Advertisment

‘ଆମ୍ବେଦକର ବିବାଦ’ରେ ସ୍ପଷ୍ଟୀକରଣ ରଖିଲେ ଅମିତ ଶାହ, କହିଲେ- ଇସ୍ତଫା ଦେବିନି

ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତ ଶାହ। ଏହି ସମୟରେ ସେ କଂଗ୍ରେସକୁ ସମାଲୋଚନା କରିବାକୁ ଆଦୌ ପଛାଇ ନାହାନ୍ତି।

author-image
Hemant Lenka
amit shah

amit shah

ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ ବୟାନକୁ ବିରୋଧୀ ଜୋରଦାର ବିରୋଧ କରିଛନ୍ତି। ଏପରି କି କଂଗ୍ରେସ ତାଙ୍କର ଇସ୍ତଫା ଦାବି କରିବାରେ ଲାଗିଛି।

Advertisment

ସପା ଠାରୁ ଆରମ୍ଭ କରି ଟିଏମସି ଯାଏ ଶାହଙ୍କ ‘ଆମ୍ବେଦକର’ ବୟାନକୁ ବିରୋଧ କରିବାରେ ଲାଗିଛନ୍ତି। ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତ ଶାହ। ଏହି ସମୟରେ ସେ କଂଗ୍ରେସକୁ ସମାଲୋଚନା କରିବାକୁ ଆଦୌ ପଛାଇ ନାହାନ୍ତି।

ତାଙ୍କ କହିବା କଥା ଯେ ବିରୋଧୀ କଂଗ୍ରେସ ତାଙ୍କ ବୟାନକୁ ବୁଲାଇ ବଙ୍କାଇ ଉପସ୍ଥାପନ କରୁଛି ଓ ଆମ୍ବେଦକର ବିରୋଧୀ ଆଭିମୁଖ୍ୟକୁ ଆପଣାଇବା ପାଇଁ ଚେଷ୍ଟା କରୁଛି। ସେ କହିଛନ୍ତି, “ମୋ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। କଂଗ୍ରେସ ଫେକ ନ୍ୟୁଜ ପ୍ରଚାର କରୁଛି। ମୁଁ କେବେ ହେଲେ ଆମ୍ବେଦକରଙ୍କ ବିରୋଧରେ କହିପାରିବି ନାହିଁ।

Advertisment

ସେମାନେ(କଂଗ୍ରେସ) ମୋ ବୟାନକୁ ଭୁଲ ଭାବେ ଚିତ୍ରଣ କରିଛନ୍ତି। ସେମାନେ ଏହାକୁ ଭୁଲ ଢଙ୍ଗରେ ଲୋକଙ୍କ ଆଗରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ସମସ୍ତଙ୍କୁ ମୋର ପୂରା ଭାଷଣ ଶୁଣିବାକୁ ଅନୁରୋଧ କରୁଛି। ଏହାପରେ ସବୁ କିଛି ସ୍ପଷ୍ଟ ହୋଇଯିବ। ମୁଁ ଏମିତି ଏକ ଦଳ ଓ ସମାଜରୁ ଆସିଛି, ଯିଏ କେବେ ହେଲେ ଆମ୍ବେଦକରକୁ ଅସମ୍ମାନ କରିବା କଥା ସ୍ୱପ୍ନରେ ମଧ୍ୟ ଚିନ୍ତା କରିପାରିବ ନାହିଁ। ଆମେ ସବୁବେଳେ ଆମ୍ବେଦକରଙ୍କ ଆଦର୍ଶକୁ ପାଳନ କରିଥାଉ।

କଂଗ୍ରେସ ଆର୍ମି ଓ ମହିଳାମାନଙ୍କୁ ଅପମାନିତ କରିଥିଲା। ଏପରି କି ଦେଶ ବିଭାଜନ ମଧ୍ୟ କରିଛି। ଦେଶକୁ ବିଦେଶୀ ଶକ୍ତିଙ୍କୁ ଦେଇଛି। ଯେତେବେଳେ ଏସବୁ ସତ ସାମ୍ନାକୁ ଚାଲି ଆସିଲା, ସେମାନେ ତଥ୍ୟକୁ ହେରଫେର କରି ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି। ଦୁଇ ଦିନ ଧରି ରାଜ୍ୟସଭାରେ ସମ୍ବିଧାନ ଉପରେ ଚାଲିଥିବା ବିତର୍କରୁ ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ହିଁ ଆମ୍ବେଦକରଙ୍କୁ ଅସମ୍ମାନ କରିଛି।”

କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ତାଙ୍କ ଇସ୍ତଫା ଦାବି କରିଥିଲେ। ହେଲେ ଶ୍ରୀ ଶାହ ଇସ୍ତଫା ଦେବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି। ସେ କହିଛନ୍ତି, “ଖଡଗେ ମୋ ଇସ୍ତଫା ମାଗୁଛନ୍ତି। ଯଦି ଏହା ତାଙ୍କୁ ଖୁସି କରିବ, ତା’ହେଲେ ମୁଁ ଇସ୍ତଫା ଦେବି। କିନ୍ତୁ ଏହା ତାଙ୍କ ସମସ୍ୟାକୁ ଶେଷ କରିପାରିବ ନାହିଁ।

ସେ ସମାନ ସ୍ଥାନରେ(ବିରୋଧୀ) ୧୫ ବର୍ଷ ଯାଏ ବସି ରହିବେ। ମୋ ଇସ୍ତଫା ଏହାକୁ ପରିବର୍ତ୍ତନ କରି ପାରିବ ନାହିଁ। କଂଗ୍ରେସ ପକ୍ଷରୁ ମୋର ଭିଡିଓକୁ ଏଡିଟିଂ କରାଯାଇଛି। ବିଜେପି ସଂସଦ ଭିତରେ ଓ ବାହାରେ ଏହାର ଆଇନଗତ ଦିଗକୁ ତର୍ଜମା କରିବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ।”

ଅମିତ ଶାହ କଂଗ୍ରେସକୁ ଆମ୍ବେଦକର ବିରୋଧୀ, ସଂରକ୍ଷଣ ବିରୋଧୀ ଓ ସମ୍ବିଧାନ ବିରୋଧୀ ମଧ୍ୟ କହିଛନ୍ତି। ଡ ବିଆର ଆମ୍ବେଦକରଙ୍କୁ ସମ୍ମାନରେ ବିଜେପି କରିଥିବା କାମ ଗୁଡ଼ିକୁ ମଧ୍ୟ ସେ ପୁଣି ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି।

Bjp Congress Amit Shah Ambedkar B R Ambedkar