Advertisment

ସେବେ ସେକ୍ସ ଭିଡିଓ, ଏବେ ଅଡିଓ ଟେପ୍ : କଂଗ୍ରେସ କହିଲା କିଏ ସେ ବିଜେଡି ବିଧାୟକ ଓ ଝିଅ, ତଦନ୍ତ କରୁ ପୁଲିସ୍‌

ଶ୍ରୀ ବେହେରା କଟାକ୍ଷ କରି କହିଛନ୍ତି ଯେ, ଏହି ବିଧାୟକଙ୍କର ପୂର୍ବରୁ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କୁ ବିଜେଡି ମେୟରରୁ ବିଧାୟକକୁ ପଦୋନ୍ନତି।

author-image
Ordigital Desk
ଅଦ୍ୟତନ ହୋଇଛି
politics

politics

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ବିଧାୟକ ପୁଣି ବିବାଦରେ। ୨୦୧୬ ମସିହାର ସେକ୍ସ ଭିଡିଓ ଭାଇରାଲକୁ ନେଇ ବିବାଦରେ ଥିବା ଏହି ବିଧାୟକ ପୁଣିଥରେ ଜଣେ କଲେଜ ପଢ଼ୁଆ ଝିଅ ସହ ୩ମିନିଟ୍ ୧୧ ସେକେଣ୍ଡର ଅଡିଓକୁ ନେଇ ବିବାଦୀୟ ହୋଇପଡ଼ିଛନ୍ତି। ସମ୍ପୃକ୍ତା ଝିଅଙ୍କ ସହ ବିଧାୟକଙ୍କ କଥାବାର୍ତ୍ତା ଶୈଳୀରୁ ଉଭୟ ପରିଚିତ ବୋଲି କଂଗ୍ରେସ ଦାବି କରିଛି। ଏହାସହିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ସମ୍ପର୍କରେ ସମ୍ପୃକ୍ତ ଝିଅ ଅନେକ କିଛି ଜାଣିଥାଇପାରନ୍ତି ଓ ବିଧାୟକଙ୍କୁ ସେ ଏଭଳି କାହିଁକି ବ୍ୟବହାର କରୁଛନ୍ତି ତା’ର ସମଗ୍ର ଘଟଣାକ୍ରମର ତଦନ୍ତ କରାଯାଉ ବୋଲି ଯୁବକଂଗ୍ରେସ ଦାବି କରିଛି। ସମ୍ପୃକ୍ତ ବିଧାୟକଙ୍କ କଣ୍ଠସ୍ୱରରୁ ସେ ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭଳି ଲାଗୁଥିବା କଂଗ୍ରେସ କହିଛି। ମା’ଙ୍କୁ ସମ୍ମାନ କଥା କହୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ କାହିଁକି ଏ ସମ୍ପୂର୍ଣ୍ଣ ଘଟଣାରେ ନିରବ  ଓ ପ୍ରଶାସନ ଶିଥିଳ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ମହିଳା ଓ ବିଶେଷକରି ଝିଅମାନଙ୍କ ପାଇଁ ନବୀନ ସରକାର ନିଷ୍ଠୁର ହୋଇଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ନିହାର ରଞ୍ଜନ ବେହେରା ଓ ସୁଦୀପ ସାମଲ ୩.୧୧ ସେକେଣ୍ଡର ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଯେଉଁଥିରେ ଭୁବନେଶ୍ୱରର ଜଣେ ବିଜେଡି ବିଧାୟକଙ୍କୁ କାହିଁକି ଏଭଳି ଘୃଣ୍ୟ ଓ ହୀନ କାମ କଲେ ବୋଲି ପ୍ରଶ୍ନ କରୁଛନ୍ତି। ଗୋଟିଏ ପରିବାର ନଷ୍ଟ ହୋଇଗଲା ଓ ଦୁଇ ଦୁଇଟି ଝିଅଙ୍କ ଜୀବନ ଚାଲିଯିବାକୁ ବସିଲାଣି ବୋଲି କହିଥିଲେ। ସମୟ ଆସିବ ଆପଣଙ୍କ ଏହି କାର୍ଯ୍ୟର ପର୍ଦ୍ଦାଫାସ ହେବ ଓ ସାରା ଓଡ଼ିଶା ଆପଣଙ୍କର ଘୃଣ୍ୟ କାମକୁ ଜାଣିବ। ଏଭଳି କିଛି କଥା ସମ୍ପୃକ୍ତା ଯୁବତୀ କହୁଥିବାର ଶୁଣିବାକୁ ମିଳୁଛି। ଏହି କଥାବାର୍ତ୍ତା ରେକର୍ଡ ହେଉଥିବା ଜାଣି ବିଧାୟକ ମଧ୍ୟ ତାଙ୍କ ସହ କଥା ହୋଇ ତାଙ୍କ ବିରୁଦ୍ଧରେ ଯେଉଁଠି ଇଚ୍ଛା ଅଭିଯୋଗ କର ବୋଲି ବେପରୁୱା ଭାବେ କହୁଛନ୍ତି। ତେବେ ବିଧାୟକଙ୍କ ସହ କେଉଁ ପରିସ୍ଥିତିରେ ଜଣେ ଅଜଣା ଯୁବତୀ ୩.୧୧ ମିନିଟ୍ କଥା ହେବ ଓ ଏତେ ସବୁ ସିଧାସଳଖ ଅଭିଯୋଗ କରିବ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଶ୍ରୀ ବେହେରା କହିଛନ୍ତି ଯେ, ଅଡିଓ ଟେପରେ ସମ୍ପୃକ୍ତ ବିଧାୟକ ଝିଅମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ଝିଅଟି କହୁଛି। ତେଣୁ କେଉଁ ଝିଅଙ୍କ ଜୀବନ ସହ ବିଧାୟକ ଖେଳୁଛନ୍ତି ତାହା ରାଜ୍ୟବାସୀ ଜାଣିବା ଦରକାର। ସେ ଝିଅ ଜୀବିତ କି ନାହିଁ ତାହା ମଧ୍ୟ ପୁଲିସ ଲୋକଲୋଚନକୁ ଆଣୁ। ଅଡିଓ ଟେପରେ ଯେଉଁ ଝିଅର କଣ୍ଠସ୍ୱର ରହିଛି ସେ କ’ଣ ବିଜେବି କଲେଜରେ ଆତ୍ମହତ୍ୟା କରିଥିବା ଛାତ୍ରୀ ରୁଚିକା ମହାନ୍ତିଙ୍କ ସାଙ୍ଗ କି? ପୁଲିସ ଡିସିପି ତୁରନ୍ତ ଏହି ଅଡିଓ ଟେପକୁ ଯାଂଚ କରନ୍ତୁ ଓ ସମ୍ପୃକ୍ତା ଝିଅଙ୍କୁ ଲୋକଲୋଚନକୁ ଆଣିବା ସହ ବିଧାୟକଙ୍କର ରୁଚିକା ଆତ୍ମହତ୍ୟା ମାମଲାରେ କ’ଣ ସମ୍ପର୍କ ରହିଛି ତାହା ତଦନ୍ତ କରନ୍ତୁ। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୁଲିସ ରୁଚିକାର ମୋବାଇଲ୍ ଫୋନକୁ ତଦନ୍ତ ପାଇଁ ସିଙ୍ଗାପୁର ପଠାଇଥିଲା। ମାତ୍ର ସେ ମୋବାଇଲ ଫୋନରେ କେଉଁ ତଥ୍ୟ ଥିଲା ତାହା ଏବେବି ଅସ୍ପଷ୍ଟ। ପୁଲିସ ରାଜଧାନୀ ଭୁବନେଶ୍ୱରର ୩ ବିଜେଡି ବିଧାୟକଙ୍କ ସ୍ୱର ନମୂନା ସଂଗ୍ରହ କରି ଏହା କେଉଁ ବିଧାୟକଙ୍କ କଣ୍ଠସ୍ୱର ଓ ସମ୍ପୃକ୍ତ ଝିଅ କାହିଁକି ତାଙ୍କୁ ଏଭଳି କହୁଛି ତାହା ଯାଂଚ କରୁ ବୋଲି ଯୁବ କଂଗ୍ରେସ ଦାବି କରୁଛି।

Advertisment

ଶ୍ରୀ ବେହେରା କଟାକ୍ଷ କରି କହିଛନ୍ତି ଯେ, ଏହି ବିଧାୟକଙ୍କର ପୂର୍ବରୁ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କୁ ବିଜେଡି ମେୟରରୁ ବିଧାୟକକୁ ପଦୋନ୍ନତି ଦେଲା। ଏବେ ଏହି ଅଡିଓ ଟେପ୍ ଭାଇରାଲ ହେଉଛି ତାଙ୍କୁ ବିଧାୟକରୁ ମୁଖ୍ୟମନ୍ତ୍ରୀ କରୁ। ମାତ୍ର ଝିଅମାନଙ୍କୁ ନ୍ୟାୟ ମିଳୁ। ଯୁବ କଂଗ୍ରେସ ଖୁବଶୀଘ୍ର ସମ୍ପୃକ୍ତ ଝିଅକୁ ଗଣମାଧ୍ୟମ ସମ୍ମୁଖକୁ ଆଣିବ। ସେ ତାଙ୍କର ବୟାନ ଗଣମାଧ୍ୟମରେ ରଖିବେ। ଯୁବ କଂଗ୍ରେସ ଏହି ଅଡିଓ ଟେପର ଦ୍ୱିତୀୟ ଓ ତୃତୀୟ ପାର୍ଟ ମଧ୍ୟ ଖୁଲାସା କରିବ। ଆଉ ବିଜୁ ଜନତା ଦଳର ନେତାମାନଙ୍କର ଅସଲ ଚରିତ୍ର ରାଜ୍ୟବାସୀ ଜାଣିପାରିବେ ବୋଲି ସେ କହିଛନ୍ତି ପୁଲିସ ତୁରନ୍ତ ତଦନ୍ତ କରୁ ନଚେତ୍ ଯୁବ କଂଗ୍ରେସ ବାଧ୍ୟ ହୋଇ ଡିସିପି ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବୋଲି ସେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୬ ଡିସେମ୍ବର ମାସରେ ମେୟର ଥିବାବେଳେ ଏହି ବିଧାୟକଙ୍କର ଏକ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ଏହାସହିତ ଜଣେ ଇଞ୍ଜିନିୟରିଂ ଛାତ୍ରର ସନ୍ଦେହଜନକ ମୃତ୍ୟୁ ମଧ୍ୟ ହୋଇଥିଲା। କ୍ରାଇମବ୍ରାଂଚ ଏହି ଘଟଣାର ତଦନ୍ତ କରିଥିଲେ ମଧ୍ୟ ପ୍ରକୃତ ତଥ୍ୟ ଏପର୍ଯ୍ୟନ୍ତ ପଦାକୁ ଆସିପାରିନି।

Congress Bjd Mla