Advertisment

ହରିୟାଣା ବିପର୍ଯ୍ୟୟ ପରେ ମହାରାଷ୍ଟ୍ର ନେତାଙ୍କୁ କଡ଼ା ୱାର୍ଣ୍ଣିଂ ଦେଲା କଂଗ୍ରେସ

ବିଜେପି କେମିତି ଜାତି ଓ ସଂପ୍ରଦାୟ ଆଧାରରେ ଭୋଟକୁ ଭାଗ କରୁଛି ଓ ସରକାରୀ ବିରୋଧୀ ଆହ୍ୱାର ଭୋଟକୁ ଭାଗ କରିବା ପାଇଁ କେମିତି ମହା ବିକାଶ ଅଘାଡ଼ି ବିରୋଧରେ ପ୍ରାର୍ଥୀ ହେଉଥିବା ବିଦ୍ରୋହୀଙ୍କୁ ଢାଲ କରୁଛି, ସେକଥା ମଧ୍ୟ ବୈଠକରେ ଆଲୋଚନା ହୋଇଛି।

author-image
Hemant Lenka
Congress

Congress

ଶାଳୀନତା ଓ ଅଧିକ ଆତ୍ମବିଶ୍ୱାସ ପ୍ରତି ସତର୍କ ରହିବାକୁ ମହାରାଷ୍ଟ୍ରର ଦଳୀୟ ନେତାଙ୍କୁ ସତର୍କ କରାଇଛି କଂଗ୍ରେସ। ହରିୟାଣାରେ କଂଗ୍ରେସ ଅଧିକ ଆତ୍ମବିଶ୍ୱାସ ଦେଖାଇବାରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେଣୁ ଆଗକୁ ଅନୁଷ୍ଠିତ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭାରେ ସେମିତି କିଛି ନ ଘଟୁ ବୋଲି କଂଗ୍ରେସ ଆଶା କରୁଛି।

Advertisment

ଏଥିପାଇଁ ଦଳୀୟ ନେତାଙ୍କୁ ଶାଳୀନତା ରଖିବାକୁ କୁହାଯାଇଛି। ଏଥିସହ କେହି ବି ଯେମିତି ଓଭରକନଫିଡେନ୍ସ ନ ହେବେ, ସେଥିପାଇଁ ସଚେତନ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ଜଣାପଡ଼ିଛି।

ମହାରାଷ୍ଟ୍ର କଂଗ୍ରେସର ତୁଙ୍ଗ ନେତାମାନେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଦିଲ୍ଲୀ ସ୍ଥିତ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ଏକାଠି ହୋଇଥିଲେ। ବୈଠକରେ କଂଗ୍ରେସ ହାଇକମାଣ୍ଡ ବେଶ ବିସ୍ତୃତ ଭାବେ ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଦଳର ନେତାମାନଙ୍କ ସହ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରେ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ହେବ। ତେଣୁ କଂଗ୍ରେସ ମହାରାଷ୍ଟ୍ରରେ କମବ୍ୟାକର ଲକ୍ଷ୍ୟ ରଖିଛି।

Advertisment

ଆଜିର ବୈଠକରେ ଖଡଗେଙ୍କ ସହ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ। ଉଭୟ ଦଳୀୟ ନେତାଙ୍କୁ ଗୋଟିଏ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସେମାନେ ମହାରାଷ୍ଟ୍ରର ନେତାମାନଙ୍କୁ ଅଧିକ ଆତ୍ମବିଶ୍ୱାସ ଦେଖାଇବାକୁ ବାରଣ କରିଛନ୍ତି। ଏଥିସହ ସମସ୍ତେ ଏକାଠି ରୁହନ୍ତୁ ଓ କଠିନ ପରିଶ୍ରମ କରି ମହାରାଷ୍ଟ୍ରର ମେଣ୍ଟ ସରକାରଙ୍କୁ ପରାସ୍ତ କରିବା ପାଇଁ ଚେଷ୍ଟା କରନ୍ତୁ। ହେଲେ ରାହୁଲ କିମ୍ବା ଖଡଗେ ସିଧାସଳଖ ହରିୟାଣା ନିର୍ବାଚନର ଫଳାଫଳ କଥା ଆଦୌ ବୈଠକରେ ଉଠାଇ ନଥିଲେ।

ବୈଠକରେ କଂଗ୍ରେସର ନିର୍ବାଚନ ରଣନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। କଂଗ୍ରେସ ନିର୍ବାଚନ ରଣନୀତିଜ୍ଞ ସୁନୀଲ କାନୁଗୋଲୁ ନେତାମାନଙ୍କୁ ମହାରାଷ୍ଟ୍ରର ଜାତି ଓ ସଂପ୍ରଦାୟର ସଂଖ୍ୟା ଏବଂ ଭୌଗଳିକ ଉପସ୍ଥିତି ସମ୍ପର୍କରେ କହିଥିଲେ। ଏଥିସହ ସେ କେମିତି ଲୋକଙ୍କ ପାଖରେ ପହଞ୍ଚିବାକୁ ହେବ, ସେକଥା ମଧ୍ୟ ସମସ୍ତଙ୍କୁ କହିଛନ୍ତି।

ମହାରାଷ୍ଟ୍ର ପାଇଁ ନିର୍ବାଚନୀ ଇସ୍ତାହାରରେ କ’ଣ ସବୁ ରହିବ, ତା’ର ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଛି। ଇସ୍ତହାର ପ୍ରସ୍ତୁତି ପାଇଁ କଂଗ୍ରେସ ଓ ଏହାର ମହରାଷ୍ଟ୍ର ସହଯୋଗୀମାନେ ମୁମ୍ବାଇରେ ଗୋଟିଏ ବୈଠକ କରି ସାରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି କେମିତି ଜାତି ଓ ସଂପ୍ରଦାୟ ଆଧାରରେ ଭୋଟକୁ ଭାଗ କରୁଛି ଓ ସରକାରୀ ବିରୋଧୀ ଆହ୍ୱାର ଭୋଟକୁ ଭାଗ କରିବା ପାଇଁ କେମିତି ମହା ବିକାଶ ଅଘାଡ଼ି ବିରୋଧରେ ପ୍ରାର୍ଥୀ ହେଉଥିବା ବିଦ୍ରୋହୀଙ୍କୁ ଢାଲ କରୁଛି, ସେକଥା ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବିଜେପିର ଏପରି ରଣନୀତିକୁ କାଉଣ୍ଟର କରିବା ପାଇଁ କଂଗ୍ରେସ ଗୋଟିଏ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Congress Maharashtra Politics Mallikarjun Kharge