Advertisment

୧୦ରୁ ପ୍ରତି ଜିଲ୍ଲାରେ କଂଗ୍ରେସ କରିବ କିଷାନ ମହାପଂଚାୟତ

କିଷାନ କଂଗ୍ରେସ ସଂଗଠନ ମାଧ୍ୟମରେ ରାଜ୍ୟର କୃଷକମାନଙ୍କୁ ସୁସଂଗଠିତ କରି ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକ ପୂରଣ ପାଇଁ ଏହି ଅପାରଗ ଅଥର୍ବ ସରକାର ବିରୁଦ୍ଧରେ ଦୃଢ଼ ଆନ୍ଦୋଳନ କରାଯିବ ।

undefined

Congress Flag

Advertisment

ସବୁ ଜିଲ୍ଲାରେ ୧୦ତାରିଖରୁ କଂଗ୍ରେସ କରିବ କିଷାନ ମହାପଂଚାୟତ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀମାରଣ ନୀତିକୁ ବିରୋଧ କରି ପର୍ଯ୍ୟାୟକ୍ରମେ ଏହି ଜିଲ୍ଲାସ୍ତରୀୟ ମହାପଂଚାୟତ ବସିବ। ଆଜି ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Advertisment

ପିସିିସି କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦଳର କିଷାନ ସେଲ୍ କାର୍ଯ୍ୟକାରିଣୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ଉଭୟ ବିଜେଡ଼ି ଓ ବିଜେପି ସରକାର ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ବାସ୍ତବରେ ଚାଷୀର ବିକାଶ ପରିବର୍ତେ ଆଜି କେବଳ ବିନାଶ ଘଟିଛି ବୋଲି କହିଛନ୍ତି । ଆଗାମୀ ଦିନରେ କଂଗ୍ରେସ କ୍ଷମତାକୁ ଆସିବା ପରେ କୃଷି ଓ କୃଷକଙ୍କ ସାମଗ୍ରିିକ ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ। କିଷାନ କଂଗ୍ରେସ ସଂଗଠନ ମାଧ୍ୟମରେ ରାଜ୍ୟର କୃଷକମାନଙ୍କୁ ସୁସଂଗଠିତ କରି ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକ ପୂରଣ ପାଇଁ ଏହି ଅପାରଗ ଅଥର୍ବ ସରକାର ବିରୁଦ୍ଧରେ ଦୃଢ଼ ଆନ୍ଦୋଳନ କରାଯିବ । କୃଷି ଓ କୃଷକର ନିରନ୍ତର ଉନ୍ନତି ହେଉଛି ବୋଲି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ବାହାସ୍ପୋଟ ମାରୁଥିଲେ ମଧ୍ୟ ପ୍ରକୃତରେ ଏହା ପ୍ରତାରଣାରେ ପରିଣତ ହୋଇଛି । ଯଦ୍ୱାରା ଚାଷୀ ଚାଷରୁ ମୁହଁ ଫେରାଇଲେଣି ବୋଲି କହିଛନ୍ତି । ଦଳ ଆସନ୍ତା ୧୦ତାରିଖରୁ ପର୍ଯ୍ୟାୟକ୍ରମେ ସବୁ ଜିଲ୍ଲାରେ ଜିଲ୍ଲାସ୍ତରୀୟ କିଷାନ ମହାପଂଚାୟତ କରିବ ।

ଆଜିର ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ପ୍ରକାଶ ଚନ୍ଦ୍ର ଦେବତା, ଉମେଶ ସାହୁ, ପଦ୍ମଚରଣ ସାହୁ, ମନୋଜ କୁମାର ଦିଗାଲ, ସଦାନନ୍ଦ ଓଝା, ନୂତନ ତ୍ରିପାଠୀ, ଦାସରଥି ସାହୁ, ନାରାୟଣ ପରିଡ଼ା, ସ୍ୱପ୍ନେଶ୍ୱର ପୃଷ୍ଟି, ଗୁଣନିଧି ସାହୁ, ଗୋବିନ୍ଦ ପଟେଲ, ନରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଜିଲ୍ଳାର କୃଷକମାନଙ୍କ ସମସ୍ୟା ସଂପର୍କରେ ମତବ୍ୟକ୍ତ କରିଥିଲେ ।

Advertisment
Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe