Advertisment

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ବିରୁଦ୍ଧରେ କୋର୍ଟ ଯିବ କଂଗ୍ରେସ, ୨୦ରେ କରିବ ପଂଚାୟତ ପ୍ରତିନିଧି ସମ୍ମିଳନୀ

ପିସିସି ମୁଖପାତ୍ର ତଥା ରାଜୀବ ଗାନ୍ଧି ପଂଚାୟତିରାଜ ସଂଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ୭୩ତମ ସମ୍ବିଧାନ ସଂଶୋଧନ ଆଇନ ପଂଚାୟତର ବିକାଶମୂଳକ କାମରେ ଗ୍ରାମସଭାକୁ ପ୍ରାଧାନ୍ୟ ଦେଇଛି ।

undefined

Congress

Advertisment

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଜେଡି ସରକାର କାର୍ଯ୍ୟକାରୀ କରୁଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ କଂଗ୍ରେସ ବିରୋଧ କରିଛି । ଏହି ଯୋଜନାକୁ ସମ୍ବିଧାନବିରୋଧୀ ଓ ପଂଚାୟତିରାଜ ବ୍ୟବସ୍ଥା ପ୍ରତି କୁଠାରଘାତ ବୋଲି କହିବା ସହ ଏହା ବିରୁଦ୍ଧରେ କଂଗ୍ରେସ ଖୁବଶୀଘ୍ର କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି । ଏହାସହିତ ଆସନ୍ତା ୨୦ତାରିଖରେ ଦଳ ପକ୍ଷରୁ ପଂଚାୟତ ପ୍ରତିନିଧିମାନଙ୍କ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଇ ଉକ୍ତ ଯୋଜନା ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ପ୍ରୟାସ କରାଯିବ ବୋଲି କହିଛି ।

Advertisment

ପିସିସି ମୁଖପାତ୍ର ତଥା ରାଜୀବ ଗାନ୍ଧି ପଂଚାୟତିରାଜ ସଂଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ୭୩ତମ ସମ୍ବିଧାନ ସଂଶୋଧନ ଆଇନ ପଂଚାୟତର ବିକାଶମୂଳକ କାମରେ ଗ୍ରାମସଭାକୁ ପ୍ରାଧାନ୍ୟ ଦେଇଛି । ଗ୍ରାମସଭାର ବିନା ସୁପାରିଶ ଓ ଅନୁମୋଦନରେ ପଂଚାୟତରେ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ସମ୍ବିଧାନ କହିଛି । ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ପଂଚାୟତ ବ୍ୟବସ୍ଥାରେ ଫଣ୍ଡ, ଫଙ୍କସନ ଓ ଫଙ୍କସ୍‌ନାରୀ ବା ଅର୍ଥ, କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତ୍ତା ଉପରେ ଗୁରୁତ୍ୱ ସମ୍ବିଧାନ ଦେଇଛି । ମାତ୍ର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଗ୍ରାମସଭା, ପଂଚାୟତ ପ୍ରତିନିଧି ଓ ପଂଚାୟତ ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଇ ନାହିଁ କିମ୍ବା ଏ ବିଷୟରେ ଗାଇଡଲାଇନରେ କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ । ଏହା ସମ୍ବିଧାନ ପ୍ରତି ଉପହାସ ।

ପ୍ରତି ପଂଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ଦିଆଯିବ ବୋଲି ଯୋଜନାରେ ଉଲ୍ଲେଖ ଅଛି । ଏଥିରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ମାତ୍ର ଏହାକୁ କାର୍ଯ୍ୟକାରି କରିବା କ୍ଷେତ୍ରରେ ପଂଚାୟତିରାଜ ସଂସ୍ଥା ଓ ପଂଚାୟତ ପ୍ରତିନିଧି ମାନଙ୍କୁ ସଂଶ୍ଳିଷ୍ଟ କରାନଯିବା ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ । ମୁଖ୍ୟମନ୍ତ୍ରୀ ଯେଉଁ ସରପଂଚମାନଙ୍କୁ କରୋନା ସମୟରେ ଜିଲ୍ଲାପାଳ କରିଥିଲେ ସେମାନେ ଏବେ ତାଙ୍କ ପଂଚାୟତରେ ରୂପାୟନ ହେବାକୁ ଥିବା ଯୋଜନାରେ ଭାଗିଦାର ହେବାର ସୁଯୋଗ ନପାଇବା ଦୁର୍ଭାଗ୍ୟଜନକ । ଯୋଜନାର ଗାଇଡଲାଇନ ମୁତାବକ ପଂଚାୟତ ସମିତି ପ୍ରକଳ୍ପ ଗୁଡ଼ିକର ରୂପାୟନ କରିବେ ବୋଲି ଉଲ୍ଲେଖ ଥିଲେ ମଧ୍ୟ ଏସବୁ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଳାପାଳମାନେ ନେବେ ବୋଲି ନିର୍ଦ୍ଦେଶ ରହିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବିସ୍ମୟ ମହାପାତ୍ର ଓ ନିରଦ ବରଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Advertisment
Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe