Advertisment

ଅର୍ଦ୍ଧନିର୍ମିତ ରାମ ମନ୍ଦିରର ଉଦ୍‌ଘାଟନକୁ କଂଗ୍ରେସର ନା'

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଓ ଅଧୀର ରଞ୍ଜନ ଚୌଧୁରୀ ନିମନ୍ତ୍ରଣକୁ ଅସ୍ୱୀକାର କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Congress

Congress

ଠିକ୍‌ ସାଧାରଣ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ ହେଉଛି ଅଯୋଧ୍ୟା ରାମ ମନ୍ଦିର। ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଏହି ଉଦ୍‌ଘାଟନକୁ ବୟକଟ୍‌ କରିଛି କଂଗ୍ରେସ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମିଳିଥିବା ଆମନ୍ତ୍ରଣକୁ କଂଗ୍ରେସ ସିଧାସଳଖ ଅସ୍ୱୀକାର କରିଛି।

Advertisment

ଅର୍ଦ୍ଧନିର୍ମିତ ରହିଛି ରାମ ମନ୍ଦିର। ଅଧୁରା ରାମ ମନ୍ଦିରର ହେଉଛି ଉଦ୍‌ଘାଟନ। ଆମ ଦେଶର ଲକ୍ଷ ଲକ୍ଷ ଲୋକେ ଭଗବାନ ରାମଙ୍କ ପୂଜା କରନ୍ତି। ଧର୍ମ ଏକ ବ୍ୟକ୍ତିଗତ ମାମଲା। କିନ୍ତୁ ଆର୍‌ଏସ୍‌ଏସ୍‌ ଓ ବିଜେପି ଦୀର୍ଘ ଦିନ ହେଲା ଅଯୋଧ୍ୟା ରାମ ମନ୍ଦିରକୁ ରାଜନୈତିକ ପ୍ରଜୋକ୍ଟ ଭାବେ ବ୍ୟବହାର କରୁଛନ୍ତି। ବିଜେପି ଓ ଆର୍‌ଏସ୍‌ଏସ୍‌ ନିର୍ବାଚନରେ ଲାଭ ପାଇଁ ଅସମ୍ପୂର୍ଣ୍ଣ ମନ୍ଦିରର ଉଦ୍‌ଘଟନ କରୁଛନ୍ତି ବୋଲି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।

୨୦୧୯ର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପାଳନ କରି ଓ ଭଗବାନ ରାମଙ୍କ ସମ୍ମାନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ସମ୍ମାନ ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଓ ଅଧୀର ରଞ୍ଜନ ଚୌଧୁରୀ ସମ୍ମାନପୂର୍ବକ ନିମନ୍ତ୍ରଣକୁ ଅସ୍ୱୀକାର କରିଛନ୍ତି। ଅଯୋଧ୍ୟାରେ ୨୨ ଜାନୁଆରୀକୁ ହେବାକୁ ଥିବା ସୋମାରୋହ ସ୍ପଷ୍ଟ ରୂପେ ଆର୍‌ଏସ୍‌ଏସ୍‌/ବିଜେପି କାର୍ଯ୍ୟକ୍ରମ ବୋଲି ଜୟରାମ ରମେଶ କହିଛନ୍ତି।

Advertisment

ଅନ୍ୟପଟେ ରାମ ମନ୍ଦିର ଉଦ୍‌ଘାଟନକୁ ବିଜେପି ନିର୍ବାଚନୀ ଏଜେଣ୍ଡା କରି କ୍ରେଡିଟ୍‌ ନେବାକୁ ଚାହୁଁଥିବା ନେଇ ପୂର୍ବରୁ ଅନେକ କଂଗ୍ରେସ ନେତା ଅଭିଯୋଗ କରିସାରିଛନ୍ତି। ସେହିପରି ଅଧିକାଂଶ ବିରୋଧୀ ଦଳ ମଧ୍ୟ ଏହି ସମାରୋହକୁ ବୟକଟ୍‌ କରିଛନ୍ତି। ପୂର୍ବରୁ ସିପିଏମ୍‌ ମଧ୍ୟ ଏହି ଉତ୍ସବରେ ଯୋଗ ଦେବ ନାହିଁ ବୋଲି ମନା କରି ସାରିଛି। ବିଜେପି ଧାର୍ମିକ କାର୍ଯ୍ୟକ୍ରମକୁ ରାଜନୈତିକ ରୂପ ଦେଉଥିବା ସିପିଏମ୍‌ ଅଭିଯୋଗ କରିଛି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଏହି ମନ୍ଦିର ଉଦ୍‌ଘାଟନ କରି ଫାଇଦା ନେବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି।

ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହି ଉତ୍ସବରେ ବହୁ ବଡ଼ ବଡ଼ ନେତା ଯୋଗ ଦେବେ। ଏଥିପାଇଁ ସମସ୍ତଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିସହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବଡ ବଡ ଉଦ୍ୟୋଗପତି ଓ ଫିଲ୍ମ ଷ୍ଟାରମାନଙ୍କୁ ଆମନ୍ତ୍ରିତ କରାଯାଇଛି।

Congress Ayodhya Ram Mandir