Advertisment

କଂଗ୍ରେସକୁ ମିଳିଲା ପୁଣି ଆୟକର ବିଭାଗର ୨ଟି ନୋଟିସ!

ଟିକସ ପୈଠ ନ କରିବା ଅଭିଯୋଗରେ ଆୟକର ବିଭାଗ ପ୍ରଥମେ କଂଗ୍ରେସକୁ ୧୮୨୩.୦୮ କୋଟି ଟଙ୍କାର ଫାଇନ ଲାଗୁ କରିଥିଲା।

Congress

Congress

Advertisment

ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଅଡ଼ୁଆ ସେତିକି ବଢ଼ିବାରେ ଲାଗିଛି। ଶୁକ୍ରବାର ରାତିରେ କଂଗ୍ରେସକୁ ଆୟକର ବିଭାଗ ପୁଣି ଦୁଇଟି ନୋଟିସ ପଠାଇଛି।

Advertisment

ଟିକସ ପୈଠ ନ କରିବା ଅଭିଯୋଗରେ ଆୟକର ବିଭାଗ ପ୍ରଥମେ କଂଗ୍ରେସକୁ ୧୮୨୩.୦୮ କୋଟି ଟଙ୍କାର ଫାଇନ ଲାଗୁ କରିଥିଲା। ଏବେ ଦଳ ପାଖକୁ ଆୟକର ବିଭାଗ ଆଉ ୨ଟି ନୋଟିସ ପଠାଇଥିବା କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି।

ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଗତ ରାତିରେ ଆଉ ଦୁଇଟି ନୋଟିସ ଆସିଛି। ଶୁକ୍ରବାର ଦିନ ସମୟରେ କଂଗ୍ରେସକୁ ୧୮୨୩.୦୮ କୋଟି ଟଙ୍କାର ନୋଟିସ ମିଳିଥିଲା। ଏହା ପଛରେ ବିଜେପିର ହାତ ରହିଛି।”

Advertisment

ଆୟକର ବିଭାଗ କଂଗ୍ରେସକୁ ଠିକ ନିର୍ବାଚନ ପୂର୍ବରୁ ନୋଟିସ କରୁଥିବାରୁ ଦଳର ଚିନ୍ତା ବଢ଼ିଛି। ବିଜେପି ଟିକସ ଆତଙ୍କବାଦ ଚଳାଇଛି। କ୍ଷମତାସୀନ ଦଳ ବିଜେପି ଏବେ କଂଗ୍ରେସକୁ ଆର୍ଥିକସ୍ତରରେ ପଙ୍ଗୁ କରିବାକୁ ଉଦ୍ୟମ କରୁଥିବା ରମେଶ ଗତକାଲି ଅଭିଯୋଗ କରିଥିଲେ।

Congress Income Tax
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe