Advertisment

ପିସି କାରବାର ପ୍ରତିବାଦରେ ଶୁକ୍ରବାର ରାଜ୍ୟର ସବୁ ବ୍ଲକ ଘେରାଉ କରିବ କଂଗ୍ରେସ

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ବ୍ଲକଗୁଡ଼ିକରେ ପିସି କାରବାର ବଢ଼ିଚାଲିଛି । ଏହା ତୁରନ୍ତ ବନ୍ଦ ହେବା ଦରକାର ।

Sarat patnik

Congress

Advertisment

ରାଜ୍ୟରେ ବଢ଼ି ଚାଲିଥିବା ପିସି କାରବାରକୁ ତୁରନ୍ତ ବନ୍ଦ କରିବା ସହ ଖାଲି ପଡ଼ିଥିବା ୨.୨୬ଲକ୍ଷ ପଦବୀରେ ରାଜ୍ୟର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ସମେତ ମୋଟ ୯ଦଫା ଦାବିରେ ପ୍ରଦେଶ କଂଗ୍ରେସ ଆସନ୍ତା ୧୮ତାରିଖ ଶୁକ୍ରବାର ସବୁ ବ୍ଲକ ଘେରାଉ କରିବ । ରାଜ୍ୟ ସରକାରଙ୍କ ଜନମାରଣ ନୀତି ଓ ଦୁର୍ନୀତି-ଅନିୟମିତତା ପ୍ରତିବାଦରେ ବ୍ଲକ ଘେରାଉ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ବ୍ଲକଗୁଡ଼ିକରେ ପିସି କାରବାର ବଢ଼ିଚାଲିଛି । ଏହା ତୁରନ୍ତ ବନ୍ଦ ହେବା ଦରକାର । ଟାଟା ପାୱାର କମ୍ପାନୀ ଦ୍ୱାରା ରାଜ୍ୟରେ ବାରମ୍ବାର ପାୱାର କଟ୍‌, ଲୋ’ ଭୋଲଟେଜ୍ ସମସ୍ୟାରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଦ୍ୟୁତ ଦର ମଧ୍ୟ ଅପେକ୍ଷାକୃତ ଅଧିକ ରହିଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉଛି ।

ରାଜ୍ୟରେ ଏବେ ୨.୨୬ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି । ସରକାର ଏହି ପଦବୀଗୁଡ଼ିକରେ ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦିଅନ୍ତୁ । ବହୁ ସଂଖ୍ୟାରେ ଶିକ୍ଷିତ ଯୁବକଯୁବତୀ ବେକାର ହୋଇ ବୁଲୁଛନ୍ତି । ସେହିପରି ଧାନକିଣାବେଳେ ଚାଷୀଠୁ କଟନୀଛଟନୀ ନାଁରେ ଯେଉଁ ଧାନ ରଖାଯାଉଛି ତାକୁ ମଧ୍ୟ ତୁରନ୍ତ ବନ୍ଦ କରାଯାଉ । ଏସବୁ ଘଟଣାରେ ରାଜ୍ୟ ସରକାରଙ୍କ ଉଦାସୀନତା,ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ କଂଗ୍ରେସ ଆସନ୍ତା ୧୮ତାରିଖରେ ରାଜ୍ୟର ସବୁ ବ୍ଲକ ଘେରାଉ କରିବା ସହ ପ୍ରତିବାଦ ସଭା କରିବ । ଏହି କାର୍ଯ୍ୟକ୍ରମରେ ଦଳର କର୍ମୀ, ସମର୍ଥକ, ପଂଚାୟତ ଓ ବ୍ଲକ ସଭାପତିଙ୍କଠୁ ଆରମ୍ଭ କରି ବିଧାୟକ, ପୂର୍ବତନ ବିଧାୟକ,ପୂର୍ବତନ ସାଂସଦ ଓ ଦଳୀୟ ପଦାଧିକାରୀମାନଙ୍କୁ ଯୋଗ ଦେବାକୁ କୁହାଯାଇଛି ।

Advertisment

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ନିର୍ବାଚନ କମିଟି ସଭାପତି ବିଜୟ କୁମାର ପଟ୍ଟନାୟକ ଓ ମିଡିଆ ସେଲ୍ ମୁଖ୍ୟ ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ ।

Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe