରେ ଡିକେ ଶିବ କୁମାରଙ୍କୁ ଦାୟିତ୍ୱ ଦେବାକୁ କଂଗ୍ରେସ ବିଚାର କରୁଛି। ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ସିଦ୍ଦରମୈୟା ଓ ଶିବ କୁମାରଙ୍କ କ୍ୟାମ୍ପରେ ହଲଚଲ ସୃଷ୍ଟି ହୋଇଥିଲା। ଶିବ କୁମାରଙ୍କ କ୍ୟାମ୍ପ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ସପକ୍ଷରେ ମତ ରଖିଥିଲା। ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ କଂଗ୍ରେସ ପକ୍ଷରୁ ଜବାବ ଦିଆଯାଇଛି।

Advertisment

କଂଗ୍ରେସର ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେୱାଲା ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିବା ସହ ଏ ପ୍ରସଙ୍ଗରେ କୌଣସି ବିଚାର ବିମର୍ଶ ହେଉ ନଥିବା ସ୍ପଷ୍ଟ କରିଛନ୍ତି।

ସୂର୍ଯ୍ୟେୱାଲାଙ୍କ ବୟାନ ପୂର୍ବରୁ ଡିକେ ଶିବ କୁମାରଙ୍କ ସମର୍ଥକମାନେ ତାଙ୍କୁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ କରାଯିବାର ସମୟ ଆସି ଯାଇଥିବା ମତ ରଖିଥିଲେ। କଂଗ୍ରେସ ବିଧାୟକ ଇକବାଲ ହୁସେନ ଆଜି ଦାବି କରିଥିଲେ ଯେ ଡିକେ ଶିବ କୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ୧୦୦ରୁ ଅଧିକ ବିଧାୟକ ଚାହୁଁଛନ୍ତି।

Advertisment

ହୁସେନ କହିଥିଲେ, “ଏହା କେବଳ ପରିବର୍ତ୍ତନ କଥା ନୁହେଁ। ଅଧିକାଂଶ ବିଧାୟକ ପ୍ରଭାବିତ କରି ପାରୁ ଥିବା ପ୍ରୀଶାସନ ଚାହୁଁଛନ୍ତି। ଶିବ କୁମାର ସୁଯୋଗ ପାଇବାକୁ ହକଦାର। ସେ ଦଳକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।”

ତାଙ୍କର ଏପରି ମତ ପରେ ସୂର୍ଯ୍ୟେୱାଲା ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ତାଙ୍କ କହିବା କଥା ଯେ ଯଦି କୌଣସି ବିଧାୟକ ଚିନ୍ତିତ, ତା’ହେଲେ ସେ ନିଜର ମତାମତ ଦଳ ଭିତରେ ଓ ସରକାରଙ୍କ ଆଗରେ ଉପସ୍ଥାପନ କରିପାରିବେ। ବିକାଶ ପାଇଁ ରାଜ୍ୟ ପାଖରେ ଆବଶ୍ୟକ ପାଣ୍ଠି ରହିଥିବା ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଶିବ କୁମାର ସ୍ପଷ୍ଟ କରି ସାରିଛନ୍ତି ବୋଲି ସେ ମତ ରଖିଥିଲେ।

Karnataka DK Shivakumar Siddaramaiah Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe