Advertisment

ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।

MVA

MVA

Advertisment

ମହାରାଷ୍ଟ୍ରରେ କଂଗ୍ରେସର ଅଧିକ ଆତ୍ମବିଶ୍ୱାସ ଓ ସିଟ ଶେୟାରିଂ ବେଳେ କଂଗ୍ରେସର ଆଭିମୁଖ୍ୟ ନିର୍ବାଚନରେ ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ିକୁ କ୍ଷତି ପହଞ୍ଚାଇଛି। କିଛି ଏଭଳି ଢଙ୍ଗରେ ମତ ରଖି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।

Advertisment

ଉଦ୍ଧବ ଠାକରେଙ୍କ ଶିବସେନାର ଅମ୍ବାଦାସ ଦାନଭେ ଏପରି ମତ ରଖିଛନ୍ତି। ଦାନଭେ ମହାରାଷ୍ଟ୍ର ବିଧାନ ପରିଷଦର ବିରୋଧୀ ଦଳ ନେତା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ତାଙ୍କ କହିବା କଥା ଯେ ମହା ବିକାଶ ଅଘାଡ଼ି ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରିବାର ଥିଲା।

ସେ କହିଛନ୍ତି, “ ଲୋକସଭା ନିର୍ବାଚନ ପରେ କଂଗ୍ରେସ ହରିୟାଣା ଓ ଜମ୍ମୁ-କଶ୍ମୀର ଭଳି ମହାରାଷ୍ଟ୍ରରେ ମଧ୍ୟ ଅତ୍ୟଧିକ ଆତ୍ମବିଭୋର/ଆତ୍ମବିଶ୍ୱାସ ହୋଇପଡ଼ିଥିଲା। ଏହା ନିର୍ବାଚନ ଫଳାଫଳରେ ମଧ୍ୟ ଦେଖିବାକୁ ମିଳିଛି। ସିଟ ଶେୟାରିଂ ବୁଝାମଣା ବେଳେ କଂଗ୍ରେସର ଆଭିମୁଖ୍ୟ ଆମକୁ ଆଘାତ ପହଞ୍ଚାଇଥିଲା।

Advertisment

ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆଗକୁ ଆଣିବାର ଥିଲା। ହେଲେ ଏମିତି ନ ହେବାରୁ ଆମ କ୍ଷତି ସହିଛୁ। ଯଦି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଚେହେରା ହୋଇଥାଆନ୍ତେ, ତା’ହେଲେ ରେଜଲ୍ଟ ନିଶ୍ଚିତ ଭାବେ ଭିନ୍ନ ହୋଇଥାଆନ୍ତା। ରେଜଲ୍ଟ ଆସିବା ଆଗରୁ କଂଗ୍ରେସ ସୁଟ ଓ ଟାଇ ସହ ରେଡ୍ଡୀ ହୋଇ ରହିଥିଲା। କଂଗ୍ରେସର ଅଧିକ ଆତ୍ମବିଶ୍ୱାସ ଯୋଗୁ ଏମଭିଏକୁ ପରାସ୍ତ ହେବାକୁ ପଡ଼ିଛି।”

ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ମହାରାଷ୍ଟ୍ରରେ ଏକାକୀ ୧୩ଟି ଆସନ ଜିତିଥିଲା। ଏହା ମହା ବିକାଶ ଅଘାଡ଼ିରେ ଥିବା ଦଳଗୁଡ଼ିକ ମଧ୍ୟରେ ସର୍ବାଧିକ। ଲୋକସଭାର ସଫଳତା ଆଧାରରେ କଂଗ୍ରେସର ମହାରାଷ୍ଟ୍ର ମୁଖିଆ ନାନା ପାଟୋଲେ ସିଟ ଶେୟାରିଂ ବୁଝମଣା ବେଳେ ଅଧିକ ଆସନ ପାଇଁ ଜିଦ କରିଥିଲେ।

କଂଗ୍ରେସ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକାକୀ ୧୦୩ଟି ଆସନରେ ଲଢ଼ିଥିବା ବେଳେ ୧୬ଟିରେ ଜିତି ପାରିଛି। ଉଦ୍ଧବ ସେନା ୮୯ଟି ଆସନରେ ଲଢ଼ି ୨୦ଟି ଓ ଶରଦ ପାୱାରଙ୍କ ଏନସିପି ୮୭ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କେବଳ ୧୦ଟି ସିଟ ଜିତି ପାରିଛି।

Maharashtra Politics Maharashatra Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe