Advertisment

ସଂସଦରେ ଅନୁପ୍ରବେଶ: କ’ଣ କରୁଥିଲେ ରାହୁଲ ଗାନ୍ଧି?

ଘଟଣା ବେଳେ ଲୋକସଭାରେ ଉପସ୍ଥିତ ଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।

Rahul Gandhi

Rahul Gandhi

Advertisment

ସଂସଦରେ ଆଜି ହୋଇଥିବା ଅନୁପ୍ରବେଶ ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି। ଲୋକସଭା ଚ୍ୟାମ୍ବରକୁ ଦୁଇ ଜଣ ଯୁବକ ଡିଆଁ ମାରି ବେଶ କିଛି ସମୟ ହଙ୍ଗାମା କରିଥିଲେ। ଗୃହ କାର୍ଯ୍ୟ ଚାଲିଥିବା ବେଳେ ସାଗର ଶର୍ମା ଓ ମନୋରଞ୍ଜନ ଡି ଚ୍ୟାମ୍ବର ଭିତରେ ପଶିଥିଲେ।

Advertisment

ସେମାନେ ହଳଦିଆ ଧୂଆଁ ମାଡ଼ କରିଥିଲେ। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଘଟଣା ବେଳେ ଲୋକସଭାରେ ଉପସ୍ଥିତ ଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହଙ୍ଗାମା ଦେଖି କିଛି ସାଂସଦ ବାହରକୁ ଦୌଡ଼ି ଚାଲି ଯାଇଥିବା ବେଳେ ଆଉ କିଛି ଅନୁପ୍ରବେଶ କରିଥିବା ସାଗର ଶର୍ମାଙ୍କୁ କାବୁ କରିବାରେ ଲାଗିଥିଲେ।

ତେବେ ରାହୁଲ ଗାନ୍ଧି ଏହି ସମୟରେ କ’ଣ କରୁଥିଲେ, ତା’ର ଗୋଟିଏ ଫଟୋ ସାମ୍ନାକୁ ଆସିଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନଟେ ସୋଶାଲ ମିଡିଆରେ ରାହୁଲ ଗାନ୍ଧିଙ୍କ ଫଟୋ ପୋଷ୍ଟ କରିଛନ୍ତି।

Advertisment

ଅନୁପ୍ରବେଶକାରୀଙ୍କ ହଙ୍ଗାମା ଓ ଧୂଆଁ ମାଡ଼ ବେଳେ ରାହୁଲ ଗାନ୍ଧି ବେଶ ସ୍ୱାଭାବିକ ଢଙ୍ଗରେ ଲୋକସଭା ଚ୍ୟାମ୍ବର ମଧ୍ୟରେ ଛିଡ଼ା ହୋଇଛନ୍ତି। ଚ୍ୟାମ୍ବର ଧୂଆଁ ମୟ ହୋଇଯାଇଥିଲେ ହେଁ ରାହୁଲ ଗାନ୍ଧି ଆଦୌ ବିଚଳିତ ନ ହୋଇ କେବଳ ଦୁଇ ଯୁବକଙ୍କ ହଙ୍ଗାମା ଦେଖୁଥିଲେ। ସେ ଆଦୌ ଡରି ନଥିଲେ କିମ୍ବା ପଛକୁ ଯାଇ ନଥିଲେ। 

ସୁପ୍ରିୟା ଉକ୍ତ ଫଟୋକୁ ପୋଷ୍ଟ କରି କହିଛନ୍ତି, “ଡରନ୍ତୁ ନାହିଁ। କେବଳ ଶବ୍ଦରେ ନୁହେଁ, କାମରେ କରି ଦେଖାଇଛନ୍ତି। ସଂସଦରେ ହଙ୍ଗାମା ଚାଲିଥିବା ବେଳେ ଜନନାୟକ (ରାହୁଲ ଗାନ୍ଧି) ଛାତି ଦେଖାଇ ଛିଡ଼ା ହୋଇଥିଲେ।”

