ଛତିଶଗଡ କଂଗ୍ରେସ ନେତ୍ରୀ ରାଧିକା ଖେଡ଼ାଙ୍କ ଇସ୍ତଫା। ସେ ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇଛନ୍ତି। ରାଜ୍ୟ ପାର୍ଟି ୟୁନିଟ ତାଙ୍କୁ ଅସମ୍ମାନିତ କରିଥିବା ନିକଟରେ ଅଭିଯୋଗ କରିଥିଲେ।
ଇସ୍ତଫା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଧିକା। ସେ ଏକ୍ସ ପୋଷ୍ଟରେ ଲେଖିଛନ୍ତି, "ଅତି ଦୁଃଖର ସହ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି। ୨୨ ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ପରେ ମୋତେ ବିରୋଧର ସାମ୍ନା କରିବାକୁ ପଡିଛି। ଏହାର ମୁଖ୍ୟ ହେଉଛି କାରଣ ମୁଁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିଲି।"
ପ୍ରକାଶ ଥାଉକି, ଖେଡ଼ା ନିକଟରେ କଂଗ୍ରେସ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ରାଜ୍ୟ ପାର୍ଟି ୟୁନିଟ ତାଙ୍କୁ ଅସମ୍ମାନିତ କରିଥିବା ସେ କହିଥିଲେ। ଏପରି ଅଭିଯୋଗ ଆଣିବା ପରେ ମଧ୍ୟ ତାଙ୍କୁ ସାନ୍ତ୍ୱନା କିମ୍ବା ନ୍ୟାୟ ମିଳିନଥିଲା। ତେଣୁ ଦୁଃଖର ସହ ଦଳ ଏବଂ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି ବୋଲି ରାଧିକା କହିଛନ୍ତି।
ଏକ୍ସ ପୋଷ୍ଟରେ ରାଧିକା କହିଛନ୍ତି, "ମୁଁ ଜଣେ ଝିଅ, ଆଉ ମୁଁ ନିଜେ ଲଢିପାରିବି। ଏବେ ମୁଁ ଠିକ୍ ତାହା କରୁଛି। ଦେଶବାସୀଙ୍କ ପାଇଁ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବି।"
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।