Advertisment

ନୂଆ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ବିବାଦ କାହିଁକି?

ସୋମବାର ଦେଶର ପରବର୍ତ୍ତୀ ସିଇସି କିଏ ହେବେ, ତା’ର ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି କମିଟି ବୈଠକ ସାଉଥ ବ୍ଲକରେ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯୋଗ ଦେଇଥିଲେ।

CEC

CEC

Advertisment

ସୋମବାର ବିଳମ୍ବିତ ରାତିରେ ଭାରତ ସରକାର ଗୋଟିଏ ବିଜ୍ଞପ୍ତି ଜାରି କରି ପୂର୍ବତନ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ଦେଶର ନୂଆ ନିର୍ବାଚନ କମିଶନର ବା ସିଇସି ଭାବେ ନିଯୁକ୍ତି ଦେଇଛନ୍ତି। ସେ ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ଠାରୁ ଆରମ୍ଭ କରି ବେଙ୍ଗଲ, ତାମିଲନାଡୁ, କେରଳ ଓ ୨୦୨୯ ଲୋକସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟ କରିବେ। କିନ୍ତୁ ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ବିବାଦ ଦେଖାଯାଇଛି। ତରିବରିଆ ଭାବେ ଜ୍ଞାନେଶ କୁମାରଙ୍କ ନିଯୁକ୍ତି ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି।

Advertisment

ସୋମବାର ଦେଶର ପରବର୍ତ୍ତୀ ସିଇସି କିଏ ହେବେ, ତା’ର ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି କମିଟି ବୈଠକ ସାଉଥ ବ୍ଲକରେ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯୋଗ ଦେଇଥିଲେ। ବୈଠକ ସମୟରେ ରାହୁଲ ଗାନ୍ଧି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ ନିଯୁକ୍ତି ସଂକ୍ରାନ୍ତ ବୈଠକକୁ ସ୍ଥଗିତ ରଖିବା ପାଇଁ ଲିଖିତ ଭାବେ ଅନୁରୋଧ କରିଥିଲେ। ଏଥିସହ ନିଯୁକ୍ତି କମିଟି ଗଠନ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ରାହୁଲ ଗାନ୍ଧିଙ୍କ ବିରୋଧ ସତ୍ତ୍ୱେ ବୈଠକ ଶେଷ ହେବାର କିଛି ଘଣ୍ଟା ପରେ ଭାରତ ସରକାର ବିଜ୍ଞପ୍ତି ଜାରି କରି ଜ୍ଞାନେଶ କୁମାରଙ୍କୁ ସିଇସି ଭାବେ ନିଯୁକ୍ତ କରିଥିଲେ। ଏହାକୁ କଂଗ୍ରେସ ଜୋରଦାର ବିରୋଧ କରିଛି। କମିଟିରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ସଦସ୍ୟ ବୈଠକକୁ ସ୍ଥଗିତ ରଖିବାକୁ କହିଥିଲେ ହେଁ ଏହାକୁ ଅଣଦେଖା କାହିଁକି କରାଗଲା ବୋଲି ପ୍ରଶ୍ନ ଉଠିଛି।

Advertisment

ପ୍ରକୃତ କଥା ହେଉଛି ଯେ ପୂର୍ବରୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ବାକି ଦୁଇ କମିଶନରଙ୍କୁ ନିଯୁକ୍ତି ଦେବା ପାଇଁ କମିଟିରେ ପ୍ରଧାନ ବିଚାରପତି ରହୁଥିଲେ। ପ୍ରଧାନ ବିଚାରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ କମିଟି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରୁଥିଲା। କିନ୍ତୁ କେନ୍ଦ୍ର ସରକାର ୨୦୨୩ରେ ନୂଆ ଆଇନ ଆଣି ପ୍ରଧାନ ବିଚାରପତିଙ୍କୁ ହଟାଇ କମିଟିରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ଥାନ ଦେଇଛନ୍ତି। ଏହାକୁ ବିରୋଧୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହାର ଶୁଣାଣି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏସବୁ ଭିତରେ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ସୋମବାର ବୈଠକ ବସିଥିଲା।

