Advertisment

ତୃତୀୟ ମହଲାର ଇଙ୍ଗିତରେ ପୁଲିସ ସାଜିଛି ଏଜେଣ୍ଟ, ବ୍ଲକ ଦଖଲ ପାଇଁ ବିଜେଡି କରୁଛି ଘୋଡ଼ା ବେପାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାକଟପୁର ନିର୍ବାଚନମଣ୍ଡଳୀର ୨ଟି ବ୍ଲକ କାକଟପୁର ଓ ଅସ୍ତରଙ୍ଗରେ ଜନମତ ଶାସକ ବିଜେଡି ସପକ୍ଷରେ ଯାଇନଥିବା ସତ୍ତ୍ୱେ ତୃତୀୟ ମହଲାର ଇଙ୍ଗିତରେ ପୁଲିସର ଭୟ ଦେଖାଇ ଏବେ ପଂଚାୟତ ସମିତିକୁ ଦଖଲ କରିବାକୁ ବିଜେଡି ଘୋଡ଼ାବେପାର କରୁଛି। ସ୍ଥାନୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ମିଳିତ ଭାବେ ଗୁଣ୍ଡାରାଜ ଚଳାଇ ନିର୍ବାଚିତ ପ୍ରତିନିଧିମାନଙ୍କୁ ପୁଲିସର ଭୟ ଦେଖାଇ ଅସ୍ତରଙ୍ଗ ଓ କାକଟପୁର ପଂଚାୟତ ସମିତିକୁ ଦଖଲକୁ […]

ଅଦ୍ୟତନ ହୋଇଛି
ମୋହାଲି ମହାନଗର ନିଗମ ବି ଜିତିଲା କଂଗ୍ରେସ

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାକଟପୁର ନିର୍ବାଚନମଣ୍ଡଳୀର ୨ଟି ବ୍ଲକ କାକଟପୁର ଓ ଅସ୍ତରଙ୍ଗରେ ଜନମତ ଶାସକ ବିଜେଡି ସପକ୍ଷରେ ଯାଇନଥିବା ସତ୍ତ୍ୱେ ତୃତୀୟ ମହଲାର ଇଙ୍ଗିତରେ ପୁଲିସର ଭୟ ଦେଖାଇ ଏବେ ପଂଚାୟତ ସମିତିକୁ ଦଖଲ କରିବାକୁ ବିଜେଡି ଘୋଡ଼ାବେପାର କରୁଛି। ସ୍ଥାନୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ମିଳିତ ଭାବେ ଗୁଣ୍ଡାରାଜ ଚଳାଇ ନିର୍ବାଚିତ ପ୍ରତିନିଧିମାନଙ୍କୁ ପୁଲିସର ଭୟ ଦେଖାଇ ଅସ୍ତରଙ୍ଗ ଓ କାକଟପୁର ପଂଚାୟତ ସମିତିକୁ ଦଖଲକୁ ନେବାକୁ ଘୋଡ଼ାବେପାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଅସ୍ତରଙ୍ଗ ବ୍ଲକରେ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଶାସକ ଦଳର ଦାଦାଗିରି ଓ ପୁଲିସର ଜୁଲୁମକୁ ମଧ୍ୟ ବିଜେପି ନିନ୍ଦା କରିବା ସହ ଏଭଳି ଆଚରଣରୁ କ୍ଷାନ୍ତ ରହିବାକୁ ଦାବି କରିଛି।

Advertisment

ଆଜି କଂଗ୍ରେସ ଭବନରେ ପିସିସି ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କାକଟପୁର ନିର୍ବାଚନମଣ୍ଡଳୀର ଦୁଇ ବ୍ଲକ ଅସ୍ତରଙ୍ଗର ୧୫ଟି ପଂଚାୟତ ଓ କାକଟପୁର ବ୍ଲକର ୧୬ଟି ପଂଚାୟତରେ ଶାସକ ବିଜେଡିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିଜ ପଂଚାୟତରେ ବିଜେଡି ସମର୍ଥିତ ସରପଂଚ ଓ ସମିତି ସଭ୍ୟ ପରାଜିତ ହୋଇଛନ୍ତି । ଏପରିକି ମନ୍ତ୍ରୀଙ୍କ ନିଜ ୱାର୍ଡରେ ବି ବିଜେଡି ସମର୍ଥିତ ପ୍ରାର୍ଥୀ ହାରିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକଙ୍କ ପୁଅ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକଙ୍କ ପତ୍ନୀ ବି ସମିତି ସଭ୍ୟ ନିର୍ବାଚନରେ ପରାଜିତ ହୋଇଛନ୍ତି। ଦୁଇଟି ଯାକ ବ୍ଲକରେ ବିଜେଡିକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିବାବେଳେ ସଂଖ୍ୟା ନଥାଇ ମଧ୍ୟ ପଂଚାୟତ ସମିତିକୁ ଦଖଲ କରିବାକୁ ବିଜେଡି ଷଡ଼ଯନ୍ତ୍ର କରୁଛି। ତୃତୀୟ ମହଲାର ଇଙ୍ଗିତରେ ପୁଲିସ ପ୍ରଶାସନ ଏବେ ଶାସକ ଦଳର ଏଜେଣ୍ଟ ସାଜି ନିର୍ବାଚିତ ପ୍ରତିନିଧିମାନଙ୍କୁ ହଇରାଣ କରୁଛି । ମିଥ୍ୟା କେସ୍ ଲଗାଇ ଜୁଲୁମ୍ କରୁଛି। ଅସ୍ତରଙ୍ଗ ବ୍ଲକରେ କଂଗ୍ରେସ ସମର୍ଥିତ ୯ଜଣ ବିଜୟୀ ହୋଇଥିବାବେଳେ ବିଜେଡି ସମର୍ଥିତ ୬ଜଣ ଜିତିଛନ୍ତି । ଜନମତକୁ ସମ୍ମାନ ଦେବା ପରିବର୍ତ୍ତେ ବିଜେଡି ଦାଦାଗିରି ଓ ପୁଲିସର ଭୟ ଦେଖାଇ ପଂଚାୟତ ସମିତି ଗଢ଼ିବାକୁ ଷଡ଼ଯନ୍ତ୍ର କରୁଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେଡି ଉପରେ ଲୋକମାନଙ୍କର ଆକ୍ରୋଶ ଥିଲା ଯାହା ପଂଚାୟତ ନିର୍ବାଚନରେ ପ୍ରମାଣିତ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି ।

ନିର୍ବାଚନମଣ୍ଡଳୀର ୨ଟିି ବ୍ଲକ ଅସ୍ତରଙ୍ଗ ଏବଂ କାକଟପୁର ଶାସକ ଦଳ ନିକଟରୁ ଖସିଯାଉଥିବା ଦେଖି ମନ୍ତ୍ରୀ ଶ୍ରୀ ବେହେରା ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ ତୃତୀୟ ମହଲା ଇଙ୍ଗିତରେ କଳ-ବଳ-କୌଶଳ ପ୍ରୟୋଗ କରି ଅର୍ଥବଳ, ବାହୁବଳ, ପୁଲିସ ପ୍ରଶାସନକୁ ଆଗକୁ ଆଣି ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା କଂଗ୍ରେସ ସମର୍ଥିତ ପ୍ରତିନିଧିମାନଙ୍କ ନାମରେ ମିଥ୍ୟା କେସ କରି ଧମକାଇ ନିଜ ଆଡ଼କୁ ନେବାପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି ତାକୁ କଂଗ୍ରେସ ନିନ୍ଦା କରୁଛି ଓ ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ପ୍ରତ୍ୟାଖିତ ହୋଇଥିବା ନେତାମାନେ ପ୍ରଶାସନକୁ ପାଥେୟ କରି ଗଣତନ୍ତ୍ରକୁ ହତ୍ୟା କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଯଦି ଏପରି ଅଗଣତାନ୍ତ୍ରିକ କାର୍ଯ୍ୟରୁ ଶାସକ ବିଜେଡି ନିବୃତ୍ତ ନ ରୁହେ ତେବେ ଏହାର ଉଚିତ ଜବାବ୍ ଦିଆଯିବ ବୋଲି କଂଗ୍ରେସ କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ ଓ ଯୁବନେତା ବିନୋଦ କୁମାର ରାଉତ ଉପସ୍ଥିତ ଥିଲେ ।

Advertisment
Odisha Municipal Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe