Advertisment

ତୁଳସୀ ଯାତ୍ରା କରି ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ: ଭୁବନେଶ୍ୱରରୁ ପୁରୀ ଦେଖାଇଲା ଦମ୍‌

ଭୁବନେଶ୍ୱରରେ ବିଶାଳ ପଦଯାତ୍ରା ଓ ପୁରୀରେ ଏକ ସାଧାରଣ ସଭା ମାଧ୍ୟମରେ କଂଗ୍ରେସ ଆଜି ରାଜ୍ୟର ବିଜେଡି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛି। ପିସିସି ପ୍ରଭାରୀ ତଥା ସାଂସଦ ଏ ଚେଲାକୁମାରଙ୍କ ଉପସ୍ଥିତିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ତୁଳସୀ ଯାତ୍ରା ଆରମ୍ଭ ହୋଇଥିଲା।

Congress

Congress

Advertisment

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ବଳ ସାଉଁଟିବାରେ ଲାଗିଛି । ତୁଳସୀ ଯାତ୍ରା ନାଁରେ ଆଜି ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ କଂଗ୍ରେସ ନିଜର ଦମ୍ ଦେଖାଇଛି। ପ୍ରାୟ ୫ଶହରୁ ଅଧିକ ଗାଡ଼ିରେ କଂଗ୍ରେସ ନେତା ଓ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱରରୁ ପୁରୀ ଯାଇ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୪ଦ୍ୱାର ଖୋଲିବା,ରତ୍ନଭଣ୍ଡାରର ମରାମତି ଓ ଅଳଙ୍କାର ଗଣତି, ବେଦାନ୍ତ ଅଧିଗ୍ରହଣ କରିଥିବା ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମି ଚାଷୀଙ୍କୁ ହସ୍ତାନ୍ତର କରିବା ସମେତ ମୋଟ ୬ଟି ଦାବିରେ କଂଗ୍ରେସ ରାଜ୍ୟବ୍ୟାପୀ ଆରମ୍ଭ କରିଥିବା ତୁଳସୀ ଯାତ୍ରାର ଆଜି ସମାପନ ହୋଇଛି।

Advertisment

ଭୁବନେଶ୍ୱରରେ ବିଶାଳ ପଦଯାତ୍ରା ଓ ପୁରୀରେ ଏକ ସାଧାରଣ ସଭା ମାଧ୍ୟମରେ କଂଗ୍ରେସ ଆଜି ରାଜ୍ୟର ବିଜେଡି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛି। ପିସିସି ପ୍ରଭାରୀ ତଥା ସାଂସଦ ଏ ଚେଲାକୁମାରଙ୍କ ଉପସ୍ଥିତିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ତୁଳସୀ ଯାତ୍ରା ଆରମ୍ଭ ହୋଇଥିଲା ।

ସୂଚନା ଅନୁସାରେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଂଚାୟତରୁ ଶହ ଶହ କଂଗ୍ରେସ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ନୀତି ନିୟମକୁ ପାଳନ କରି ତୁଳସୀ ଧରି ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପହଂଚିବା ପରେ ସକାଳ ୯ଟାରୁ ପୁରୀ ଅଭିମୁଖେ ତୁଳସୀ ଯାତ୍ରା ଆରମ୍ଭ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଏକ ସୁସଜ୍ଜିତ ଗାଡ଼ିରେ ବସାଇ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ଆଣିଥିବା ସତେଜ ତୁଳସୀକୁ ବିଭିନ୍ନ ଟୋକେଇରେ କଦଳୀ ପାଟୁକା ବାନ୍ଧି ରଖାଯାଇଥିଲା। ଏହି ତୁଳସୀକୁ ଭଜନ ଓ ସଂକୀର୍ତନ କରି ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥଙ୍କ ଚରଣ ଲାଗି ନିଆଯାଇଥିଲା।

Advertisment

କଂଗ୍ରେସ ଭବନରୁ ହଜାର ହଜାର ନେତା ଓ କର୍ମୀମାନେ ରାଜମହଲ ଛକ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯିବା ପରେ ସେଠାରୁ ଗାଡ଼ି ଯୋଗେ ପୁରୀ ଅଭିମୁଖେ ଗସ୍ତ କରିଥିଲେ। ପ୍ରାୟ ୫ଶହ ରୁ ଅଧିକ ଗାଡ଼ିରେ ଏକ ପଟୁଆରରେ କଂଗ୍ରେସ କର୍ମୀ ଓ ନେତାମାନେ ପୁରୀ ଯାତ୍ରା କରିଥିଲେ। ରାସ୍ତାରେ ପିପିଲି, ସାକ୍ଷୀଗୋପାଳ, ବାଟମଙ୍ଗଳା ଏବଂ ଅଠରନଳା ପାଖରେ କଂଗ୍ରେସ ନେତୃବର୍ଗ ସଭାପତି ଶରତ ପଟ୍ଟନାୟକ ତଥା ଚେଲ୍ଲା କୁମାର ଓ ଅନ୍ୟ ନେତୃବର୍ଗଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତୁଳସୀ ଅର୍ପଣ କରିଥିଲେ।

ପୁରୀ ଶରଧାବାଲି ନାଟମଣ୍ଡପ ଠାରେ ଏକ ବିଶାଳ ସଭାକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏ ଅଂହକାରୀ ସରକାରଙ୍କର ଶେଷ ସମୟ ଆସିଲାଣି। ପୁରୀ ଶ୍ରୀମନ୍ଦିର ହେଉଛି ଚାରିଧାମ ଭିତରୁ ଶ୍ରେଷ୍ଠ ଧାମ। ସବୁଦିନ ଲକ୍ଷଲକ୍ଷ ଭକ୍ତ ପୁରୀକୁ ଆସୁୂଛନ୍ତି କିନ୍ତୁ ଜଗନ୍ନାଥଙ୍କ ଦର୍ଶନ ନ ପାଇ ଫେରି ଯାଉଛନ୍ତି। ଏହାଦ୍ୱାରା ରାଜ୍ୟର ମାନସମ୍ମାନ କ୍ଷୁଣ୍ଣ ହେଉଛି। କୌଣସି କାରଣ ନଥାଇ କାହିଁକି ଚାରି ଦ୍ୱାର ବନ୍ଦ କରି ରଖାଯାଇଛି। କାହିଁକି ଏପର୍ଯ୍ୟନ୍ତ ରତ୍ନଭଣ୍ଡାରର ଗଣତି ମଣୋତି ଓ ମରାମତି ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ପିସିସି ପ୍ରଭାରୀ ଚେଲାକୁମାରଙ୍କ ସମେତ ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ କଡ଼ା ଭାଷାରେ ବିଜେଡି ସରକାରଙ୍କୁ ସମାଲୋଚନାକୁ କରିଥିଲେ। ରାଜ୍ୟତମାମ ଛାତ୍ର, ଯୁବକ, ମହିଳା, କଂଗ୍ରେସ ନେତୃବର୍ଗ, କର୍ମୀ ଓ ଶୁଭେଚ୍ଛୁମାନଙ୍କ ଦ୍ୱାରା ସଂଗୃହୀତ ତୁଳସୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ଆଜି ଲାଗି କରା ଯାଇଥିଲା।

Congress Odisha Congress Politics Congress Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe