Advertisment

ଭାରତ-ଚାଇନା ବିବାଦ: ପ୍ରଧାନମନ୍ତ୍ରୀ ଅଫିମ ଖାଇ ଶୋଇଥିବା କହିଲେ ଖଡଗେ

ଚାଇନା ସରକାର ଭାରତର ଅରୁଣାଚଳ ପ୍ରଦେଶକୁ ନିଜର କହି ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରିବାର କିଛି ସମୟ ପରେ ଖଡଗେ ଏପରି ବୟାନ ଦେଇଛନ୍ତି।

Mallikarjun Kharge

Mallikarjun Kharge

Advertisment

ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ-ଚାଇନା ବିବାଦକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛି କଂଗ୍ରେସ। ଚାଇନା ସେନା ଭାରତରେ ପ୍ରବେଶ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଅଫିମ ଖାଇ ନିଘୋଡ଼ ନିଦ୍ରାରେ ରହିଥିଲେ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ଚାଇନା ସରକାର ଭାରତର ଅରୁଣାଚଳ ପ୍ରଦେଶକୁ ନିଜର କହି ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରିବାର କିଛି ସମୟ ପରେ ଖଡଗେ ଏପରି ବୟାନ ଦେଇଛନ୍ତି।

Advertisment

ରାଜସ୍ଥାନର ଚିତ୍ରୋଗଡ଼ରେ ଗୋଟିଏ ନିର୍ବାଚନୀ ସମାବେଶକୁ ସମ୍ବୋଧନ କରି ଖଡଗେ କହିଛନ୍ତି, “ମୋଦି କହୁଛନ୍ତି ତାଙ୍କର ୫୬ ଇଞ୍ଚର ଛାତି। ମୁଁ ଡରିବି ନାହିଁ। ଯଦି ଆପଣ ଡରୁ ନାହାନ୍ତି, ତା’ହେଲେ ଆପଣ କାହିଁକି ଆମର ଏକ ବିଶାଳ ଭୂଖଣ୍ଡ ଚାଇନାକୁ ଛାଡ଼ି ଦେଲେ?

ସେମାନେ ଆମ ସୀମା ଭିତରକୁ ଆସୁଛନ୍ତି ଓ ଆପଣ ଶୋଇଛନ୍ତି। କ’ଣ ଆପଣ ନିଦ ବଟିକା ଖାଇଛନ୍ତି? କ’ଣ ସେମାନେ ରାଜସ୍ଥାନ ମାଟିରୁ ଅଫିମ ନେଇଛନ୍ତି ଓ ଆପଣଙ୍କୁ ଖୁଆଇ ଦେଇଛନ୍ତି?”

Advertisment

ମୋଦି ବିରୋଧୀ ଆକ୍ରମଣକୁ ଆହୁରି ଶାଣିତ କରି କଂଗ୍ରେସ ମୁଖିଆ ଖଡେଗ କହିଛନ୍ତି ଯେ “ସେ ଦେଶ ପାଇଁ ଚିନ୍ତା କରନ୍ତି ନାହିଁ। ସେ କେବଳ ଗାନ୍ଧି ପରିବାରକୁ ନିନ୍ଦା କରନ୍ତି। ଦେଶର ଲୋକମାନଙ୍କୁ ନିର୍ଯାତନା ଦେଇ ସେ ନିଜ ସହ ନେବାକୁ ଉଦ୍ୟମ ଜାରି ରଖିଛନ୍ତି।

ସେ ସବୁବେଳେ ମିଛ କହୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ମିଛୁଆଙ୍କ ସର୍ଦାର।” ୧୯୮୯ରୁ ଗାନ୍ଧି ପରିବାରର କୌଣସି ସଦସ୍ୟ ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ପଦ ଗ୍ରହଣ କରି ନାହାନ୍ତି, ତଥାପି ମୋଦି ବଂଶବାଦ ରାଜନୀତି କଥା କହି ଚାଲିଥିବା ଖଡଗେ କହିଛନ୍ତି।

PM Modi Mallikarjun Kharge India China Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe