Advertisment

ନକ୍ସଲଙ୍କୁ ଚାନ୍ଦା ଦେଉଛନ୍ତି ବିଜେଡିର ପୂର୍ବତନ ସାଂସଦ: କଂଗ୍ରେସ, କ୍ରାଇମବ୍ରାଂଚ ତଦନ୍ତ ଦାବି

ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ରାୟଗଡ଼ାର ବିଜେଡି ନେତା ଏନ୍‌.ଭାସ୍କର ରାଓଙ୍କ ବିରୋଧରେ ନକ୍ସଲମାନଙ୍କୁ ଅର୍ଥ ସହାୟତା ଦେଉଥିବା ଅଭିଯୋଗର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛନ୍ତି ।

author-image
Ordigital Desk
odisha congress bhawan

odisha congress bhawan

ରାୟଗଡ଼ା ଜିଲ୍ଲାର ବିଜେଡି ନେତା ତଥା ପୂର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କ ବିରୁଦ୍ଧରେ କଂଗ୍ରେସ ଆଜି ସଙ୍ଗୀନ ଅଭିଯୋଗ ଆଣିଛି । ଶ୍ରୀ ରାଓ ନକ୍ସଲମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ଓ ଏହାର କ୍ରାଇମବ୍ରାଂଚ ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

Advertisment

ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ରାୟଗଡ଼ାର ବିଜେଡି ନେତା ଏନ୍‌.ଭାସ୍କର ରାଓଙ୍କ ବିରୋଧରେ ନକ୍ସଲମାନଙ୍କୁ ଅର୍ଥ ସହାୟତା ଦେଉଥିବା ଅଭିଯୋଗର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛନ୍ତି । ଶ୍ରୀ ବେହେରା ଅଭିଯୋଗ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ରଖି କହଛନ୍ତି ଯେ ରାୟଗଡ଼ା ଟ୍ରକ ମାଲିକ ସଂଘର ସଦସ୍ୟ ଗଣମାଧ୍ୟମ ସାମନାରେ ନକ୍ସଲଙ୍କୁ ଅର୍ଥ ସହାୟତା ନିମନ୍ତେ ସେମାନଙ୍କ ଠାରୁ ଟ୍ରକ ପିଛା ୫୦ଟଙ୍କା ଚାନ୍ଦା ଆଦାୟ କରାଯାଉଥିବା କହିଛନ୍ତି । ଏହି ଅଭିଯୋଗ ସତ୍ୟ ହୋଇଥିଲେ ସାଂଘାତିକ । ଟ୍ରକ ମାଲିକ ସଂଘ ୨୦୨୩ ଏପ୍ରିଲ ୧୮ରେ ଭାସ୍କର ରାଓଙ୍କ ବିରୁଦ୍ଧରେ ଆର୍ôଥକ ଅନିୟମିତତା ଓ ତୋଷାରପାତର ଅଭିଯୋଗ ମଧ୍ୟ ରାୟଗଡ଼ା ଥାନାରେ କରିଛନ୍ତି । ପୁଲିସ ଉଭୟ କ୍ଷେତ୍ରରେ ନିରବ ରହିଛି । ସୁତରାଂ ଆଇନ ଏବେ ନିଜ ବାଟରେ ନା ବିଜେଡ଼ି ବାଟରେ ଯାଉଛି ବୋଲି ଶ୍ରୀ ବେହେରା ପ୍ରଶ୍ନ କରିବା ସହ ‘ଆଉ ଆଇନ ତା ବାଟରେ ଯିବ’ ବୋଲି ଦମ୍ଭୋକ୍ତି କାହିଁକି ଏ କ୍ଷେତ୍ରରେ ଶୁଣିବାକୁ ମିଳୁ ନାହିଁ ବୋଲି ପଚାରିଛନ୍ତି ।

ଶ୍ରୀ ବେହେରା ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲା କଂଗ୍ରେସ ତରଫରୁ ସାଂସଦ ସପ୍ତଗିରି ଉଲ୍ଲାକା ଓ ଜିଲ୍ଲା କଂଗ୍ରେସ ସଭାପତି ଗତ ଏପ୍ରିଲ ୨୫ତାରିଖରେ ସାମ୍ବାଦିକ ସମ୍ମିଳନୀ ଡାକି ଏହି ପ୍ରସଙ୍ଗର ତଦନ୍ତ ଦାବି କରିଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ । ସେ ଶାସକ ଦଳକୁ ୩ଟି ପ୍ରଶ୍ନ କରି କହିଛନ୍ତି ଯେ, ରାଜ୍ୟ ସରକାର ଏବେ କାହା ସ୍ୱାର୍ଥରେ? ଆଇନ ସାଥୀରେ ନାଁ ଅପରାଧୀଙ୍କ ସାଥିରେ? ଦ୍ୱିତୀୟରେ ନକ୍ସଲ ମୁକାବିଲା ମାମଲାରେ ସରକାର ଓ ସରକାରୀ ଦଳ ମଧ୍ୟରେ ପରସ୍ପର ବିରୋଧି ଆଭିମୁଖ୍ୟ କାହିଁକି? ତୃତୀୟରେ ମାଓ ମୁକାବିଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ୱ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହି ସ୍ପର୍ଶକାତର ମାମଲାରେ ଚୁପ ବସିଛି କାହିଁକି?

Advertisment

ତେଣୁ ରାଜ୍ୟ ସରକାର ଏପରି ସଙ୍ଗୀନ ଅଭିଯୋଗର ସତ୍ୟ ଉଦଘାଟନ ନିମନ୍ତେ ତୁରନ୍ତ କ୍ରାଇମବ୍ରାଂଚ ତଦନ୍ତ ଘୋଷଣା କରନ୍ତୁ । ନଚେତ୍ କଂଗ୍ରେସ ଏହି ପ୍ରସଙ୍ଗକୁ ଧରି ଲୋକଙ୍କ ପାଖକୁ ଯିବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଅମୀୟ ପାଣ୍ଡବ,ରାଜନୀ କୁମାର ମହାନ୍ତି ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

BjD Bjd Leader Odisha Congress