Advertisment

ଦଳରେ ଅସମ୍ମାନିତ ହୋଇଥିବା ଅଭିଯୋଗ ଆଣିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ରାଧିକା ଖେଡ଼ା

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିଲି ବୋଲି ଦଳରେ ବିରୋଧର ସାମ୍ନା କରିବାକୁ ପଡିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Radhika Khera

Radhika Khera

Advertisment

ଛତିଶଗଡ କଂଗ୍ରେସ ନେତ୍ରୀ ରାଧିକା ଖେଡ଼ାଙ୍କ ଇସ୍ତଫା। ସେ ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇଛନ୍ତି। ରାଜ୍ୟ ପାର୍ଟି ୟୁନିଟ ତାଙ୍କୁ ଅସମ୍ମାନିତ କରିଥିବା ନିକଟରେ ଅଭିଯୋଗ କରିଥିଲେ। 

Advertisment

ଇସ୍ତଫା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଧିକା। ସେ ଏକ୍ସ ପୋଷ୍ଟରେ ଲେଖିଛନ୍ତି, "ଅତି ଦୁଃଖର ସହ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି। ୨୨ ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ପରେ ମୋତେ ବିରୋଧର ସାମ୍ନା କରିବାକୁ ପଡିଛି। ଏହାର ମୁଖ୍ୟ ହେଉଛି କାରଣ ମୁଁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିଲି।" 

ପ୍ରକାଶ ଥାଉକି, ଖେଡ଼ା ନିକଟରେ କଂଗ୍ରେସ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ରାଜ୍ୟ ପାର୍ଟି ୟୁନିଟ ତାଙ୍କୁ ଅସମ୍ମାନିତ କରିଥିବା ସେ କହିଥିଲେ। ଏପରି ଅଭିଯୋଗ ଆଣିବା ପରେ ମଧ୍ୟ ତାଙ୍କୁ ସାନ୍ତ୍ୱନା କିମ୍ବା ନ୍ୟାୟ ମିଳିନଥିଲା। ତେଣୁ ଦୁଃଖର ସହ ଦଳ ଏବଂ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି ବୋଲି ରାଧିକା କହିଛନ୍ତି। 

Advertisment

ଏକ୍ସ ପୋଷ୍ଟରେ ରାଧିକା କହିଛନ୍ତି, "ମୁଁ ଜଣେ ଝିଅ, ଆଉ ମୁଁ ନିଜେ ଲଢିପାରିବି। ଏବେ ମୁଁ ଠିକ୍ ତାହା କରୁଛି। ଦେଶବାସୀଙ୍କ ପାଇଁ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବି।"

Radhika Khera Resigned Radhika Khera Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe