Advertisment

Exit Polls: ଛତିଶଗଡ଼ରେ କ୍ଷମତା ବଜାୟ ରଖିବ କଂଗ୍ରେସ!

ଛତିଶଗଡ଼ ବିଧାନସଭାରେ ୯୦ଟି ଆସନ ରହିଛି। ସରକାର ଗଠନ ପାଇଁ ଏଠାରେ ମ୍ୟାଜିକ ନମ୍ବର ହେଉଛି ୪୬।

ଅଦ୍ୟତନ ହୋଇଛି
Chhattisgarh CM Bhupesh Baghel

Chhattisgarh CM Bhupesh Baghel

Advertisment

ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ ତଥ୍ୟ ଆଜି ସାମ୍ନାକୁ ଆସିଛି। ଏହି ତଥ୍ୟକୁ ଦେଖିଲେ ଲାଗୁଛି ଛତିଶଗଡ଼ରେ ଏଥର ପୁଣି କଂଗ୍ରେସ କ୍ଷମତା ଦଖଲ କରିବ।

Advertisment

ଛତିଶଗଡ଼ ବିଧାନସଭାରେ ୯୦ଟି ଆସନ ରହିଛି। ସରକାର ଗଠନ ପାଇଁ ଏଠାରେ ମ୍ୟାଜିକ ନମ୍ବର ହେଉଛି ୪୬। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ (India Today-Axis My India) ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ କଂଗ୍ରେସ ୪୦ରୁ ୫୦ଟି ଆସନ ଜିତିବ। ବିଜେପି ୩୬ରୁ ୪୬ଟି ଆସନ ଜିତିବ। ସେହିପରି ଅନ୍ୟାନ୍ୟ ଦଳ ୧ରୁ ୫ଟି ଆସନ ଜିତିବେ।

TV5 Newsର ଏକଜିଟ୍ ପୋଲ୍‌ ଅନୁଯାୟୀ କଂଗ୍ରେସ ୫୪ରୁ ୬୬ଟି ଆସନ ଓ ବିଜେପି ୨୯ରୁ ୩୯ଟି ଆସନ ଜିତିବ। ଅନ୍ୟାନ୍ୟ ଦଳ ଗୋଟିଏ ବି ଆସନ ପାଇବେ ନାହିଁ।

Advertisment

ଜନ୍‌ କି ବାତ୍‌ର ସର୍ଭେ ଅନୁସାରେ ଛତିଶଗଡ଼ରେ କଂଗ୍ରେସ ୪୨ରୁ ୫୩ଟି ଆସନ ପାଇବାକୁ ଥିବା ବେଳେ ବିଜେପି ୩୪ରୁ ୪୫ଟି ଆସନରେ ବିଜୟୀ ହେବ। ଅନ୍ୟ ଦଳମାନେ ଗୋଟିଏ ବି ଆସନ ପାଇବେ ନାହିଁ।

Polstratର ଏକଜିଟ୍ ପୋଲ୍ କହୁଛି କଂଗ୍ରେସ ୪୦ରୁ ୫୦ଟି ଆସନ ଜିତିବ। ଅନ୍ୟପକ୍ଷରେ ବିଜେପି ୩୫ରୁ ୪୫ଟି ଆସନ ପାଇବ।

Today's Chanakyaର ତଥ୍ୟ କହୁଛି ଏଥର ଛତିଶଗଡ଼ରେ କଂଗ୍ରେସ ୫୭ଟି ଓ ବିଜେପି ୩୩ଟି ଆସନରେ ଜିତିବ। ଏଥିରେ ୮ଟି ଲେଖାଏଁ ଆସନ ଯୋଗ ହୋଇପାରେ ବା କଟି ବି ଯାଇପାରେ।

India TV-CNXର ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ କଂଗ୍ରେସ ଜିତିବ। ଦଳକୁ ୪୬ରୁ ୫୬ଟି ଆସନ ମିଳିବ। ଅନ୍ୟପକ୍ଷରେ ବିଜେପିକୁ ୩୦ରୁ ୪୦ଟି ଆସନ ମିଳିବ। ଅନ୍ୟାନ୍ୟ ଦଳ ୩ରୁ ୫ଟି ଆସନରେ ଜିତିପାରନ୍ତି।

ସେହିପରି ABP News-Cvoterର ତଥ୍ୟ ଅନୁଯାୟୀ କଂଗ୍ରେସ ୪୧ରୁ ୫୩ଟି ଆସନ ଜିତିବ। ବିଜେପି ୩୬ରୁ ୪୮ଟି ଆସନ ଆସନ ଜିତିବ।

ଏସବୁ ତଥ୍ୟକୁ ଦେଖିଲେ ଲାଗୁଛି ବିଜେପି କ୍ଷମତାକୁ ଫେରିବାକୁ କଡ଼ା ଟକ୍କର ଦେଉଛି, କିନ୍ତୁ କଂଗ୍ରେସ ହାତରେ ସଂଖ୍ୟା ଅଧିକ ରହୁଛି। କଂଗ୍ରେସ ସରକାର ଗଢ଼ିଲେ ବି ଗତ ନିର୍ବାଚନ ଅପେକ୍ଷା ଏହାର ଆସନ ସଂଖ୍ୟା ଖସିଯିବ। କାରଣ ଦଳ ଗତ ଥର ୬୮ଟି ଆସନରେ ଜିତିଥିଲା। ଏଥର କୌଣସି ଏକଜିଟ୍ ପୋଲ୍ କଂଗ୍ରେସ ଏତେ ସଂଖ୍ୟକ ଆସନ ଜିତିବ ବୋଲି ଆକଳନ କରି ନାହାନ୍ତି। କେବଳ TV5 Newsର ଏକଜିଟ ପୋଲ ଅନୁଯାୟୀ କଂଗ୍ରେସ ୫୪ରୁ ୬୬ଟି ଆସନ ଜିତିବ। ଅନ୍ୟପକ୍ଷରେ ବିଜେପିର ଆସନ ସଂଖ୍ୟା ବଢ଼ିବ। ଦଳ ଗତ ଥର ମାତ୍ର ୧୫ଟି ଆସନରେ ଜିତିଥିଲା।

୯୦ଟି ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ଏଥର ଦୁଇଟି ପର୍ଯ୍ୟାୟରେ ନଭେମ୍ବର ୭ ଓ ୧୭ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିଲା।

Bjp Congress Exit Poll Chhattisgarh Legislative Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe