Advertisment

ବିଜେଡି ନେତାଙ୍କୁ ଦୁଇଟି ବିକଳ୍ପ ଦିଆଯାଇଛି, କ୍ରୀତଦାସ ହୋଇ ରୁହ, ନ ହେଲେ ଜେଲ୍‌ରେ ରୁହ: ବିଜୟ

ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପାଣ୍ଡିଆନଙ୍କୁ ସବୁ ଜାଗାରେ ଅଣ୍ଡା ଓ କାଳି ମାଡ଼ ହେବା ଆବଶ୍ୟକ। ପାଣ୍ଡିଆନଙ୍କୁ ସବୁଠି କଂଗ୍ରେସ କାଳି ଓ ଅଣ୍ଡା ମାଡ଼ କରିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Bijaya pattnaik

Bijaya pattnaik

ଗତକାଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ବେଳେ ବିଜେଡି କର୍ମୀ ବାଟ ଓଗାଳିବା ଘଟଣାକୁ ରାଜନୈତିକ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଜଣେ ନିର୍ବାଚନ ପ୍ରତିନିଧି ନିଜ ନିର୍ବାଚନ ମଣ୍ଡଳୀକୁ ନ ଯାଇପାରିବା, ପୁଲିସ ଏନେଇ କିଛି କାର୍ଯ୍ୟାନୁଷ୍ଠା ନ ନେବା ଯୋଗୁ ଓଡ଼ିଶାର ଶାସନ କଳ ଉପରେ ବୃଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି।

Advertisment

ଏହି ହାଇଡ୍ରାମା ନେଇ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ଗତକାଲି ଯାହା ଘଟିଲା,ତାହା ବିଜେଡିର ଅନ୍ତଃକନ୍ଦଳ ହୋଇ ଥାଇପାରେ। କିନ୍ତୁ ଯାହାଙ୍କ ପ୍ରତି ଏଭଳି ଆଚରଣ କରାଗଲା ସେ ଜଣେ ଜନ ପ୍ରତିନିଧି। ବିଜେଡିରେ ଜନ ପ୍ରତିନିଧିଙ୍କର କୌଣସି ସମ୍ମାନ ନାହିଁ। ବିଜେଡି ନେତାଙ୍କୁ ଦୁଇଟି ବିକଳ୍ପ ଦିଆଯାଇଛି। କ୍ରୀତଦାସ ହୋଇ ରୁହ, ନ ହେଲେ ଜେଲ୍‌ରେ ରୁହ।

ସେହିପରି ଗତକାଲିର ଘଟଣାକୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଘୋର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀ ଅଣ୍ଡାମାଡ଼ କଲେ। ହେଲେ ପୁଲିସ କାହାରିକୁ ଗିରଫ କଲାନି। ସରକାରୀ ଅଫିସରଙ୍କ ପାଇଁ ଆଇନ ଅଲଗା ହୋଇଯାଉଛି।

Advertisment

ସେ ଆହୁରି କହିଛନ୍ତି, ପାଣ୍ଡିଆନଙ୍କୁ ସବୁ ଜାଗାରେ ଅଣ୍ଡା ଓ କାଳି ମାଡ଼ ହେବା ଆବଶ୍ୟକ। ପାଣ୍ଡିଆନଙ୍କୁ ସବୁଠି କଂଗ୍ରେସ କାଳି ଓ ଅଣ୍ଡା ମାଡ଼ କରିବ।

କାଲିର ଘଟଣା ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, ବ୍ୟୁରୋକ୍ରାଟମାନେ ଜନପ୍ରତିନିଧିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। କେଉଁଠୁ ଏ ସାହସ ପାଉଛନ୍ତି, ସୀମା ଭିତରେ ରହନ୍ତୁ। ନବୀନଙ୍କୁ ଅଣ୍ଡା ମାରିଲେ ୩୦୭ ଲାଗୁଛି। ହେଲେ ପ୍ରଦୀପଙ୍କୁ ଅଣ୍ଡା ମାରିଲେ ମାଫ୍‌।

ଗଞ୍ଜାମ ହାଇଡ୍ରାମା ନେଇ ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ହୋଇଛି। ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତିଗତ ସଚିବଙ୍କୁ ଚାରିଆଡ଼େ ବୁଲାଇ ପ୍ରହସନ ଚଳାଇଛନ୍ତି। ଏଥିରୁ ଜଣାପଡୁଛି ଓଡ଼ିଶାରେ ଗଣତନ୍ତ୍ରକୁ ଗୁରୁତ୍ୱ ଦେଉନି ବିଜେଡି।

ଟିକସଦାତାଙ୍କ ଅର୍ଥ ନଷ୍ଟ କରି ଜଣେ ସଚିବଙ୍କୁ ଓଡ଼ିଶା ସାରା ବୁଲାଯାଉଛି। କାଲି ସିଧାସଳଖ ଜଣେ ବିଧାୟକଙ୍କ ବିରୋଧରେ କହିଲେ 5T ସଚିବ। ଏଥିରୁ ସ୍ପଷ୍ଟ, ରାଜନୈତିକ ଉଦ୍ଦେଶ୍ୟ ରଖି 5T ସଚିବ ଏପରି କରୁଛନ୍ତି। ଯଦି ରାଜନୈତିକ ଉଦ୍ଦେଶ୍ୟ ରଖୁଛନ୍ତି, ଚାକିରି ଛାଡ଼ି ମଇଦାନକୁ ଆସନ୍ତୁ।

Bjp Odisha Congress