ବୈଠକ ବେଳେ ରାହୁଲ ଗାନ୍ଧି ସମାନ ପ୍ରସଙ୍ଗ ଉଠାଇଥିଲେ। କମିଟି ଗଠନ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହାର ଶୁଣାଣି ମଧ୍ୟ ଶୀଘ୍ର ଆରମ୍ଭ ହେବ। ଶୁଣାଣି ଶେଷ ହେବା ଯାଏ ନିଯୁକ୍ତି ସଂକ୍ରାନ୍ତ ବୈଠକକୁ ସ୍ଥଗିତ ରଖିବାକୁ ସେ ମତ ରଖିଥିଲେ। ତଥାପି କେନ୍ଦ୍ର ସରକାର ଜ୍ଞାନେଶ କୁମାରଙ୍କୁ ନିଯୁକ୍ତି ଦେଇଥିବାରୁ ବିବାଦ ସୃଷ୍ଟି ହୋଇଛି। କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିବା ସହ ମଧ୍ୟରାତ୍ରରେ ଏପରି ତରବରିଆ ନିଯୁକ୍ତି ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି।

ସେ କହିଛନ୍ତି, “ଗୋଟିଏ ଆତୁର ମଧ୍ୟରାତ୍ର ନିଷ୍ପତ୍ତିକ୍ରମେ ସରକାର ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସମ୍ବିଧାନର ପ୍ରକୃତ ମୂଲ୍ୟବୋଧର ବିରୋଧାଚରଣ କରୁଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପବିତ୍ରତା ପାଇଁ ସିଇସି ନିଶ୍ଚିତ ଭାବେ ନିରପେକ୍ଷ ରହିବା ଦରକାର ବୋଲି ସୁପ୍ରିମକୋର୍ଟ ମଧ୍ୟ ଅନେକ ମାମଲାରେ କହିଛନ୍ତି। ସୋମବାର ତରବରିଆ ଭାବେ ବୈଠକ କରିବା ଓ ନୂଆ ସିଇସି ନିଯୁକ୍ତ କରି ସେମାନେ ସୁପ୍ରିମକୋର୍ଟର ଯାଞ୍ଚରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଓ ସ୍ପଷ୍ଟ ନିର୍ଦ୍ଦେଶ ଆସିବା ପୂର୍ବରୁ ସରକାର ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଚାହୁଁଛନ୍ତି।”

ସରକାରଙ୍କୁ ସମାଲୋଚନା କରି ଭେନୁଗୋପାଲ କହିଛନ୍ତି ଯେ ଶାସକ ଦଳ ନିର୍ବାଚନ ପ୍ରକ୍ରିୟାକୁ ଧ୍ୱଂସ କରିବାକୁ ଚାହୁଁଥିବା ଯେଉଁ ସନ୍ଦେହ ପ୍ରକାଶ ପାଇଥିଲା, ତାହା ସରକାରଙ୍କ ଏପରି କାର୍ଯ୍ୟକଳାପରୁ ଏକପ୍ରକାରର ସ୍ପଷ୍ଟ ହୋଇଛି।

ଜ୍ଞାନେଶ କୁମାର ହେଉଛନ୍ତି ୧୯୮୮ ବ୍ୟାଚ୍‌ର କେରଳ କ୍ୟାଡର ଆଇଏଏସ୍‌। ସେ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ କାମ କରୁଥିଲେ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତ ଡ୍ରାଫ୍ଟ ସେ ପ୍ରସ୍ତୁତ କରିଥିଲେ। ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅତ୍ୟନ୍ତ ଘନିଷ୍ଠ। ତାଙ୍କୁ ୨୦୨୪ ମାର୍ଚ୍ଚ ୧୫ରେ ଦେଶର ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା।

ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ଥିବା ବେଳେ ଜ୍ଞାନେଶ ଓ ସୁଖବୀର ସାନ୍ଧୁ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିଲେ। ରାଜୀବ କୁମାରଙ୍କ କାର୍ଯ୍ୟକାଳ ଶେଷ ହେବାରୁ ବରିଷ୍ଠତା ଭିତ୍ତିରେ ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନ ଭାବେ ନିଯୁକ୍ତି ମିଳିଛି। ସେ ୨୦୨୯ ମସିହା ଜାନୁଆରୀ ୨୬ ଯାଏ ସିଇସି ଭାବେ କାର୍ଯ୍ୟ କରିବେ।

Rahul Gandhi Election Commission CEC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe