Advertisment

ଭାରତ ବନାମ ଇଣ୍ଡିଆକୁ ନେଇ ରାଜନୀତିକ ବାକଯୁଦ୍ଧ ତେଜିଲା

ନିକଟରେ ବିରୋଧୀ ମେଣ୍ଟ ଇଣ୍ଡିଆ ନାଁରେ ଏକାଠି ହୋଇଥିବାରୁ କ୍ଷମତାସୀନ ବିଜେପି ଭୟଭୀତ ହୋଇ ପଡ଼ିଛି। ତେଣୁ ଏବେ ଦଳ ଦେଶର ନାଁକୁ ଇଣ୍ଡିଆରୁ କେବଳ ଭାରତ କରିବାକୁ ଚାହୁଁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

INDIA

INDIA

Advertisment

ବଦଳିବ ଦେଶର ନାଁ। ସଂଶୋଧନ ଏବେ ସମ୍ବିଧାନର ଧାରା ୧। ଇଣ୍ଡିଆ ବଦଳରେ ଦେଶ କେବଳ ଭାରତ ନାଁରେ ପରିଚୟ ହାସଲ କରିବ। ସରକାର ଡାକିଥିବା ସଂସଦର ବିଶେଷ ଅଧିବେଶନରେ ଏନେଇ ବିଲ୍‌ ଆଣିବେ। 

Advertisment

ଏଭଳି କିଛି ଚର୍ଚ୍ଚାକୁ ନେଇ ରାଜନୀତିକ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଜି-୨୦ ଶିଖର ସମ୍ମିଳନୀ ପାଇଁ ସେପ୍ଟେମ୍ବର ୯ରେ ଡିନର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପଠାଯାଇଥିବା ନିମନ୍ତ୍ରଣରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଛି। କେନ୍ଦ୍ର ସରକାର ଜାଣିଶୁଣି ଇଣ୍ଡିଆ ବଦଳରେ ଭାରତ ଶବ୍ଦର ବ୍ୟବହାର କରିଛନ୍ତି। ସମ୍ଭବତଃ କେନ୍ଦ୍ର ସରକାର ଇଣ୍ଡିଆ ବଦଳରେ ଦେଶର ନାଁ କେବଳ ଭାରତ ରଖିବାକୁ ଚାହୁଁଥିବା କଂଗ୍ରେସ ଅଭିଯୋଗ କରିଛି।

ନିମନ୍ତ୍ରଣ ପତ୍ରକୁ ଶେୟାର କରି କଂଗ୍ରେସର ରାଜ୍ୟସଭା ସାଂସଦ ଜୟରାମ ରମେଶ କହିଛନ୍ତି, “ଏହି ଖବରଟି ପୂରା ସତ୍ୟ। ରାଷ୍ଟ୍ରପତି ଭବନ ପକ୍ଷରୁ ସେପ୍ଟେମ୍ବର ୯ ତାରିଖ ଜି-୨୦ ଡିନର ପାଇଁ ପଠାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯାଇଛି। ବାସ୍ତବରେ ସବୁବେଳେ ଏହା ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ରହିଥାଏ। ବର୍ତ୍ତମାନ ସମ୍ବିଧାନର ଧାରା ୧ରେ ଉଲ୍ଲେଖ କରାଯାଇଛି ଯେ ଭାରତ, ଏହା ଇଣ୍ଡିଆ ଗୋଟିଏ ୟୁନିୟନ ଅଫ ଷ୍ଟେଟସ୍ସ। କିନ୍ତୁ ଏବେ ୟୁନିୟନ ଅଫ ଷ୍ଟେଟ୍ସ ଉପରେ ଆକ୍ରମଣ କରାଯାଉଛି।”

Advertisment

ଇଣ୍ଡିଆକୁ ଭାରତ କହିବାରେ କୌଣସି ସାମ୍ବିଧାନିକ ଅସୁବିଧା ନାହିଁ। ତେବେ ସରକାର ଇଣ୍ଡିଆକୁ ସଂପୂର୍ଣ୍ଣ ଭାବେ ମୂଳପୋଛ କରିବାକୁ କୌଣସି ନିର୍ବୋଧ କାମ କରିବେ ନାହିଁ ବୋଲି ଆଶା ଥିବା କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି। ଏହାସହ ଅନେକ ବିରୋଧୀ ଦଳର ନେତା ମଧ୍ୟ ଏପରି ଚର୍ଚ୍ଚାକୁ ନେଇ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି।

ନିକଟରେ ବିରୋଧୀ ମେଣ୍ଟ ଇଣ୍ଡିଆ ନାଁରେ ଏକାଠି ହୋଇଥିବାରୁ କ୍ଷମତାସୀନ ବିଜେପି ଭୟଭୀତ ହୋଇ ପଡ଼ିଛି। ତେଣୁ ଏବେ ଦଳ ଦେଶର ନାଁକୁ ଇଣ୍ଡିଆରୁ କେବଳ ଭାରତ କରିବାକୁ ଚାହୁଁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ତେବେ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକର ସମାଲୋଚନାକୁ କାଉଣ୍ଟର କରିଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, “ଦେଶର ସମ୍ମାନ ଓ ଗର୍ବ ସହ ଜଡ଼ିତ ସବୁ ପ୍ରସଙ୍ଗକୁ କାହିଁକି କଂଗ୍ରେସ ବିରୋଧ କରୁଛି? ଭାରତ ଯୋଡ଼ ଯାତ୍ରା ନାଁରେ ରାଜନୀତିକ ଯାତ୍ରା କରୁଥିବା ଲୋକଙ୍କୁ ‘ଭାରତ ମାତା କି ଜୟ’ ନାରା ଦେବାରେ ଏତେ ଘୃଣା କାହିଁକି? ଏଥିରୁ ସ୍ପଷ୍ଟ ଯେ କଂଗ୍ରେସର ମନରେ ଦେଶ ପ୍ରତି ସମ୍ମାନ ଅଛି ନା ଦେଶର ସମ୍ବିଧାନ ପ୍ରତି ଭଲ ପାଇବା ଅଛି ନା ଦେଶର ସାମ୍ବିଧାନିକ ସଂସ୍ଥା ପ୍ରତି ସମ୍ମାନ ଅଛି।

ତା’କୁ କେବଳ ଗୋଟିଏ ବିଶେଷ ପରିବାରର ଗୁଣଗାନ କରିବାର ଅଛି। ଦେଶ ବିରୋଧୀ ଓ ସମ୍ବିଧାନ ବିରୋଧୀ କଂଗ୍ରେସ ସମ୍ପର୍କରେ ଦେଶବାସୀ ଭଲ ଭାବେ ଜାଣିଛନ୍ତି।”

ଜି-୨୦ ନିମନ୍ତ୍ରଣରେ ଭାରତ ଶବ୍ଦର ବିରୋଧ କରୁଥିବା କଂଗ୍ରେସକୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସେମାନଙ୍କର ସବୁଥରେ ସମସ୍ୟା ରହିଛି। ମୁଁ ଜଣେ ଭାରତବାସୀ? ମୋ ଦେଶର ନାଁ ଭାରତ ଅଛି, ଭାରତ ରହିଥିଲା ଓ ଭାରତ ରହିବ।

ଯଦି ଏଥିରେ କଂଗ୍ରେସର ଅସୁବିଧା ହେଉଛି, ତା’ହେଲେ ନିଜେ ନିଜେ ଏହାର ଉପାୟ ପନ୍ଥା ଆପଣାନ୍ତୁ।” ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ କଂଗ୍ରେସକୁ ସମାଲୋଚନା କରି ଦେଶର ନାଁ ଭାରତ ରହିବା ଦରକାର ବୋଲି କହିଛନ୍ତି।

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe