Advertisment

୯ ଦଫା ଦାବିରେ ଆଜି ରାଜ୍ୟର ସମସ୍ତ ବ୍ଳକ ଘେରିବ କଂଗ୍ରେସ

କଂଗ୍ରେସର ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଦ୍ୟତନ ହୋଇଛି
congress

congress

Advertisment

୯ ଦଫା ଦାବିରେ ଆଜି ରାଜ୍ୟର ସମସ୍ତ ୩୧୪ ବ୍ଳକ ଘେରିବ କଂଗ୍ରେସ। ଦଳ ଅଭିଯୋଗ କରିଛି ଯେ, ୨୪ ବର୍ଷ ହେଲା ବିଜେଡି ସରକାର ଓଡ଼ିଶାବାସୀଙ୍କ ପାଇଁ କିଛି ଆଖି ଦୃଶିଆ କାମ କରି ନାହିଁ। ଯୋଜନା ପରେ ଯୋଜନା ଘୋଷଣା ହେଉଛି, ଆଉ ନିର୍ବାଚନ ପରେ ସବୁ ବନ୍ଦ ହୋଇ ଯାଉଛି। ଏହା ପ୍ରତିବାଦରେ ଦଳ ଆଜି ସମସ୍ତ ବ୍ଲକ୍ ଆଗରେ ପ୍ରତିବାଦ କରିବ।

Advertisment

ରାଜ୍ୟରେ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର, ପାୱାର କଟ୍, ବିଦ୍ୟୁତ ଦର ବୃଦ୍ଧି, ବେକାର ଯୁବକଙ୍କୁ ଚାକିରୀ,ଧାନ କିଣାରେ କଟନି ଛଟନି ବନ୍ଦ, ଚାଷୀଙ୍କୁ ଉପଯୁକ୍ତ ଦର, ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟହିତାଧିକାରୀଙ୍କୁ ଘର ଏବଂ ଦର ଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଦଳ ଦାବି କରିଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ ଏହି ସବୁ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛି।

କଂଗ୍ରେସଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Bhubaneswar Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe