Advertisment

ଅଶ୍ୱିନୀଙ୍କୁ ବିଜେଡିର ସମର୍ଥନ ପରେ କଂଗ୍ରେସର କଟାକ୍ଷ: ଉଭୟଙ୍କ ବୈବାହିକ ମେଣ୍ଟ ଆଗକୁ ମାଡ଼ି ଚାଲିଛି

୨୦୨୪ରେ ଓଡ଼ିଶାବାସୀ ବିଜେପି ଓ ବିଜେଡିକୁ କଡ଼ା ଜବାବ ଦେବେ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Congress

Congress

ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। ପିସିସି ପ୍ରଭାରୀ ଅଜୟ କୁମାର ସୋଶାଲ ମିଡିଆରେ କଟାକ୍ଷ କରିଥିବା ବେଳେ ସମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।  

Advertisment

ପିସିସି ପ୍ରଭାରୀ ଅଜୟ କୁମାର ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ବିଜେପିକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି। ଉଭୟଙ୍କ ବୈବାହିକ ମେଣ୍ଟ ଅତି ଚତୁରତାର ସହିତ ଆଗକୁ ବଢି ଚାଲିଛି। ଏବେ ଓଡ଼ିଶାବାସୀ ଜାଣୁଛନ୍ତି ବଡ଼ ବଡ଼ ଦୁର୍ନୀତି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଘନିଷ୍ଠ ସହଯୋଗୀ ପାଣ୍ଡିଆନଙ୍କ ଉପରେ କାହିଁକି ସିବିଆଇ- ଇଡି ରେଡ୍ କରୁ ନାହାନ୍ତି।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକ ସହ ବିଜେପି ଗୁପ୍ତ ସମ୍ପର୍କ ରଖିଛନ୍ତି। ବିଜେଡି ଓ ବିଜେଡି ମଧ୍ୟରେ ଲିଭ୍‌ ଇନ ରିଲେସନସିପ୍‌ରେ ରହିଛନ୍ତି ବୋଲି ପ୍ରମାଣିତ ହୋଇଗଲା।

Advertisment

ସେ ଆହୁରି କହିଛନ୍ତି, ଅଣ ଓଡ଼ିଆ ଲୋକେ ଓଡ଼ିଶା ଆସି ଖଣିଖାଦାନ ଲୁଟୁଛନ୍ତି ବୋଲି ଓଡ଼ିଶାବାସୀ ଜାଣିସାରିଲାଣି। ବିଜେପି ଓ ବିଜେଡି ମଧ୍ୟରେ ଲୁଟିବାକୁ ବୁଝାମଣା ହୋଇଛି। ଗୋଟିଏ ପଟେ ପାଣ୍ଡିଆନ ଲୁଟୁଥିବା ବେଳେ ଅନ୍ୟପଟେ ଅଶ୍ୱିନୀ ଲୁଟୁଛନ୍ତି। କଂଗ୍ରେସ ଶକ୍ତିଶାଳୀ ହୋଇ ଲଢ଼ିବାକୁ ବାହାରିବା ବେଳେ ବିଜେଡି ଓ ବିଜେପି ମିଶିକି ଲଢ଼ିବାକୁ ଯୋଜନା କରୁଛନ୍ତି। କଂଗ୍ରେସ ଏକମାତ୍ର ଦଳ ଯେ ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ କରୁଛି। ବିଜେପି ଯାହା କହିବ ନବୀନ ପଟ୍ଟନାୟକ ତାହା କରିବାକୁ ବାଧ୍ୟ।

ଓଡ଼ିଶାବାସୀଙ୍କୁ ଯେଉଁ ଧକ୍କା ଦିଆଯାଇଛି ତା଼କୁ କେବେ ସେମାନେ ବରଦାସ୍ତ କରିବେନି। ଏପରି ଓଡ଼ିଶାରେ କେବେ ହୋଇନଥିଲା। ବିଜେପି ଓ ବିଜେଡି ମଧ୍ୟରେ ବିବାହ ପରେ ଏବେ ଜଣେ ପୌଷ୍ୟପୁତ୍ର ପହଞ୍ଚି ଗଲେଣି। ୨୦୨୪ରେ ଓଡ଼ିଶାବାସୀ ବିଜେପି ଓ ବିଜେଡିକୁ କଡ଼ା ଜବାବ ଦେବେ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାର ୩ଟି ରାଜ୍ୟସଭା ସିଟ୍ ପାଇଁ ନିଜ ସଂଖ୍ୟା ଥିବା ବିଜେଡି ଦୁଇ ଜଣଙ୍କୁ ନାଁ ଘୋଷଣା କରିଥିଲା। ତୃତୀୟ ଟିକଟରେ କିଏ ରାଜ୍ୟସଭା ଯିବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ହଠାତ୍ ବିଜେପି ଘୋଷଣା କରିଥିଲା ରେଳ ମନ୍ତ୍ରୀ ଶ୍ୱିନୀ ବୈଷ୍ଣବଙ୍କ ନାଁ। ପରେ ପରେ ତାଙ୍କୁ ସମର୍ଥନ କରିଥିଲା ବିଜେଡି।

BjD Bjp Congress