Advertisment

ହେମା ମାଳିନୀ ବିବାଦ ପରେ କଂଗ୍ରେସକୁ ଇସି ଛାଟ, ସୂର୍ଯ୍ୟେୱାଲାଙ୍କୁ ନୋଟିସ୍‌

ବିଜେପି ଅଭିଯୋଗ କରିଥିଲା ଯେ ରଣଦୀପ ସୂର୍ଯ୍ୟେୱାଲା ଗୋଟିଏ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ହେମା ମାଳିନୀଙ୍କ ପ୍ରତି ଅଭଦ୍ର ଓ ଅଶ୍ଳୀଳ ଟିପ୍ପଣୀ କରିଥିଲେ।

Hema

Hema

Advertisment

ବିଜେପିର ମଥୁରା ସାଂସଦ ହେମା ମାଳିନୀଙ୍କ ପ୍ରତି ଅଭଦ୍ର ଟିପ୍ପଣୀ କରିବା ଅଭିଯୋଗରେ ଆଜି ନିର୍ବାଚନ କମିଶନ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସୂର୍ଯ୍ୟେୱାଲାଙ୍କ ବୟାନକୁ ଇସି ଅତ୍ୟନ୍ତ ଅସଭ୍ୟ, ଅସାମାଜିକ ଓ ଅଭଦ୍ର ଭାବେ ଅବିହିତ କରିଛନ୍ତି।

Advertisment

ଏଥିସହ କଂଗ୍ରେସ ନେତାମାନେ ନିୟମିତ ଭାବେ ବିବାଦୀୟ ଟିପ୍ପଣୀ ଦେଇ ଚାଲିଛନ୍ତି ବୋଲି କମିଶନ କହିଛନ୍ତି। ଏହାବାଦ ସର୍ବସମ୍ମୁଖରେ ମହିଳାମାନଙ୍କ ସମ୍ମାନକୁ କ୍ଷତି ନ ପହଞ୍ଚାଇବା ପାଇଁ କମିଶନ ଜାରି କରିଥିବା ଗାଇଡଲାଇନ ଉପରେ କଂଗ୍ରେସ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ତାଲିକ ଦେବାକୁ ଇସି ନୋଟିସ କରିଛନ୍ତି।

ବିଜେପିର ସାଂସଦ ପ୍ରାର୍ଥୀ କଙ୍ଗାନା ରାଣାୱତଙ୍କ ସମ୍ପର୍କରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ବିବାଦୀୟ ଟିପ୍ପଣୀ କରିଥିଲେ। ଏହାର ଉଦାହରଣ ଦେଇ କମିଶନ ନୋଟିସରେ କହିଛନ୍ତି, “କମିଶନ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପୁଣି ସମାନ ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଭାରତୀୟ ଜାତୀୟ କଂଗ୍ରେସର ପ୍ରଚାରକମାନେ ବାରମ୍ବାର ବିବଦୀୟ ଟିପ୍ପଣୀ ଦେଉଛନ୍ତି। ଏହା ଆଦୌ ଠିକ ନୁହେଁ। 

Advertisment

ମହିଳାଙ୍କ ସମ୍ମାନ ଓ ପ୍ରତିଷ୍ଠା ବିରୋଧୀ ବୟାନ ସେମାନେ ବିଶେଷ ରୂପରେ ଦେଉଛନ୍ତି। ନିର୍ବାଚନ ପ୍ରଚାର କେବେ ହେଲେ ମହିଳାଙ୍କୁ ଅସମ୍ମାନ କରିବାର ଗୋଟିଏ ମଞ୍ଚ ପାଲଟୁ ବୋଲି ଅନୁମତି ମିଳି ପାରିବ ନାହିଁ। ଏପରି ଆଶା ନିର୍ବାଚନ କମିଶନ କରୁଛନ୍ତି ଓ ଆପଣ ମଧ୍ୟ ଏଥିରେ ଏକମତ ହେବେ ବୋଲି ବିଶ୍ୱାସ ରଖୁଛନ୍ତି।

ବିଜେପି ଅଭିଯୋଗ କରିଥିଲା ଯେ ରଣଦୀପ ସୂର୍ଯ୍ୟେୱାଲା ଗୋଟିଏ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ହେମା ମାଳିନୀଙ୍କ ପ୍ରତି ଅଭଦ୍ର ଓ ଅଶ୍ଳୀଳ ଟିପ୍ପଣୀ କରିଥିଲେ। କଂଗ୍ରେସକୁ ଦଳ ମହିଳା ବିରୋଧୀ ବୋଲି କହିଥିଲା।

ଗତ ସପ୍ତାହରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଗୋଟିଏ ଭିଡିଓ ଶେୟାର କରିଥିଲେ। ଏଥିରେ ସୂର୍ଯ୍ୟେୱାଲା ବିଜେପି ସାଂସଦ ହେମା ମାଳିନୀଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏହା ଏକ ଏଡିଟେଡ ଭିଡିଓ ବୋଲି ସୂର୍ଯ୍ୟେୱାଲା କହିଥିଲେ।

ସେ ସମାନ କାର୍ଯ୍ୟକ୍ରମର ଭିଡିଓ ଶେୟାର କରିଥିଲେ। ଏଥିରେ ସେ କହୁଛନ୍ତି ଯେ “ଆମେ ହେମା ମାଳିନୀ ଜୀଙ୍କୁ ସମ୍ମାନ କରୁଛୁ। କାରଣ ସେ ଧର୍ମେନ୍ଦ୍ର ଜୀଙ୍କୁ ବିବାହ କରିଛନ୍ତି। ସେ ଆମର ବୋହୂ।” ଏହି ଭିଡିଓ ଶେୟାର କରି ବିଜେପି ମିଛର ପ୍ରଚାର କରୁଛି ବୋଲି ସୂର୍ଯ୍ୟେୱାଲା କହିଥିଲେ।

Congress Eci Randeep Surjewala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe