Advertisment

ଆଜି ଶପଥ ନେବେ ଓମାର ଅବଦୁଲ୍ଲା, ମନ୍ତ୍ରୀମଣ୍ଡଳରେ ଭାଗ ନେବନି କଂଗ୍ରେସ

ଦଳକୁ ଗୋଟିଏ ମନ୍ତ୍ରୀ ପଦ ଅଫର୍ କରାଯାଇ ଥିଲେ ମଧ୍ୟ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି।

ଅଦ୍ୟତନ ହୋଇଛି
Omar Abdullah

Omar Abdullah

Advertisment

କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବା ପରଠାରୁ ଆଜି ଜମ୍ମୁ-କଶ୍ମୀର ପାଇବାକୁ ଯାଉଛି ପ୍ରଥମ ମୁଖ୍ୟମନ୍ତ୍ରୀ। ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଦିନ ସାଢେ ଏଗାରଟାରେ ଶପଥ ନେବେ ନବନିର୍ବାଚିତ ବିଧାୟକ ଓମାର ଅବଦୁଲ୍ଲା। କଂଗ୍ରେସ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶପଥ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment

କିନ୍ତୁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ (ଏନସି) ମିଳିତ ଭାବେ ସରକାର ଗଠନ କରୁଥିଲେ ମଧ୍ୟ କଂଗ୍ରେସ ମନ୍ତ୍ରୀମଣ୍ଡଳରେ ରହିବ ନାହିଁ। ଦଳକୁ ଗୋଟିଏ ମନ୍ତ୍ରୀ ପଦ ଅଫର୍ କରାଯାଇ ଥିଲେ ମଧ୍ୟ କଂଗ୍ରେସ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। 

ପ୍ରକାଶ ଥାଉକି, ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିବା ପରେ ପ୍ରଥମ କରି ବିଧାନସଭା ନିର୍ବାଚନ କରାଯାଇଛି। ସେପ୍ଟେମ୍ବରରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ପରେ ଅକ୍ଟୋବର 8ରେ ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ନ୍ୟାସନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସ ମିଳିତ ଭାବେ 49ଟି ଆସନରେ ବିଜୟୀ ହୋଇଥିଲେ। 

Advertisment

ଏହାପରେ ମେଣ୍ଟ ଦଳର ନିଷ୍ପତ୍ତି କ୍ରମେ ଓମାର ଅବଦୁଲା ମିଳିତ ମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଥିଲେ। ସେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଉତ୍ସବକୁ କଂଗ୍ରେସ ବ୍ୟତୀତ ଇଣ୍ଡିଆ ବ୍ଲକର ସଦସ୍ୟ ଦଳର ମୁଖ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ଏହି ତାଲିକାରେ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଅଛନ୍ତି। ସେହିପରି ଆଗାମୀ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ସହଯୋଗୀ ଉଦ୍ଧବ ଠାକରେ ଏବଂ ଶରଦ ପାୱାର ମଧ୍ୟ ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Omar Abdullah Jammu And Kashmir Congress-NC Alliance J&K; Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe