/odisha-reporter/media/media_files/2025/11/14/rahul1-2025-11-14-18-04-31.jpg)
ରାହୁଲ ଗାନ୍ଧି
ବିହାର ନିର୍ବାଚନ(Bihar Election: )ର ରେଜଲ୍ଟ କେବଳ କଂଗ୍ରେସ ନୁହେଁ ବରଂ ରାହୁଲ ଗାନ୍ଧିଙ୍କ ପାଇଁ ଏହା ବ୍ୟକ୍ତିଗତ ଭାବେ ଗୋଟିଏ ବଡ଼ ଝଟକା। ଚଳିତ ବର୍ଷ ଆରମ୍ଭରୁ ରାହୁଲ ଗାନ୍ଧି ପଦଯାତ୍ରା କରି ବିଜେପି ଭୋଟ ଚୋରି କରୁଥିବା କଥା ବିହାରବାସୀଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଅଗଷ୍ଟ ମାସରେ ସେ ଭୋଟର ଅଧିକାର ଯାତ୍ରା କରି କଂଗ୍ରେସ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ସହ ତେଜସ୍ୱୀ ଯାଦବ ମଧ୍ୟ ବୁଲିଥିଲେ। ଏହି ଦୁଇଟି ଯାତ୍ରା ବଳରେ କଂଗ୍ରେସ ନିଜର ଭୋଟ ବୃଦ୍ଧି କରିବ ବୋଲି ଆଶା କରିଥିଲା। କିନ୍ତୁ ଫଳ ଓଲଟା ହୋଇଛି।
ରାହୁଲ ଗାନ୍ଧି(Rahul Gandhi)ଙ୍କ ଶୋଭାଯାତ୍ରା ସାସାରାମରୁ ଆରମ୍ଭ ହୋଇ ପାଟନା ଯାଏ ଚାଲିଥିଲା। ଏହି ସମୟରେ ସେ ୨୫ଟି ଜିଲ୍ଲାରେ ଥିବା ୧୧୦ଟି ବିଧାନସଭା ଆସନରେ ଲୋକଙ୍କୁ ଭେଟିଥିଲେ। ପ୍ରାୟ ୧୩ କିମି ରାସ୍ତା ରାହୁଲ ଗାନ୍ଧି ଅତିକ୍ରମ କରିଥିଲେ। କିନ୍ତୁ ଏହି ରୁଟରେ ଥିବା କୌଣସି ଗୋଟିଏ ଆସନରେ କଂଗ୍ରେସ ଜିତିବାକୁ ସକ୍ଷମ ହୋଇନାହିଁ।
ରାଜ୍ୟରେ ଦଳ ମୋଟ ୬୧ ଆସନରେ ପ୍ରାର୍ଥୀ ଦେଇଥିଲା। ଏହା ମଧ୍ୟରୁ କେବଳ ୫ଟି-ବାଲ୍ମିକ ନଗର, ଛାନପତିଆ, ଅରାରିଆ, କିଷ୍ଣନଗଞ୍ଜ ଓ ମନିହରିରେ କଂଗ୍ରେସ ଲିଡ୍ କରୁଛି। ସମ୍ଭବତଃ ଏହି ୫ଟି ଆସନ କଂଗ୍ରେସ ବିହାରରେ ଜିତିପାରେ।
ଗାନ୍ଧି ମ୍ୟାଜିକ ନାହିଁ
ରାହୁଲ ଗାନ୍ଧି ପୂର୍ବରୁ କରିଥିବା ବିଭିନ୍ନ ଯାତ୍ରା କଂଗ୍ରେସକୁ ୨୦୨୪ ଲୋକସଭା ଓ ୨୦୨୩ ତେଲଙ୍ଗନା ବିଧାନସଭା ନିର୍ବାଚନରେ ଫାଇଦା ଦେଇଥିଲା ଭାରତ ଯୋଡ଼ୋ ଯାତ୍ରା ରୁଟରେ କଂଗ୍ରେସ ୪୧ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ସେହିପରି ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ସହ ସରକାର ଗଠନ କରିଥିଲା।
ହେଲେ ଗାନ୍ଧି ମ୍ୟାଜିକ ବିହାରରେ ଫେଲ ମାରିଛି। ଏଠାରେ ବିଜେପି ଓ ଜେଡିୟୁ ଅଧିକାଂଶ ସିଟରେ ଜିତିବାକୁ ଯାଉଛନ୍ତି। ସହଯୋଗୀ ଜେଡିୟୁ ତୁଳନାରେ କଂଗ୍ରେସ ଆହୁରି ନୈରାଶ୍ୟଜନକ ପ୍ରଦର୍ଶନ କରିଛି। କଂଗ୍ରେସ ଭୋଟ ଚୋରିର ଅଭିଯୋଗ ଆଣିବା ସହ ଏସଆଇଆର ବିରୋଧରେ ପ୍ରଶ୍ନ ଉଠାଇଥିଲା କଂଗ୍ରେସ। କିନ୍ତୁ ଏହା ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିବା ନିର୍ବାଚନ ରେଜଲ୍ଟରୁ ସ୍ପଷ୍ଟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