ପୂର୍ବରୁ ସଂସଦର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିଲା। କିନ୍ତୁ ୨୦୦୧ ସଂସଦ ହମଲା ପରେ ଏହାକୁ ୪ ଥାକିଆ କରି ଦିଆଯଇଛି। ୪ ଥାକିଆ ବ୍ୟବସ୍ଥା ସତ୍ତ୍ୱେ ୨ ଜଣ ଯୁବକ ସାଗର ଶର୍ମା ଓ ମନୋରଞ୍ଜନ ସମସ୍ତକୁ ଚକମା ଦେଇ ଧୂଆଁ ସୃଷ୍ଟି କରୁଥିବା ଡବା ଧରି ସଂସଦ ଭିତରକୁ ଚାଲି ଯାଇଥିଲେ। ନିୟମ ଅନୁସାରେ, ସଂସଦ ଭିତରକୁ ଯାଥିବା ଲୋକମାନେ ନିଜ ସହ ଫୋନ, ବ୍ୟାଗ, କଲମ, ପାଣି ବୋତଲ କିମ୍ବା କଏନ ନେଇ ଯାଇ ପାରିବେ ନାହଁ।

ଭିଜଟରମାଙ୍କୁ ନିଜର ଆଧାର କାର୍ଡ ମଧ ଦାଖଲ କରିବାକୁ ପଡ଼ିବ। ଏହାରେ ଯାଇ ସେମାନଙ୍କୁ ସଂସଦରେ ପ୍ରବେଶ ପାଇଁ ଅନୁମତି ମିଳିବ। ପାସ୍‌ ମିଳିଥିଲେ ହେଁ ଜଣେ ସଂସଦ ଭିତରକୁ ଯା ପାରିବେ। ଆଶାୟୀ ଭିଜଟରମାନେ ନିଶ୍ଚିତ ଭାବେ ଯେକୌଣସି ସାଂସଦଙ୍କ ତରଫରୁ ଜାରି ହୋଇଥିବା ପା‌ସ ଦେଖାଇବାକୁ ବାଧ୍ୟ। ଆଜିର ଘଟଣାରେ ଦୁଇ ଯୁବକ ବିଜେପି ସାଂସଦ ପ୍ରତାପ ସୀମାଙ୍କ ଦ୍ୱାରା ଜାରି ହୋଇଥିବା ପାସ୍‌ ଦେଖାଇ ଭିତରକୁ ଯାଇିଥିଲେ।

ସଂସଦ ଭିତରକୁ ଯାଇଥିବା ଦୁଇ ଯୁବକ ନିଜର ଜୋତା ଭିତରେ ଧୂଆଁ ସୃଷ୍ଟିକାରୀ କାନିଷ୍ଟର୍ସ ରଖିଥିଲେ। ଯାଞ୍ଚ ବେଳେ ସେମାନେ ସୁରକ୍ଷାକର୍ମୀଙ୍କୁ ଚକମା ଦେବାକୁ ସକ୍ଷମ ହୋଇଥିଲେ।

ସାଗର ଓ ମନୋରଞ୍ଜନଙ୍କ ବ୍ୟତୀତ ସଂସଦ ବାହାରରେ ମଧ୍ୟ ଜଣେ ଯୁବକ ଓ ଜଣେ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ହାତରେ ମଧ୍ୟ ସ୍ମୋକ କାନିଷ୍ଟର୍ସ ରହିଥିଲେ। ପୁଲିସ୍‌ ସମସ୍ତ ୪ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଏମାନଙ୍କୁ ସହାୟତା କରିଥିବା ଆଉ ଜଣେ ଯୁବକ ମଧ୍ୟ ଗୁରୁଗ୍ରାମରୁ ଧରାପଡ଼ିଛନ୍ତି। ତାଙ୍କ ନାଁ ଲଳିତ ଝା। ଏବେ ବି ପୁଲିସ୍‌ ଆଉ ଜଣେ ଅଭିଯୁକ୍ତଙ୍କୁ ଖୋଜୁଛି। 

Rahul Gandhi Parliament Parliament Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe