Advertisment

ମୋଦି ସରକାରଙ୍କ 'ଧଳା କାଗଜ' ବିପକ୍ଷରେ 'କଳା କାଗଜ' ଆଣିବ କଂଗ୍ରେସ

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଏହି 'ବ୍ଲାକ୍ ପେପର୍' ପ୍ରକାଶିତ ହେବାର ସମ୍ଭାବନା ରହିଛି।

PM Modi & Mallikarjun Kharge

PM Modi & Mallikarjun Kharge

Advertisment

ମୋଦି ସରକାରଙ୍କ ୧୦ ବର୍ଷ କାର୍ଯ୍ୟକାଳ ଉପରେ ଏକ 'ହ୍ୱାଇଟ୍ ପେପର୍' ଆଣିବାକୁ ଯାଉଛି ବିଜେପି। ଶାସକ ଦଳର ଏହି 'ହ୍ୱାଇଟ୍ ପେପର୍' ବିପକ୍ଷରେ କଂଗ୍ରେସ ଏକ 'ବ୍ଲାକ୍ ପେପର୍' ପ୍ରକାଶ କରିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଆଗାମୀ ଦିନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଏହି 'ବ୍ଲାକ୍ ପେପର୍' ପ୍ରକାଶିତ ହେବାର ସମ୍ଭାବନା ରହିଛି।

Advertisment

କେନ୍ଦ୍ରର ପ୍ରସ୍ତାବିତ 'ହ୍ୱାଇଟ୍ ପେପର'କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଭୟ ଗୃହ, ରାଜ୍ୟସଭା ଏବଂ ଲୋକସଭାରେ ଉପସ୍ଥାପନ କରିବେ। ଏହି 'ହ୍ୱାଇଟ୍ ପେପର'ରେ ବିଜେପି ସରକାର ସମୟରେ ଦେଶର ଆର୍ଥିକ ଅବସ୍ଥା ଉପରେ ଆଲୋକପାତ କରାଯିବ।

ଗତକାଲି ବିଜେପି ନେତା ତଥା ଅର୍ଥ ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଜୟନ୍ତ ସିହ୍ନା କହିଛନ୍ତି ଯେ, ବଜେଟ୍ ଅଧିବେଶନରେ ସଂସଦରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ 'ହ୍ୱାଇଟ ପେପର' ୨୦୧୪ରେ ମୋଦି ସରକାର ଆସିବା ପୂର୍ବରୁ ଏବଂ ପରେ ଭାରତର ଆର୍ଥିକ ସ୍ଥିତି ମଧ୍ୟରେ ପାର୍ଥକ୍ୟକୁ ଦର୍ଶାଇବ। 

Advertisment

ସେ ଆହୁରି କହିଛନ୍ତି, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରୁ ବିଚ୍ୟୁତ ହେବା ସମୟରେ କିପରି ଆର୍ଥିକ ଅବସ୍ଥା ଦୁର୍ବଳ ଥିଲା ଏବଂ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଏଥିରେ କିପରି ସକରାତ୍ମକ ପରିବର୍ତ୍ତନ ଆଣି ପାରିଛି ସେ ଉପରେ 'ହ୍ୱାଇଟ୍ ପେପର୍' ଦର୍ଶାଇବ। ଲୋକସଭାରେ ଅନ୍ତରୀଣ ବଜେଟ୍ ୨୦୨୪-୨୫ ଉପରେ ଏକ ବିତର୍କ ସମୟରେ ସିହ୍ନା କହିଥିଲେ, ୨୦୧୩ରେ ପୂର୍ବ UPA ଶାସନ ସମୟରେ ଭାରତ ବିଶ୍ୱର ଦୁର୍ବଳ ପାଞ୍ଚ ଅର୍ଥନୀତି ଦେଶ ମଧ୍ୟରେ ଥିଲା। 

Nda UPA Congress Black Paper Modi Government White Paper White Paper Vs Black Paper
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe