Advertisment

ପଞ୍ଚାୟତ ନିର୍ବାଚନୀ ହିଂସା: ଫେରାଦ ହେଲା କଂଗ୍ରେସ, ପୁନଃ ମତଦାନ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ବୁଥ ରିଗିଂ ଓ ଭୋଟ ବାକ୍ସ ଲୁଟ୍ ନେଇ କଂଗ୍ରେସ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହ ଗଣ୍ଡଗୋଳ ଓ ଭୋଟଦାନ ପ୍ରଭାବିତ ହୋଇଥିବା ସ୍ଥାନରେ ପୁନଃ ମତଦାନ ପାଇଁ ଦାବି କରିଛି । ପ୍ରଦେଶ କଂଗ୍ରେସର ୬ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣବେଳେ ଉଭୟ ବିଜେଡି ଓ […]

ସୁଧୁରିବନି କଂଗ୍ରେସ: ତଳିତଳାନ୍ତ ପରେ ବି ଚାଲିଛି ବୟାନବାଜି

Image of Odisha Congress bhawan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ବୁଥ ରିଗିଂ ଓ ଭୋଟ ବାକ୍ସ ଲୁଟ୍ ନେଇ କଂଗ୍ରେସ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହ ଗଣ୍ଡଗୋଳ ଓ ଭୋଟଦାନ ପ୍ରଭାବିତ ହୋଇଥିବା ସ୍ଥାନରେ ପୁନଃ ମତଦାନ ପାଇଁ ଦାବି କରିଛି ।

Advertisment

ପ୍ରଦେଶ କଂଗ୍ରେସର ୬ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣବେଳେ ଉଭୟ ବିଜେଡି ଓ ବିଜେପି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ୱାରା ସଂଗଠିତ ହିଂସା, ବୋମାମାଡ଼, ବୁଥ୍ ରିଗିଂ, ଭୋଟ ବାକ୍ସ ଲୁଟ୍ ଆଦି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହ ଏସବୁ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଗୁଣ୍ଡାମାନଙ୍କୁ ଗିରଫ କରି ଏହି ବୁଥ୍ ଗୁଡ଼ିକରେ ପୁନଃ ମତଦାନ ପାଇଁ ଦାବି କରିଛି।

କଂଗ୍ରେସ ଅଭିଯୋଗ କରିଛି ଯେ, କେଉଁଝର ଜିଲ୍ଲା ଘଷିପୁରା ବ୍ଲକ୍‌ର ରାମଚନ୍ଦ୍ରପୁର ପଂଚାୟତ ଅଧୀନରେ ରାମଚନ୍ଦ୍ରପୁର ବୁଥ ନମ୍ବର ୧୩, ବଡ଼ପଦନା ବୁଥ୍ ନମ୍ବର ୭, ୮, ୯, ୧୦ରେ ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ପ୍ରଦୀପ୍ତ ସାହୁ ଓ ତାଙ୍କର ହାତଗଣତି ସମର୍ଥକଙ୍କ ଦ୍ୱାରା ବୁଥ୍ ରିଗିଂ କରାଯାଇଛି । ଲୋକେ ଏହାର ବିରୋଧ କରି ପ୍ରିଜାଇଡିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ । ସ୍ଥାନୀୟ ପୋଲିସ ବି ଚୁପ୍ ରହିଛି । ଘଷିପୁରା ବିଧାୟକ ଓ ତାଙ୍କ ପୁତ୍ରମାନଙ୍କ ଷଡ଼ଯନ୍ତ୍ରରେ ଏହି ବେଆଇନ କାମ କରାଯାଇଛି । ଏଣୁ ଉଭୟ ବିଜେଡି ବିଧାୟକ ଓ ତାଙ୍କ ପୁତ୍ର ସମେତ ସରପଂଚ ପ୍ରାର୍ଥୀ ପ୍ରଦୀପ୍ତ ସାହୁ ଓ ତାଙ୍କର ସମର୍ଥକ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ତାଙ୍କୁ ଗିରଫ କରିବା ସହ ଏହି ବୁଥ ଗୁଡ଼ିକରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେବାକୁ ଦଳ ଦାବି କରିଛି।

Advertisment

ସେହିପରି ଗଜପତି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡିଆରଡିଏ) ଖୋଲାଖୋଲି ଭାବେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତିି । ଗଜପତି ଜିଲ୍ଲାର ବିଜେଡି ନେତା ତିରୁପତି ପାଣିଗ୍ରାହୀ ଭୋଟ ରିଗିଂ ପାଇଁ ନିଜ ସମର୍ଥକଙ୍କୁ ଉସକାଉଛନ୍ତିି । ଯାଜପୁର ଜିଲ୍ଲାର ଯାଜପୁର ବ୍ଲକ୍‌ର ଝଳପଡ଼ା ପଞ୍ଚାୟତ କାକୁଡ଼ିକୁଦ ବୁଥ୍‌, ଏରବାଙ୍କ, ସୁଜନପୁର, ରୁଦ୍ରପୁର, ଛତିଶଡେବିଲ ପଂଚାୟତର ସମସ୍ତ ବୁଥ୍ ପୁଲିସ୍‌ର ସହଯୋଗରେ ବୁଥ୍ ଜବରଦଖଲ ହୋଇଛି।

ପୁରୀ ଜିଲ୍ଲାର କଣାସ ବ୍ଲକ୍ ଅଞ୍ଚଳରେ ନିର୍ବାଚନରେ ଅନିୟମିତତା ସମ୍ପର୍କରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ ଅଞ୍ଚଳରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣାରେ ଉଭୟ ବିଜେଡି, ବିଜେପି ଗୁଣ୍ଡାମାନଙ୍କୁ ଗିରଫ ହେବା ଉଚିତ୍ । ଢେଙ୍କାନାଳ ଜିଲ୍ଳାର ଗନ୍ଦିଆ ବ୍ଲକ୍‌ର ନିହଲପ୍ରସାଦରେ ବୁଥ ରିଗିଂ ଘଟଣାରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ଗଞ୍ଜାମ ଜିଲ୍ଲାର ଚିକିଟି, କୁକୁଡ଼ାଖଣ୍ଡି ଓ ଦିଗପହଣ୍ଡି ବ୍ଳକ୍ ଅଂଚଳରେ ପୋଲିସ୍ ଶାସକ ଦଳର ଏଜେଂଟ୍ ସାଜିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ରିଗିଂ ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ ସହ ଏସବୁ ବୁଥରେ ପୁନଃ ମତଦାନ କରାଯିବାକୁ ନିର୍ଦ୍ଦେଶ ଦେବାକୁ ଆୟୋଗଙ୍କୁ ଦଳ ଅନୁରୋଧ କରିବା ସହ ତ୍ୱରିତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ପର୍ଯ୍ୟାୟ ମତଦାନ ଦିନ ଗୁଡ଼ିକରେ ହିଂସାକାଣ୍ଡ ଅଧିକ ହେବାର ଆଶଙ୍କା ରହିଛି ବୋଲି କଂଗ୍ରେସ କହିଛି ।
ଏହି ୬ଜଣିଆ ପ୍ରତିନିଧି ଦଳରେ ବରିଷ୍ଠ ନେତା ଶିବାନନ୍ଦ ରାୟ, ମନୋଜ ମହାପାତ୍ର, ରଜନୀ ମହାନ୍ତି, ୟାସିର ନୱାଜ, ସାନ୍ତନୁ ସାହୁ ଓ ଦୀପକ କୁମାର ମହାପାତ୍ର ସାମିଲ ଥିଲେ ।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe