Advertisment

ଆକ୍ସିସ ମାଇଁ ଇଣ୍ଡିଆ ଏକଜିଟ ପୋଲ: ତେଲେଙ୍ଗାନାରେ କଂଗ୍ରେସର ବଡ଼ ବିଜୟ

ଏହି ସଂସ୍ଥା ଆକଳନ କରିଛି ଯେ କଂଗ୍ରେସ ୬୩ରୁ ୭୩ଟି ଆସନ ଜିତିବାକୁ ଯାଉଥିବା ବେଳେ ବିଆରଏସ କେବଳ ୩୪ରୁ ୪୪ ମଧ୍ୟରେ ସୀମିତ ରହିବ।

author-image
Hemant Lenka
Congress

Congress

ଗୁରୁବାର ବିଭିନ୍ନ ସଂସ୍ଥା ଏକଜିଟ ପୋଲରେ ଯାହା ଆକଳନ କରିଥିଲେ ଆଜି ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ସମାନ କଥା କହିଛି। ତେଲେଙ୍ଗାନାରେ କଂଗ୍ରେସକୁ ମିଳିବ ବଡ଼ ବିଜୟ। କ୍ରମାଗତ ତୃତୀୟ ଥର ପାଇଁ କେସିଆରଙ୍କ ବିଆରଏସ କ୍ଷମତା ଦଖଲ ପାଇଁ ଦେଖିଥିବା ସ୍ୱପ୍ନ ଧୂଳିସାତ ହେବ।

Advertisment

୨୦୧୪ରୁ କେସିଆର ତେଲେଙ୍ଗାନର ମୁଖ୍ୟମନ୍ତ୍ରୀ ରହିଛନ୍ତି। ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ମଧ୍ୟ ଗୋଡ଼ ଟେକି ବସିଥିଲେ। କିନ୍ତୁ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ କେସିଆରଙ୍କ ଆଶାକୁ ନିରାଶ କରିବ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଆକଳନ କରିଛି।

ଏହି ସଂସ୍ଥା ଆକଳନ କରିଛି ଯେ କଂଗ୍ରେସ ୬୩ରୁ ୭୩ଟି ଆସନ ଜିତିବାକୁ ଯାଉଥିବା ବେଳେ ବିଆରଏସ କେବଳ ୩୪ରୁ ୪୪ ମଧ୍ୟରେ ସୀମିତ ରହିବ। ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୬୦। ତେଣୁ କଂଗ୍ରେସ ଏଠାରେ ଏହା ଠାରୁ ଅଧିକ ଆସନ ପାଇବ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ କହିଛି।

Advertisment

ରିପୋର୍ଟରେ କୁହାଯାଇଛି ଯେ କଂଗ୍ରେସର ଭୋଟ ଭାଗ ୪୨% ରହିବ। ସେହିପରି ବିଆରଏସ୍‌ ୩୬% ଭୋଟ ପାଇବ। ବିଜେପିର ଭୋଟ ଭାଗ ୧୪% ରହିବାକୁ ଥିବା ବେଳେ ଦଳ କେବଳ ୪ରୁ ୮ଟି ଆସନ ଜିତିବ। ଅନ୍ୟାନ୍ୟ ଦଳ ୫ରୁ ୮ ଆସନ ଜିତିବେ।

ଏକଜିଟ ପୋଲରେ ଏପରି ଆକଳନ କରାଯାଇଥିବା ବେଳେ ଡିସେମ୍ବର ୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ଗୁରୁବାର India TV-CNX ଏକ୍‌ଜିଟ୍ ପୋଲ୍ କହିଥିଲା ଯେ କଂଗ୍ରେସ ୬୩ରୁ ୭୯ଟି ଆସନ ଜିତିବ। କେସିଆରଙ୍କ ବିଆରଏସ୍‌ ୩୧ରୁ ୪୭ଟି ଆସନ ପାଇବ। ବିଜେପି ୨ରୁ ୪ ଓ ଏଆଇଏମ୍‌ଆଇଏମ୍‌ ୫ରୁ୭ଟି ଆସନରେ ବାଜିତମାତ କରିପାରନ୍ତି।

Congress Telengana