Advertisment

କଂଗ୍ରେସର ବଡ଼ ଘୋଷଣା: କ୍ଷମତାକୁ ଆସିଲେ ତିଆରି କରିବ ଆଇପିଏଲ ଟିମ୍‌

ଯଦି କଂଗ୍ରେସ କ୍ଷମତାକୁ ଆସିବ, ତା’ହେଲେ ମଧ୍ୟପ୍ରଦେଶ ନାଁରେ ଗୋଟିଏ ଆଇପିଏଲ ଟିମ ଗଠନ କରିବ। ଏହି ଟିମ ପ୍ରତିବର୍ଷ ରାଜ୍ୟ ତରଫରୁ ଆଇପିଏଲରେ ଟ୍ରଫି ପାଇଁ ଲଢ଼େଇ କରିବ।

Congress

Congress

Advertisment

ମଧ୍ୟପ୍ରଦେଶ ପାଇଁ ଆଜି ବିରୋଧୀ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି। ମଧ୍ୟପ୍ରଦେଶରେ ଦଳ କ୍ଷମତାକୁ ଆସିବା ପରେ କ’ଣ ସବୁ କରିବ, ସେ ବାବଦରେ ଭୋଟରଙ୍କୁ ଆଜି ପ୍ରତିଶ୍ରୁତି ଦେଇଛି।

Advertisment

ଯଦି କଂଗ୍ରେସ କ୍ଷମତାକୁ ଆସିବ, ତା’ହେଲେ ମଧ୍ୟପ୍ରଦେଶ ନାଁରେ ଗୋଟିଏ ଆଇପିଏଲ ଟିମ ଗଠନ କରିବ। ଏହି ଟିମ ପ୍ରତିବର୍ଷ ରାଜ୍ୟ ତରଫରୁ ଆଇପିଏଲରେ ଟ୍ରଫି ପାଇଁ ଲଢ଼େଇ କରିବ। ଏବେ ଆଇପିଏଲରେ ୧୦ଟି ଟିମ ରହିଛନ୍ତି। ବିଭିନ୍ନ ରାଜ୍ୟ ଓ ସହର ନାଁ ଅନୁସାରେ ଟିମ ଗୁଡ଼ିକ ଗଠନ କରାଯାଇଛି। ସେମାନେ ନିଜ ନିଜ ରାଜ୍ୟରେ ମଧ୍ୟ ମ୍ୟାଚ୍‌ ଖେଳୁଛନ୍ତି।

ହେଲେ ମଧ୍ୟପ୍ରଦେଶ ନାଁରେ କୌଣସି ଆଇପିଏଲ ଟିମ ତିଆରି ହୋଇନାହିଁ। ତେଣୁ କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଆଇପିଏଲ ଟିମ ଗଠନ କରିବ ବୋଲି ଦଳ ପକ୍ଷରୁ ତା’ର ଇସ୍ତାହାରରେ ଉଲ୍ଲେଖ କରାଯାଇଛି।

Advertisment

ଏହାବାଦ ଦଳ କ୍ଷମତାକୁ ଆସିଲେ ରାଜ୍ୟର ସବୁ ଲୋକଙ୍କ ପାଇଁ ୨୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଓ ଓବିସି ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା କରିବ ବୋଲି କହିଛି।

କଂଗ୍ରେସ ପକ୍ଷରୁ ୧୦୬ ପୃଷ୍ଠାର ୫୯ଟି ପ୍ରତିଶ୍ରୁତି ଦିଆଯାଇଛି। ଚାଷୀ, ମହିଳା ଓ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସମାଜର ପ୍ରତି ବର୍ଗର ଲୋକଙ୍କ ପାଇଁ ଇସ୍ତାହାରରେ ବ୍ୟବସ୍ଥା ହୋଇଛି।

ଏହାକୁ ସାର୍ବଜନୀନ କରି ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା କମଲନାଥ କହିଛନ୍ତି, “ଆମେ ମଧ୍ୟପ୍ରଦେଶର ସବୁ ଲୋକଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବୁ। ଏହା ମଧ୍ୟରେ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ରହିଛି। ମଧ୍ୟପ୍ରଦେଶର ନିଜସ୍ୱ ଆଇପିଏଲ ଟିମ ତିଆରି କରାଯିବ। ଚାଷୀମାନଙ୍କ ଋଣ ୨ ଲକ୍ଷ ଟଙ୍କା ଯାଏ ଛାଡ଼ କରାଯିବ ଓ ମହିଳାମାନଙ୍କୁ ମାସିକ ୧୫ ଶହ ଟଙ୍କା ଲେଖାଏ ଭତ୍ତା ଆକାରରେ ଦିଆଯିବ।”

ରାଜ୍ୟର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ କହିଛି ଯେ ଯଦି ଦଳ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିବ, ତା’ହେଲେ ସମସ୍ତଙ୍କୁ ୫୦୦ ଟଙ୍କାରରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବ। ଏହାବାଦ ସ୍କୁଲ ଫି’କୁ ଛାଡ଼ କରାଯିବ, ପୁରୁଣା ପେନସନ ସ୍କିମ ଲାଗୁ ହେବ ଓ ଚାକିରି ପାଇ ନଥିବା ଯୁବଗୋଷ୍ଠୀଙ୍କୁ ୨ ବର୍ଷ ଯାଏ ମାସିକ ୧୫ଶହରୁ ୩ ହଜାର ଟଙ୍କାର ଭତ୍ତା ଯୋଗା ଦିଆଯିବ।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ନଭେମ୍ବର ୧୭ରେ ଭୋଟିଂ ହେବ। ଡିସେମ୍ବର ୩ରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

Congress Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe