Advertisment

ଗୋଟିଏ ମୁର୍ମୁଙ୍କୁ ମୋହରା କରି କୋଟିଏ ଆଦିବାସୀଙ୍କୁ ପ୍ରତାରଣା: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ନେଇ ରାଜ୍ୟରେ ଉଭୟ ବିଜେପି ଓ ବିଜେଡ଼ି ଯେଉଁ ମାଟି ଓ ପାର୍ଟି ରାଜନୀତି ଆରମ୍ଭ କରିଛନ୍ତି ତାକୁ କଂଗ୍ରେସ କଡ଼ା ନିନ୍ଦା କରିବା ସହ ସରଳ ଆଦିବାସୀଙ୍କ ଭାବାବେଗ ସଙ୍ଗେ ପ୍ରତାରଣା ନକରିବାକୁ ପରାମର୍ଶ ଦେଇଛି । ଗୋଟିଏ ମୁର୍ମୁଙ୍କୁ ମୋହରା କରି ଓଡ଼ିଶାରେ କୋଟିଏ ଆଦିବାସୀଙ୍କୁ ପ୍ରତରଣା କରାଯାଉଛି । ମୋଦି ସରକାର ଦୁଇବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ […]

ଅଦ୍ୟତନ ହୋଇଛି
ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ନେଇ ରାଜ୍ୟରେ ଉଭୟ ବିଜେପି ଓ ବିଜେଡ଼ି ଯେଉଁ ମାଟି ଓ ପାର୍ଟି ରାଜନୀତି ଆରମ୍ଭ କରିଛନ୍ତି ତାକୁ କଂଗ୍ରେସ କଡ଼ା ନିନ୍ଦା କରିବା ସହ ସରଳ ଆଦିବାସୀଙ୍କ ଭାବାବେଗ ସଙ୍ଗେ ପ୍ରତାରଣା ନକରିବାକୁ ପରାମର୍ଶ ଦେଇଛି । ଗୋଟିଏ ମୁର୍ମୁଙ୍କୁ ମୋହରା କରି ଓଡ଼ିଶାରେ କୋଟିଏ ଆଦିବାସୀଙ୍କୁ ପ୍ରତରଣା କରାଯାଉଛି । ମୋଦି ସରକାର ଦୁଇବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଥିବାବେଳେ ଏଠି ନବୀନ ପଟ୍ଟନାୟକ ସରକାର ୪ବର୍ଷ ହେଲା ଆଦିବାସୀ ଉପଦେଷ୍ଟ କାଉନସିଲ ଗଠନ କରୁନାହାନ୍ତି । ଏଥିରୁ ନବୀନ ଓ ମୋଦି ସରକାରର ଆଦିବାସୀଙ୍କ ପ୍ରତି ଦରଦ ଜଳଜଳ ହୋଇ ଜଣାପଡ଼ୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଆବାହକ ସତ୍ୟପ୍ରକାଶ ନାୟକ ଉଭୟ ବିଜେପି ଏବଂ ବିଜେଡ଼ିକୁ ଆଦିବାସୀ ସ୍ୱାର୍ଥବିରୋଧି ଦଳ ଭାବରେ ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏକି ରାଜ୍ୟରେ ଆଦିବାସୀଙ୍କର ବିକାଶ ପାଇଁ ଉଦ୍ଦିଷ୍ଟ ଆଦିବାସୀ ଉପଦେଷ୍ଟା କାଉନସିଲର ଅଧ୍ୟକ୍ଷ ଥାଇ ମଧ୍ୟ ବିଗତ ୪ ବର୍ଷ ଭିତରେ ଥରୁଟିଏ ହେଲେ ବୈଠକ ଡାକିନାହାନ୍ତି ବା ଡାକିବାକୁ ଉପଯୁକ୍ତ ଭାବିନାହାନ୍ତି ।

ରାଷ୍ଟ୍ରପତି ନିର୍ବାଚନ ଏକ ରାଜନୈତିକ ପ୍ରକ୍ରିୟା ଏବଂ ଚଳିତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡ଼ି ସମର୍ଥନ ଦେଉଛି। କିନ୍ତୁ ପାର୍ଟି ଓ ମାଟିର ନାରା ଦେଇ ରାଜ୍ୟର ଆଦିବାସୀଙ୍କ ସ୍ୱାର୍ଥ ରକ୍ଷାକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ କଂଗ୍ରେସ ଉପରକୁ ଦୋଷ ଲଦିବା ଅତ୍ୟନ୍ତ ନିନ୍ଦନୀୟ । ପ୍ରାର୍ଥିତ୍ୱକୁ ନେଇ କଂଗ୍ରେସକୁ ଅଯାଚିତ ଉପଦେଶ ଦେଉଥିବା ବିଜେପି ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ୱ ଆଦିବାସୀ ମାନଙ୍କର କଲ୍ୟାଣ ନିମନ୍ତେ ଆଦିବାସୀ ଉପଦେଷ୍ଟା କାଉନସିଲ(ଟିଏସି)ର ବିନା ଅନୁମତିରେ କୋଟି କୋଟି ଟଙ୍କା ବେଆଇନ ଭାବରେ ଖର୍ଚ୍ଚ କରାଯିବାକୁ ନେଇ କାହିଁକି ପ୍ରଶ୍ନ ଉଠାଇ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ ଟିଏସି ଗଠନ ଏବଂ ଏହାର ତୁରନ୍ତ ବୈଠକ ଡାକିବା ପାଇଁ ଦାବି ରଖିବକି? ମାଟିର ପୁଅ ହିସାବରେ ମିଳିତ ବିରୋଧି ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ବିହାର ବିଜେପି ସମର୍ଥନ ଦେବକି? ଓଡ଼ିଶାରେ ୨୦୧୯ ମସିହା ପରଠାରୁ ଟିଏସି ବା ଆଦିବାସୀ ଉପଦେଷ୍ଟା ସମିତିର ଗଠନ କରାଯାଇ ନାହିଁ ।

Advertisment

ରାଜ୍ୟରେ ଏସଡିସି ବା ସ୍ପେଶାଲ ଡେଭଲପମେଂଟ କାଉନସିଲ ୯ଟି ଆଦିବାସୀ ଅଦ୍ୟୁଷିତ ଜିଲ୍ଲାରେ କାର୍ଯ୍ୟକରୁଥିବା ବେଳେ ଏହାର ଗଠନ ଏବଂ ପରିଚାଳନା ନେଇ ଟିଏସିର କୌଣସି ଅନୁମୋଦନ ନଥିବା ଅତ୍ୟନ୍ତ ପରିତାପର ବିଷୟ । ବିଗତ ୨୨ ବର୍ଷ ଭିତରେ ଓଡ଼ିଶାରେ ୪୪ଥର ଟିଏସିର ବୈଠକ ବସିବା କଥା ମାତ୍ର ୧୭ଥର ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥାତ ୨୭ଟି ବୈଠକ ଏପର୍ଯ୍ୟନ୍ତ ବସିନାହିଁ । ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ୨୨ ପ୍ରତିଶତ ଏବଂ ସର୍ବଭାରତୀୟ ସ୍ତରରେ ତୃତୀୟ ବୃହତ୍ତମ ହୋଇଥିବା ବେଳେ ବିଗତ ଦୁଇବର୍ଷ ଧରି କେନ୍ଦ୍ର ମୋଦି ସରକାରଙ୍କର ଆଦିବାସୀ ମାନଙ୍କ ନିମନ୍ତେ ଆସୁଥିବା ସ୍ୱତନ୍ତ୍ର ଅନୁଦାନକୁ ବନ୍ଦ କରି ରଖାଯିବା କାହା ସ୍ୱାର୍ଥରେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

କଳିଙ୍ଗ ନଗର ଆଦିବାସୀ ନରସଂହାର ଘଟଣା ସମୟରେ ବିଜେପି ବିଜେଡ଼ି ମେଂଟ ସରକାରରେ ମନ୍ତ୍ରୀ ଥିବା ଦ୍ରୌପଦୀ ମୁର୍ମୁ ବିଧାନସଭାରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିନଥିଲେ କି ଏ ସଂପର୍କରେ ପାଟି ଖୋଲିନଥିଲେ । ବାସ୍ତବରେ ପାର୍ଟିର ଦ୍ୱାହି ଦେଇ ଉଭୟ କ୍ଷମତାରେ ଥିବା ବିଜେପି ଓ ବିଜେଡ଼ି ଏବେ ମାଟିକୁ ମାରା କରିଛନ୍ତି । ଓଡ଼ିଶାରେ ଜନସଂଖ୍ୟାର ୨୨ ପ୍ରତିଶତ ଆଦିବାସୀ ବିଗତ ୨୨ ବର୍ଷଧରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଭଳି ଅନେକ କ୍ଷେତ୍ରରେ ପଛୁଆ ହୋଇ ରହିଛନ୍ତି । ଖୋଦ୍ ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ୨୨ ବର୍ଷଧରି ବିଜୁଳି ସଂଯୋଗ ନଥିବା ପ୍ରମାଣିତ କରୁଛି ଯେ ଉଭୟ ବିଜେପି ଓ ବିଜେଡି ଆଦିବାସୀଙ୍କ ସ୍ୱାର୍ଥକୁ ନେଇ କେତେ ଗମ୍ଭୀର । ତେଣୁ ଆଦିବାସୀଙ୍କ ହକ୍ ଓ ଅଧିକାର ପାଇଁ ପ୍ରଦେଶ କଂଗ୍ରେସ ସବୁବେଳେ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛି ଏବଂ ଏ କ୍ଷେତ୍ରରେ ହୀନ ରାଜନୀତିକୁ ପ୍ରଶୟ ଦେବା ଉଚିତ ନୁହେଁ ବୋଲି ଶ୍ରୀ ନାୟକ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥୀ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Congress President Election Draupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe