Advertisment

ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ ଟିମ, ୨୦ ଆସନର ଇଭିଏମକୁ ସିଲ କରିବାକୁ କହିଲା

୨୦ଟି ନିର୍ବାଚନ ମଣ୍ଡଳର ଭୋଟ ଗଣତିରେ ଅନିୟମିତତା ହୋଇଥିବାର ଦସ୍ତାବିଜ ଦିଆଯାଇଛି।

author-image
Hemant Lenka
EVM

EVM

ହରିୟାଣାରେ ବଡ଼ ପରାଜୟ ପରେ ଭୋଟ ଗଣତି ଓ ଇଭିଏମ ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ, ଜୟରାମ ରମେଶ, ପବନ ଖେଡା ଓ ଅଜୟ ମାକେନଙ୍କୁ ନେଇ ଗଠିତ ଟିମ ଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନରଙ୍କୁ ଭେଟିଛି। ଏଥିସହ ହରିୟାଣା ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଦଳ ପକ୍ଷରୁ ହରିୟାଣାର ୨୦ଟି ଆସନର ଇଭିଏମକୁ ସିଲ୍‌ କରିବାକୁ ଦାବି କରାଯାଇଛି।

Advertisment

ଇସିଆଇଙ୍କ ସହ ବୈଠକ ପରେ କଂଗ୍ରେସ ନେତା ପବନ ଖେଡା କହିଛନ୍ତି ଯେ ଯେଉଁ ସବୁ ଭୋଟିଂ ମେସିନ ବିରୋଧରେ ଅଭିଯୋଗ କରାଯାଇଛି, ସେଗୁଡ଼ିକୁ ସିଲ୍‌ କରିବାକୁ ନିର୍ବାଚନ କମିଶନଙ୍କୁ କୁହାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ଅଭିଯୋଗ ଦାଖଲ କରାଯିବ।

୨୦ଟି ନିର୍ବାଚନ ମଣ୍ଡଳର ଭୋଟ ଗଣତିରେ ଅନିୟମିତତା ହୋଇଥିବାର ଦସ୍ତାବିଜ ଦିଆଯାଇଛି। ଖୁବଶୀଘ୍ର ଗଣମାଧ୍ୟମକୁ ବି ସେଗୁଡ଼ିକ ଦିଆଯିବ। ଆହୁରି ୧୩ଟି ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ସେଗୁଡ଼ିକୁ ମଧ୍ୟ ଇସିଙ୍କ ନିକଟରେ ଦାଖଲ କରାଯିବ ବୋଲି ସେ କହିଛନ୍ତି।

Advertisment

ହରିୟାଣାରେ କଂଗ୍ରେସ ୩୭ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୪୮ଟି ଆସନ କବଜା କରି ରେକର୍ଡ ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏକଜିଟ ପୋଲ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୀତିକ ପଣ୍ଡିତମାନେ କଂଗ୍ରେସ ସପକ୍ଷରେ ଜନମତ ଯିବ ବୋଲି ଆକଳନ କରିଥିଲେ। ହେଲେ ଅପ୍ରତ୍ୟାଶିତ ଢଙ୍ଗରେ ବିଜେପି ହରିୟାଣା ଜିତି ଯିବାରୁ କଂଗ୍ରେସ ଏହାକୁ ଗ୍ରହଣ କରିପାରୁ ନାହିଁ।

EVM EVM Row Haryana Election Result