Advertisment

କଂଗ୍ରେସକୁ ଝଟ୍‌କା, ପଦ୍ମ ଧରିପାରନ୍ତି କମଲନାଥ!

କମଲନାଥ ଛିନ୍ଦଓ୍ୱାଡା ଗସ୍ତକୁ ବାତିଲ କରି ଅଚାନକ ନିଜ ପୁଅ ସହ ଦିଲ୍ଲୀ ଗସ୍ତରେ ଯାଇଛନ୍ତି।

author-image
Madhupriya Mistry
undefined

Kamal Nath

କଂଗ୍ରେସ ଛାଡିପାରନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ସେ ଓ ତାଙ୍କ ପୁଅ ତଥା ସାଂସଦ ନକୁଲନାଥ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରି। କମଲନାଥ ଯେକୌଣସି ସମୟରେ ମଧ୍ୟ ବିଜେପିରେ ସାମିଲ ହେବା ପାଇଁ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଇଛି। ଯଦି ଏହା ସତ ହୁଏ ତେବେ କଂଗ୍ରେସକୁ ଜୋରଦାର ଝଟ୍‌କା ଲାଗିବ।

Advertisment

ଆଜି କମଲନାଥଙ୍କ ପୁଅ ନକୁଲନାଥ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ 'X'ରୁ କଂଗ୍ରେସ ହଟାଇ ଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚାର ଅହୁରି ଜୋର ଧରିଛି। ସେପଟେ କମଲନାଥ ମଧ୍ୟ ଛିନ୍ଦଓ୍ୱାଡା ଗସ୍ତକୁ ବାତିଲ କରି ଅଚାନକ ନିଜ ପୁଅ ସହ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି।

ଗତ କିଛିଦିନ ହେବ ମଧ୍ୟପ୍ରଦେଶ ରାଜନୀତିରେ ଯେଉଁଭଳି ବୟାନବାଜୀ ଚାଲିଛି ତାକୁ ନେଇ ଅନୁମାନ କରାଯାଉଛି ଯେ, ଖୁବଶୀଘ୍ର କମଲନାଥ ତାଙ୍କ ପୁଅଙ୍କ ସହ ବିଜେପିରେ ଯୋଗ ଦେଇପାରନ୍ତି। ତାଙ୍କ ସହ କଂଗ୍ରେସର ୧୦ ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବା ନେଇ କୁହାଯାଉଛି।

Advertisment

ସେପଟେ ବିଜେପି ପ୍ରବକ୍ତା ନରେନ୍ଦ୍ର ସାଲୁଜା କମଲନାଥ ଓ ନକୁଲ ନାଥଙ୍କ ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରି 'ଜୟ ଶ୍ରୀ ରାମ' ଲେଖିଛନ୍ତି। ବିଜେପିର ମଧ୍ୟପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା କମଲନାଥ ତାଙ୍କ ପୁଅ ନକୁଲନାଥଙ୍କୁ ନେଇ ଶୁକ୍ରବାର ଦିନ ଏକ ବୟାନ ଦେଇଥିଲେ। ସେ କହିଥିଲେ କି, 'କମଲନାଥ ଓ ତାଙ୍କ ପୁଅ ଯଦି ବିଜେପିରେ ମିଶିବାକୁ ଚାହାଁନ୍ତି ତେବେ ତାଙ୍କ ପାଇଁ ବିଜେପିର ଦ୍ୱାର ସବୁଦିନ ପାଇଁ ଖୋଲା ରହିଛି।'

ସୂତ୍ର ଅନୁସାରେ କମଲନାଥ ନିଜ ପୁଅ ନକୁଲନାଥଙ୍କ ରଜନୈତିକ କ୍ୟାରିୟରକୁ ନେଇ ଚିନ୍ତାରେ ଅଛନ୍ତି। ଗତ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶରେ କଂଗ୍ରେସକୁ କେବଳ ଗୋଟିଏ ଆସନ ମିଳିଥିଲା। କମଲନାଥଙ୍କ ଗଡ଼ କୁହାଯାଉଥିବା ଛିନ୍ଦଓ୍ୱାଡାରେ କଡା ସଂଘର୍ଷ ପରେ ନକୁଲନାଥ ବିଜୟ ହାସଲ କରିଥିଲେ। ସେପଟେ ବିଜେପି ଛିନ୍ଦଓ୍ୱାଡାକୁ ନିଜ ଦୁର୍ବଳ ତାଲିକାରେ ରଖିଛି। ଗତ ୩ ବର୍ଷ ମଧ୍ୟରେ ଏଠାରେ ବିଜେପି କଡା ପରିଶ୍ରମ କରିଛି। 

Bjp Congress Kamal Nath