Advertisment

‘କଂଗ୍ରେସ ଚାହେଁ ବିଜେପି ବିଜୟୀ ହେଉ’

‘କଂଗ୍ରେସରେ ଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ୨୩ ଜଣ ନେତା ଲଢ଼େଇ କରିଥିଲେ। କିନ୍ତୁ ଦଳର ନେତୃତ୍ୱ ସେମାନଙ୍କ କଥା ଶୁଣି ନଥିଲେ।’

Ghulam Nabi Azad

Ghulam Nabi Azad

Advertisment

‘ବେଳେ ବେଳେ ମୋତେ ଲାଗେ କଂଗ୍ରେସ ଚାହେଁ ବିଜେପି ବିଜୟୀ ହେଉ।’ ଜମ୍ମୁ ଓ କଶ୍ମୀରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ କଂଗ୍ରେସ ନେତା ତଥା ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି (DPAP) ସଭାପତି ଗୁଲାମ ନବୀ ଆଜାଦ।

Advertisment

ସେ କହିଛନ୍ତି, ବେଳେ ବେଳେ ମୁଁ ସନ୍ଦେହ କରେ ଯେ ବିଜେପି ସହିତ କଂଗ୍ରେସ ମିଶି ଯାଇଛି। କଂଗ୍ରେସରେ ଥିବା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ୨୩ ଜଣ ନେତା ଲଢ଼େଇ କରିଥିଲେ। କିନ୍ତୁ ଦଳର ନେତୃତ୍ୱ ସେମାନଙ୍କ କଥା ଶୁଣି ନଥିଲେ। ଯେତେବେଳେ ପ୍ରସଙ୍ଗଗୁଡ଼ିକୁ ଉଠାଗଲା, ସେତେବେଳେ ସେମାନେ (କଂଗ୍ରେସ ନେତୃତ୍ୱ) କହିଲେ ଯେ ସେମାନେ (୨୩ ନେତା) ବିଜେପିର ଭାଷା କହୁଛନ୍ତି। ବେଳେ ବେଳେ ମୁଁ ଅନୁଭବ କରେ ସେମାନେ (କଂଗ୍ରେସ) ଚାହାଁନ୍ତି ଯେ ବିଜେପି ବିଜୟୀ ହେଉ।

ଗୁଲାମ ନବୀ ଆଜାଦ ଆହୁରି କହିଛନ୍ତି, ଏହି ଅଞ୍ଚଳ ପାଇଁ ତଥା ସାରା ଦେଶ ପାଇଁ ଗରିବୀ, ବେକାରୀ ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହେଉଛି ପ୍ରସଙ୍ଗ। ଯେ କୌଣସି ଦଳ କ୍ଷମତାକୁ ଆସନ୍ତୁ ସେମାନଙ୍କ ପାଇଁ ଗରିବୀ ଓ ବେକାରୀ ଦୂର କରିବା ସବୁଠୁ ବଡ଼ ପ୍ରସଙ୍ଗ। ତା’ସହିତ ମୁଦ୍ରାସ୍ଫୀତି ହ୍ରାସ କରିବା ସେମାନଙ୍କ ପାଇଁ ବଡ଼ ପ୍ରସଙ୍ଗ। ଧର୍ମ ଆଧାରରେ ନୁହେଁ, ବିକାଶ ଆଧାରରେ ନିର୍ବାଚନ ଲଢ଼ାଯାଏ।

Advertisment

ବିଚ୍ଛିନ୍ନତାବାଦୀଙ୍କ ସମେତ ସମସ୍ତ ରାଜନୀତିକ ଦଳକୁ ସମାଲୋଚନା କରି ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଏହି ରାଜନେତାମାନଙ୍କ ଯୋଗୁ ଜମ୍ମୁ ଓ କଶ୍ମୀରରେ ଏକ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଛି। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜମ୍ମୁ ଓ କଶ୍ମୀରରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଲୋକେ ମନେ ରଖିବା ଉଚିତ ବୋଲି ସେ କହିଛନ୍ତି।

ଦେଶର ଅନ୍ୟ ସବୁ ଅଞ୍ଚଳ ପରି ଜମ୍ମୁ ଓ କଶ୍ମୀରରେ ମଧ୍ୟ ଏଥର ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଉଧମପୁର ଆସନ ପାଇଁ ଏପ୍ରିଲ ୧୯ରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଜମ୍ମୁ ପାଇଁ ଏପ୍ରିଲ ୨୬, ଅନନ୍ତନାଗ-ରଜୌରୀ ପାଇଁ ମେ’ ୭, ଶ୍ରୀନଗର ପାଇଁ ମେ’ ୧୩ ଓ ବାରାମୂଲା ପାଇଁ ମେ’ ୨୦ରେ ଭୋଟ୍ ଗ୍ରହଣ ହେବ।

Ghulam Nabi Azad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe