Advertisment

କର୍ଣ୍ଣାଟକା କଂଗ୍ରେସରେ ମତପାର୍ଥକ୍ୟ: ହାଇକମାଣ୍ଡ ଡାକିଲେ ବୈଠକ

ରାଜ୍ୟ କଂଗ୍ରେସ ଓ ସରକାରରେ ସ୍ଥିରତା ଓ ନିଜର ଛବିକୁ ସଫାସୁତରା କେମିତି ରଖିବାକୁ ହେବ, ତାହା ହିଁ ବୈଠକର ମୁଖ୍ୟ ପ୍ରସଙ୍ଗ ରହିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କର୍ଣ୍ଣାଟକାର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନାର କରିବେ।

author-image
Hemant Lenka
Congress

Congress

କର୍ଣ୍ଣାଟକାରେ କ୍ଷମତା ଦଖଲ କରିଥିବା କଂଗ୍ରେସ ସରକାରରେ ମତପାର୍ଥକ୍ୟ ଦେଖାଯାଇଛି। ମନ୍ତ୍ରୀମାନେ ବିଧାୟକଙ୍କୁ ପାଣ୍ଠି ଦେଉ ନଥିବା ବେଳେ କିଛି ନେତା ଖୋଦ ନିଜ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି।

Advertisment

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଗୁରୁବାର କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଥିଲେ। ତଥାପି କିଛି ଲାଭ ମିଳି ନଥିଲା। ଏବେ କଂଗ୍ରେସ ହାଇକମାଣ୍ଡ ଦିଲ୍ଲୀରେ ଦଳୀୟ ନେତାଙ୍କ ବୈଠକ ଡାକିଛନ୍ତି। ଅଗଷ୍ଟ ୨ରେ ଦିଲ୍ଲୀରେ ଦୁଇଟି ବୈଠକ ହେବ।

ରାଜ୍ୟ କଂଗ୍ରେସ ଓ ସରକାରରେ ସ୍ଥିରତା ଓ ନିଜର ଛବିକୁ ସଫାସୁତରା କେମିତି ରଖିବାକୁ ହେବ, ତାହା ହିଁ ବୈଠକର ମୁଖ୍ୟ ପ୍ରସଙ୍ଗ ରହିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କର୍ଣ୍ଣାଟକାର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନାର କରିବେ।

Advertisment

ବୈଠକରେ ସଂଯୋଜକ କମିଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହି କମିଟି ସରକାର ଓ ଦଳ ମଧ୍ୟରେ ବ୍ରିଜ ସଦୃଶ କାମ କରିବ। କମିଟିର ପ୍ରମୁଖ କାମ ହେଲା ଦଳ ଭିତରେ ସୃଷ୍ଟି ହେଉଥିବା ମତପାର୍ଥକ୍ୟର ସମାଧାନ ଓ ସରକାରଙ୍କ ବିଭିନ୍ନ ନୀତି ଉପରେ ନଜର ରଖିବା।

ଖଡଗେ ଓ ରାହୁଲ ପୃଥକପୃଥକ ଭାବେ ରାଜ୍ୟର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। କିଛି ବିଧାୟକ ମନ୍ତ୍ରୀମାନଙ୍କ ସହ ଯୋଗାଯୋଗ କରି ପାରୁ ନଥିବା କହିବା ପରେ ହିଁ କର୍ଣ୍ଣାଟକା କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। ତେଣୁ ରାହୁଲ ଓ ଖଡଗେ ଏବିଷୟରେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ସବୁ ପକ୍ଷଙ୍କୁ ବିଶ୍ୱାସକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ହାଇକମାଣ୍ଡ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇପାରନ୍ତି।

ବିଧାୟକ ବିଆର ପାଟିଲ କହିଛନ୍ତି, “ପାର୍ଟିର ନେତୃବୃନ୍ଦ ଆମ ସମସ୍ୟାକୁ ଗୁରୁତ୍ୱର ସହ ନେଇଥିବାରୁ ଆମେ ଖୁସି। ସରକାରଙ୍କ ପ୍ରତି ଲୋକଙ୍କ ଭଲ ଧାରଣା ରହିବା ଦରକାର। ତେବେ କିଛି ମନ୍ତ୍ରୀଙ୍କ ଆଚରଣ ସରକାରଙ୍କ ଛବିକୁ ମଳିନ କରିବାର ଆଶଙ୍କା ରହିଛି।

ଏହା ଆସନ୍ତା ଲୋକସଭା ନିର୍ବାଚନ ବେଳେ ନକାରାତ୍ମକ ପ୍ରଭାବ ପକାଇ ପାରେ। ସବୁ କିଛି ହାତରୁ ଖସିବା ପୂର୍ବରୁ ଆମେ ଦଳକୁ ସତର୍କ କରାଇ ଦେଇଛୁ।” ବିଆର ପାଟିଲ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ କଂଗ୍ରେସ ବିଧାୟକ ଦଳ ବୈଠକ ଡାକିବାକୁ କହିଥିଲେ। ଏଥିରେ ୩୦ ଜଣ ବିଧାୟକଙ୍କ ଦସ୍ତଖତ ରହିଥିଲା।

Congress Karnataka